ଥରେ ରାଜା ମୁଲ୍ଲା ନସିରୁଦ୍ଦିନଙ୍କୁ କହିଲେ- ମୁଲ୍ଲା, ଯେତେବେଳେ ମୁଁ ଦେଖୁଛି ତୁମେ ଦରିଦ୍ର ହୋଇ ରହିଛ। ଯେତେ ଯାହା ତୁମକୁ ଦେଲେ ବି ସେସବୁ କାହାକୁ ଦେଇ ଦଉଛ ବା ଖର୍ଚ୍ଚ କରି ପକାଉଛ! ଏମିତି କାହିଁକି?
ମୁଲ୍ଲା କହିଲେ- ମହାରାଜ, ଆପଣ ଏତେ ସ˚ପତ୍ତି ରଖିଛନ୍ତି, ହେଲେ ଲାଭ କ’ଣ?
ରାଜା କହିଲେ- ମାନେ? ତୁମେ କ’ଣ କହିବାକୁ ଚାହୁଁଛ?
ମୁଲ୍ଲା କହିଲେ- ମହାରାଜ, ଶୁଣନ୍ତୁ। ମୋର ବି କିଛି ସଂପତ୍ତି ଅଛି। ଦଦରା ଘରଟିଏ ଅଛି। ଗଧଟାଏ ଅଛି। ଛୋଟ ଦୋକାନଟିଏ ଅଛି ଯେ ମୁଁ ଚଳି ଯାଉଛି। ସେତିକିରେ ମୁଁ ଶାନ୍ତିରେ ଅଛି। ବରଂ, ଆପଣ ମୋତେ ସଂପତ୍ତି କୁ‌େଢ଼ଇ ଦେଲେ ମୁଁ ଚିନ୍ତିତ ହୋଇଯାଉଛି। ରାତିରେ ଶୋଇ ପାରୁନାହିଁ। ମୋ ଘରର ଭଙ୍ଗା କବାଟକୁ ଲଦି ହୋଇ ସାରା ରାତି ବସୁଛି। ଚୋର ସଂପତ୍ତି ନେଇଯାଉ କିନ୍ତୁ ମାରି ହାଣି ନ ପକାଉ। ତେଣୁ ସକାଳୁ ସେ ସବୁ ଧନ କାହାକୁ ନା କାହାକୁ ବାଣ୍ଟି ଦେଉଛି। ମୋ ଘରର ଦରଜା ଠିଅା ମେଲା ରହିଲେ ବି ମୋ ଘରେ ଚୋର ପଶନ୍ତିି ନାହିଁ। ମୋତେ କେହି ଈର୍ଷା କରନ୍ତି ନାହିଁ କି ଶତ୍ରୁ ବୋଲି ଭାବନ୍ତି ନାହିଁ। ଯାହାକୁ କହନ୍ତି ଚାରି କାତ ମେଲାଇ ଶୋଇପାରେ! ଏ‌େତ ଲାଭକୁ ଛାଡ଼ି ମୁଁ ସଂପତ୍ତି କାହିଁକି ରଖିବି ମଣିମା?
ରାଜା ଏ ସବୁ ନିରବରେ ଶୁଣୁଥିଲେ। ସେ କହିଲେ- ମୁଲ୍ଲା, ଠିକ୍‌ କହିଛ। ଏବେ ମୁଁ ବୁଝି ପାରୁଛି ଯେ ସତରେ ତୁମେ ଯେମିତି ଦୁଆ‌ର କବାଟ ମେଲା ରଖି ଚାରି କାତ ମେଲାଇ ଶୋଇ ପାରୁଛ, ମୁଁ ସେମିତି ଭାଗ୍ୟ ପାଇନାହିଁ। ମୋର ଶତ୍ରୁ ଅନେକ। ମୁଁ ଭାରି ଜଗି ରଖି ଚଳେ। ଆଉ ମୋର ଲୋଭ ବି ଅଛି। ତେଣୁ ତୁମ ଭଳି ପାଇଥିବା ସଂପତ୍ତିକୁ ବାଣ୍ଟି ଦେଇ ପାରୁନାହିଁ। ଏବେ ବୁଝିଲି, ତୁମେ ହିଁ ପ୍ରକୃତରେ ସୁଖୀ, ମୁଲ୍ଲା!