ଜଣେ ଅତି ଗରିବ ଧୋବା ଥିଲା। କିନ୍ତୁ ସେ ଥିଲା ଭାରି ସୁଖୀ। ସବୁ ବେଳେ ଗୀତ ଗାଉଥିଲା। ଯାହା ପାଉଥିଲା ସେଥିରେ ଚଳୁଥିଲା। ନ ପାଇଲେ ଉପାସ ରହୁଥିଲା ପଛକେ ବ୍ୟସ୍ତ ହେଉ ନ ଥିଲା। ସବୁ ପରିସ୍ଥିତିକୁ ସହଜରେ ଓ ବିନା ପ୍ରଶ୍ନରେ ଗ୍ରହଣ କରି ନେଉଥିଲା।
ଦିନକର କଥା। ଧୋବାଟି ଥରେ ରାସ୍ତା‌ରେ ଗୋଟିଏ ଏମିତି ପଥର ପାଇଲା, ଯାହା ଦାଉ ଦାଉ ‌େହାଇ ଝଲସୁ ଥିଲା। ତାହା ଥିଲା ଏକ ହୀରା। ଏ କଥା ଜଣେ ବାଟୋଇ ଦେଖିଲା ଏବଂ ତାହା ଅତି ମୂଲ୍ୟବାନ ପଥର ବୋଲି ଜାଣି କହିଲା- ଟଙ୍କାଟିଏ ନେଇ ମୋତେ ଏ ପଥର ଦିଅ।
ଧୋବା କହିଲା- ଛାର ପଥରଟିକୁ ଟଙ୍କାଟିଏ? ଯଦି ଚାହୁଁଛ ମାଗଣାରେ ନେଇଯାଅ।
ବାଟୋଇଟି ମନେ ମନେ ଭାବିଲା ଧୋବା ଜଣକ ପରମ ମୂର୍ଖ। ତେଣୁ ସେ ହୀରାଟିକୁ ମାଗଣାରେ ନେଇ ଚାଲିଗଲା।
ଏ କଥା ଦୂରରୁ ଜଣେ ସୌଦାଗର ଦେଖୁଥିଲେ। ସେ ଏକ ହଜାର ଟଙ୍କା ଦେଇ ବାଟୋଇ ଠାରୁ ପଥରଟିକୁ କିଣି ନେଲେ। ତା’ ପ‌େର ସେ ଧୋବା ନିକଟକୁ ଯାଇ କହିଲେ- ତୁମେ କି ମୂର୍ଖ ସତେ! ଏଇ ପଥରକୁ ମାଗଣାରେ ଦେଇ ଦେଲ। ମୁଁ ହଜାରେ ଟଙ୍କା ଦେଇ ତାକୁ କିଣିଲି। ତଥାପି ଲାଗୁଛି ଏହା ମୋ ଲାଗି ବହୁତ ଶସ୍ତା।
‌େଧାବା ଏଥିରେ ଆଦୌ ବିଚଳିତ ହେଲା ନାହିଁ। ସେ କହିଲା- ହେଇଥିବ ଆଜ୍ଞା, କିନ୍ତୁ ମୋର ଯାଏ ଆସେ କେତେ?
ସୌଦାଗର ଚିଡ଼ି ଯାଇ କହିଲେ- ଆରେ ବାବୁ ଏଇଟା ଗୋଟାଏ ମୂଲ୍ୟବାନ ହୀରା ବୋଲି ବୁଝି ପାରୁନାହୁଁ?
ଧୋବା କହିଲା- ଆପଣଙ୍କ ଲାଗି ତାହା ହୀରା ହେଲେ ମୋ ଲାଗି ତାହା ଗୋଟିଏ ପଥର। ଏହା ହଜିଗଲେ ଆପଣ ଦୁଃଖ ପାଇବେ, କିନ୍ତୁ ମୋର ଦୁଃଖ ନାହିଁ।
ସୌଦାଗର ତଟସ୍ଥ ହେଲେ ଏବଂ ସୁଖୀ ରହିବାର ପ୍ରକୃତ ମାର୍ଗ ବିଷୟରେ ତାଙ୍କର ଧାରଣା ଜନ୍ମିଲା।