ଦୁଇ ଭାଇ ଥିଲେ। ବଡ଼ ଭାଇ ଅଧିକା˚ଶ ସମୟ ମନ୍ଦିର ଯିବା, ପୂଜା ଆଦି କରିବା ତଥା ବିଭିନ୍ନ ଆଧୢାତ୍ମିକ କାର୍ଯ୍ୟରେ ଭାଗ ନେଇ କଟୁଥିଲା। ସାନ ଭାଇ କେବେ ହେଲେ ମନ୍ଦିର ଯାଉ ନ ଥିଲେ ବା ପୂଜା କରୁ ନ ଥିଲେ। ବଡ଼ ଭାଇ ଅନେକ ସମୟରେ ସାନ ଭାଇଙ୍କୁ ଆକଟ କରି କହୁଥିଲେ- ବାବୁ ତୁମେ ଯେତେ ଯାହା କର ଟିକିଏ ମନ୍ଦିର ଆଡ଼େ ନ ଗଲେ ବା ଟିକିଏ ପୂଜାପୂଜି ନ କଲେ ନାସ୍ତିକ ଭାବେ ଗଣାଯିବ।
ସାନ ଭାଇ ଏହାର କିଛି ଉତ୍ତର ନ ଦେବା ବଡ଼ ଭାଇଙ୍କୁ ଅଧିକ ବିବ୍ରତ କରୁଥିଲା।
ଦିନେ ବଡ଼ ଭାଇଙ୍କ ଦୀକ୍ଷା ଗୁରୁ ସହରରେ ପହଞ୍ଚିଲେ। ବଡ଼ ଭାଇ ତାଙ୍କୁ ଦର୍ଶନ କରିବାକୁ ଗଲେ ଏବ˚ ତାଙ୍କୁ ଏ ବାବଦରେ ସବୁ କଥା କହିଲେ। ସାନ ଭାଇକୁ କେମିତି ବାଟକୁ ଅଣାଯିବ ତା’ର ଉପାୟ ପଚାରିଲେ।
ଏହା ଶୁଣି ଗୁରୁ କହିଲେ- ସାନ ଭାଇକୁ ନୁହେଁ, ତୁମେ କେମିତି ବାଟକୁ ଆସିବ ତା’ର ବିଚାର କର।
ବଡ଼ ଭାଇ ଏତକ ଶୁଣି ଆକାଶରୁ ଗଳି ପଡ଼ିଲେ। ଏଥର ଗୁରୁ ତାଙ୍କୁ ବୁଝାଇ କହିଲେ- ଦେଖ ତୁମେ ତୁମ ବାଟରେ ରହିଛ ଏବଂ ତୁମ ଭାଇ ତା’ ବାଟରେ। ସେ ତ ତୁମକୁ କେବେ କହୁନାହିଁ ଯେ ତୁମେ ତା’ ଭଳି ଆଚରଣ କର! ତୁମ ମନରେ ଏକ ଧାରଣା ଜନ୍ମିଛି ଯେ ତୁମେ ହିଁ ଠିକଣା ବାଟରେ ଅଛ ବା ତୁମ ଅନୁସୃତ ମାର୍ଗଟି ସର୍ବୋତ୍ତମ। ତେଣୁ ତୁମେ ଅହମିକାଗ୍ରସ୍ତ ହେଲଣି। ତୁମେ ଏବେ ବଦଳିବାକୁ ଚେଷ୍ଟା କର। ତାକୁ ତା ନିର୍ବାଚିତ ବାଟରେ ରହିବାକୁ ଦିଅ।
ବଡ଼ ଭାଇ କହିଲେ- କିନ୍ତୁ ଠାକୁର ପୂଜା କରିବା ଲାଗି କହିବା ତ ଏକ ଭଲ ଉପଦେଶ?
ଗୁରୁ କହିଲେ- ତୁମେ ଏବେ ବି ଅପରିପକ୍ବ। କର୍ମକାଣ୍ଡରେ ଲୀନ ବ୍ୟକ୍ତିର ଭକ୍ତି ନ ଥାଇପାରେ ଏବଂ କେବେ ପୂଜା କରୁ ନ ଥିବା ବ୍ୟକ୍ତି ହୃଦୟ‌େର ଶ୍ରଦ୍ଧା ଓ ଭକ୍ତିର ଫଲ୍‌ଗୁ ବହୁ ଥାଇପାରେ!