ଜଣେ ଅତ୍ୟନ୍ତ ଅଧ୍ୟାତ୍ମ୍ୟ ମାର୍ଗୀ ବ୍ୟକ୍ତିଙ୍କୁ ତାଙ୍କ ବନ୍ଧୁ ପଚାରିଲେ- ତୁମେ ଗଭୀର ଭାବେ ଈଶ୍ବର ବିଶ୍ବାସୀ। ଏଣେ ତୁମ ଜୀବନରେ କେତେ ଦୁଃଖକଷ୍ଟ ଆସୁଛି ଯାଉଛି। ଏଥିରେ ତୁମ ଈଶ୍ବର ବିଶ୍ବାସ ଦୋହଲି ଯାଉନାହିଁ?
ଭଦ୍ରଲୋକ କହିଲେ- ପଚାରିଲଣି ଯେତେବେଳେ, ମୋ ଠାରୁ କଥାଟିଏ ଶୁଣ। ଥରେ ଶ୍ରେଣୀର ପିଲାମାନଙ୍କୁ ଗଣିତ ଶିକ୍ଷକ ଅଙ୍କଟିଏ ଦେଲେ। ଗୋଟିଏ ଖୁଆଡ଼ରେ ଦଶଟି ମେଣ୍ଢା ଥିଲେ। ତା’ ଭିତରୁ ଚାରିଟି ମେଣ୍ଢା ଖୁଆଡ଼ର ବାଡ଼ ଡେଇଁ ବାହାରି ଗଲେ। ଆଉ କେେତଗୋଟି ମେଣ୍ଢା ରହିଲେ?
ପିଲାମାନେ ଅଙ୍କ କଷି ଉତ୍ତର ଦେଲେ। ସରଳ ଉତ୍ତର ଥିଲା ଛଅ। ସମସ୍ତଙ୍କ ଉତ୍ତର ଠିକ୍ ହେଲା। କେବଳ ଗୋଟିଏ ଗାଉଁଲି ପିଲା ଉତ୍ତର ଭୁଲ୍ ଲେଖିଥିଲା।
ଶିକ୍ଷକ ତାକୁ ପାଖକୁ ଡାକି ପଚାରିଲେ- ଦଶଟି ମେଣ୍ଢାରୁ ଚାରିଟି ବାହାରି ଗଲା ପରେ ରହିଲେ ଶୂନ? ଏଇ ଗଣିତ ମୁଁ ତୋତେ ପଢ଼ାଇଛି?
ପିଲାଟି କହିଲା- ଆପଣ ଗଣିତ ଜାଣିଛନ୍ତି ସତ, କିନ୍ତୁ ମେଣ୍ଢାଙ୍କୁ ଜାଣି ନାହାନ୍ତି। ମୁଁ ମେଣ୍ଢାମାନଙ୍କୁ ଭଲ ଭାବେ ଜାଣେ। ବାରଟା ମେଣ୍ଢାରୁ ଚାରିିଟି ଖୁଆଡ଼ ବାଡ଼ ଡେଇଁ ବାହାରିଯିବା ଅର୍ଥ ସମସ୍ତେ ସେଇ ବାଟେ ବାହାରି ଯିବେ।
କଥାଟି କହିସାରି ଭଦ୍ରଲୋକ କହିଲେ- ଭଲ କାମ କଲେ ଭଲ ଫଳ ମିଳିବ- ଏ ବିଚାର ହେଉଛି ଗୋଟିଏ ଗଣିତ ସୁଲଭ ବିଚାର। ମୁଁ ସେ ଗଣିତ ଜାଣେନାହିଁ। କିନ୍ତୁ ମୁଁ ଈଶ୍ବରଙ୍କୁ ଜାଣେ ଯେ ଗଣିତ ସୁଲଭ ବିଚାରରେ କିଛି ଦିଅନ୍ତି ନାହିଁ। ମୋ ଉପରେ କଷ୍ଟ ପଡ଼ିଲା ବୋଲି ମୁଁ ଦୃଢ଼ ହେଲି। ମୋ ବିଚାରରେ ମୋତେ କଷ୍ଟ ଦେଇ ଈଶ୍ବର ମୋତେ ଦୃଢ଼ତା ଦେଇଛନ୍ତି। ଏହା କ’ଣ କମ୍ କଥା?
ଈଶ୍ବରଙ୍କ ବିଚାର
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2021/12/foot.jpg)