ନସିରୁଦ୍ଦିନଙ୍କ ଅନୁଭୂତି

କଥାଟିଏ-ଯାଯାବର

ମୁଲ୍ଲା ନସିରୁଦ୍ଦିନ ଥରେ ମାତାଲ ଅବସ୍ଥାରେ ମଦ ଭାଟିରୁ ବାହାରୁଥିବା ବେଳେ ନାଳରେ ଗଳି ପଡ଼ିବାରୁ ତାଙ୍କର କିଛି ହାଡ଼ ଭାଙ୍ଗିଗଲା। ତାଙ୍କ ପାଟି ଶୁଣି ତାଙ୍କୁ ଯିଏ ଉଦ୍ଧାର କରିବାକୁ ଆସିଲା, ସେ ବି ଥିଲା ଭାଟିରୁ ବାହାରିଥିବା ଆଉ ଜଣେ ମାତାଲ। ସେ ବହୁ ଚେଷ୍ଟା କରି ମୁଲ୍ଲାଙ୍କୁ ନାଳ ଭିତରୁ ବାହାର କଲା ବେଳକୁ ଆଉ ଥରେ ଗଳାଇ ଦେଲା ଓ ମୁଲ୍ଲାଙ୍କ ଆଉ ଦୁଇଟି ହାଡ଼ ଭାଙ୍ଗିଗଲା। ମୁଲ୍ଲା ଆହୁରି ଜୋରରେ ପାଟି କରି ଉଠିଲେ। ଏବେ ଆଉ ଚାରି ଜଣ ମାତାଲ ଭାଟିରୁ ବାହାରି ଜୁଟି ଯାଇ ମୁଲ୍ଲାଙ୍କୁ ବୋହି ବୋହି ଡାକ୍ତରଖାନା ନେବାକୁ ସ୍ଥିିର କଲେ ଏବ˚ କହିବା ବାହୁଲ୍ୟ ସେମାନେ ମୁଲ୍ଲାଙ୍କୁ ଆଉ ଥରେ ତଳେ ପକାଇ ଦେଲେ ଓ ମୁଲ୍ଲାଙ୍କ ଆଉ କିଛି ହାଡ଼ ଭାଙ୍ଗିଗଲା।
ତେବେ ଯାହାହେଉ, ମୁଲ୍ଲାଙ୍କ ସ୍ତ୍ରୀ ଖବର ପାଇ ଆସିବାରୁ ସେ ଡାକ୍ତରଖାନାରେ ପହଞ୍ଚି ପାରିଲେ।
ମୁଲ୍ଲାଙ୍କୁ ଦେଖା କରିବାକୁ ଆସିଥିବା ବନ୍ଧୁ ପଚାରିଲେ- ମୁଲ୍ଲା, କେମିତି ଅଛ? କଷ୍ଟ ହେଉଛି?
ମୁଲ୍ଲା ଉତ୍ତର ଦେଲେ- ଠିକ୍‌ ଅଛି। କେବଳ ହସିଲା ବେଳେ କାଟୁଛି।
ବନ୍ଧୁ ପଚାରିଲେ- କିହୋ, ଏ ଅବସ୍ଥାରେ ତୁମେ ହସୁଛ କାହିଁକି?
ମୁଲ୍ଲା କହିଲେ- ମୋର ଯେତେବେଳେ କାଲି ରାତି କଥା ମନେ ପଡ଼ି ଯାଉଛି, ମୋତେ ହସ ଲାଗୁଛି। ମୁଁ ମାତାଲ। ମୋ ଡାକ ଶୁଣି ଯେଉଁମାନେ ସାହାଯ୍ୟ କରିବାକୁ ଆସିଲେ ସମସ୍ତେ ମାତାଲ। ଏବଂ ମୋର ଦୁର୍ଭାଗ୍ୟ ଥିଲା ଯେ ସମସ୍ତେ ମୋତେ ସାହାଯ୍ୟ କରିବାକୁ ଚେଷ୍ଟା କଲେ। ଏହା ଭାବିବା ବେଳକୁ ହସ ମାଡୁଛି।
ଏ କଥା କହି ଗୁରୁ ୟୁଜିକେ କହିଲେ- ଏବେ ସ୍ଥିତି ହେଉଛି ଠିକ୍‌ ସେମିତି। ଆମେ ସମସ୍ତେ ତ୍ରୁଟିରେ ଭରା କିନ୍ତୁ ଅନ୍ୟର ତ୍ରୁଟି ସଜାଡ଼ିବାକୁ ଉପ‌େଦଶ ଦେବାରେ ବା ‌େଚଷ୍ଟା କରିବାରେ କାର୍ପଣ୍ୟ କରୁନାହେଁ!

ସମ୍ବନ୍ଧିତ ଖବର