ଥରେ ଉଜ୍ବେକିସ୍ତାନ ରାଜା ମୁଲ୍ଲା ନସିରୁଦ୍ଦିନଙ୍କୁ କହିଲେ- ମୁଲ୍ଲା ତୁମେ ନିପଟ ଅଳସୁଆ। ଅନ୍ୟାନ୍ୟ କର୍ମଚାରୀଙ୍କ ପରି ତୁମେ ମୋ କାମରେ ଆସୁନାହଁ। ତେଣୁ ତୁମେ କାଲି ଠାରୁ ଆଉ ଆସନାହିଁ।
ମୁଲ୍ଲା ଏହା ଶୁଣି କହିଲେ- ମହାରାଜ, ଆଜି ଦିନଟି ରହିବି ତ? ତାହା ହେଲେ ଗୋଟିଏ ଦିନ ହେଉ ପଛକେ ଆପଣଙ୍କୁ ବୁଦ୍ଧି ଦେଇପାରିବି। ଏହା ଶୁଣି ରାଜା ଲଜ୍ଜିତ ହେଲେ ଓ ଭିତରେ ଭିତରେ ରାଗିଗଲେ। କିନ୍ତୁ ମୁଲ୍ଲା ତ ସଦାବେଳେ ସେମିତିଆ, କରିବେ କ’ଣ?
ଅପରାହ୍ଣରେ ରାଜା ଅଭ୍ୟାସ ମୁତାବକ ବୁଲି ବାହାରିଲେ। ସବୁ ଦିନ ଭଳି ମୁଲ୍ଲା ବି ସାଙ୍ଗରେ ଗଲେ। ତେବେ, ସେ ଦିନ ରାଜାଙ୍କ ଚିଡ଼ିଆଖାନାର ଯନ୍ତାରୁ ବିରାଟ ହି˚ସ୍ର ସି˚ହଟିଏ ବାହାରି ଆସିଥିବା କଥା କାହାକୁ ଜଣା ନ ଥିଲା। ତ ହଠାତ୍ ସି˚ହଟି ବାହାରି ଆସି ରାଜାଙ୍କ ବାଟ ଓଗାଳି କିଛି ଦୂରରେ ବସି ଲାଞ୍ଜ ପିଟିଲା। ପାଖରେ ଥିବା କିଛି ସଭାସଦ୍ ବିକଳ ହୋଇ ରାଜାଙ୍କ ମୁହଁକୁ ଚାହିଁଲେ। ରାଜାଙ୍କ ପାଖରେ ଛୋଟିଆ ଛୁରୀଟିଏ ବି ଥିଲା। ତେଣୁ ରାଜା ଏଭଳି ସ୍ଥିତିରେ ଯାହା କରିବା କଥା ସ୍ଥିର କରିନେଇ ସି˚ହ ଆଡ଼କୁ ଅଗ୍ରସର ହେବାକୁ ଉଦ୍ୟତ ହେଲେ। ମୁଲ୍ଲା ତାଙ୍କୁ ଧରି ପକାଇ ଚିତ୍କାର କଲେ ସମସ୍ତେ ଗଛ ଉପରେ ଚଢ଼ିଯାଅ। ଏହା ଶୁଣି ଦୁଇ ଜଣ ପରିଚାରକ ରାଜାଙ୍କୁ ଭିଡ଼ି ନେଇ ଗଛ ଉପରକୁ ଟେକି ଦେଲେ। ସି˚ହ ଆକ୍ରମଣ କରିବାକୁ ଦୌଡ଼ି ଆସିବା ବେଳକୁ ଯାହାହେଉ ଚିଡ଼ିଆଖାନାର ରକ୍ଷକ ଜାଲ ପକାଇ ତାକୁ କାବୁ କରିନେଲେ।
ଏ ଘଟଣାକ୍ରମରେ ରାଜା ଚିଡ଼ିଯାଇ ମୁଲ୍ଲାଙ୍କୁ କହିଲେ- ମୁଲ୍ଲା ତୁମେ କ’ଣ କଲ? ଲୋକେ କହିବେ କି ନାହିଁ ଯେ ରାଜା ମାଇଚିଆ!
ମୁଲ୍ଲା କହିଲେ- ଜାହାଁପନା, ଏତେ ବଡ଼ ସି˚ହ ଆଗକୁ ଛୋଟିଆ ଛୁରୀ ଧରି ଡେଇଁ ପଡ଼ିବାଟା ସାହସ ନୁହେଁ, ଦୁର୍ବୁଦ୍ଧି। ଯିଏ ଯାହା କହୁ ପଛକେ ପରୁଆ ନାହିଁ।
ରାଜା କହିଲେ- ମୁଲ୍ଲା, ସତରେ ତୁମେ ମୋ ଲାଗି ଦରକାରୀ। କାଲିଠୁ ଯେମିତି ଆସୁଥିଲ, ସେମିତି ଆସିବ।
ଅଦରକାରୀ କର୍ମଚାରୀ
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2022/07/foot-kathatia.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)