ଦିନକର କଥା। ଜଣେ ଭଦ୍ର ଲୋକ ମନକୁ ଭୁଲାଇବା ସକାଶେ ସା˚ଧୢ ଭ୍ରମଣରେ ବାହାରିଲେ। ପାରିବାରିକ କାରଣରୁ ମନଟି ବିରକ୍ତିରେ ଭରି ରହିଥିଲା। ଏଭଳି ଦଶା ଲାଗି ସେ ମନେ ମନେ ଭଗବାନଙ୍କୁ ଗାଳି ଦେବାରେ ଲାଗିଲେ। ତାଙ୍କୁ ଲାଗିଲା ସମସ୍ତେ ଯେମିତି ତାଙ୍କୁ କଷ୍ଟ ଦେବାକୁ ତତ୍ପର।
ଏମିତି ମନେ ମନେ କହି ଚାଲୁଥିବା ବେଳେ କାହୁଁ ଜଣେ ବୃଦ୍ଧ ଆସି ତାଙ୍କ ସହିତ ମିଶିଲେ। ସେ ପଚାରିଲେ- ଆପଣ ଭଗବାନଙ୍କୁ କାହିଁକି ଗାଳି ଦେଉଛନ୍ତି?
ଏହା ଶୁଣି ଭଦ୍ରଲୋକ ଚମକି ପଡ଼ିଲେ। ସେ ପଚାରିଲେ- ଆପଣ କେମିତି ମୋ ମନ କଥା ଜାଣିଲେ? ବୃଦ୍ଧ ଉତ୍ତର ଦେଲେ- ମୁଁ ନିଜେ ଭଗବାନ।
ଏହା ଶୁଣି ଭଦ୍ରଲୋକ ଭାବିଲେ ଯେ ସେ କୌଣସି ପାଗଳ ହାବୁଡ଼ରେ ପଡ଼ିଛନ୍ତି। ତେଣୁ ସେ ଜୋର ଜୋର ପାଦ ପକାଇଲେ। ବୃଦ୍ଧ ଜଣକ ଏଥର ଭଦ୍ରଲୋକଙ୍କ ହାତକୁ ଧରି ପକାଇ କହିଲେ- ଆପଣ ଯେଉଁ ସୁନ୍ଦର ଜୋତାହଳକ ପିନ୍ଧିଛନ୍ତି, ସେ କାହାର?
ଭଦ୍ରଲୋକ ମନକୁ ମନ ଭାବିଲେ, ବେଳା ଖରାପ ପଡ଼ିଲେ ଏମିତି ପାଗଳ ହାବୁଡ଼ରେ ବି ପଡ଼ିବାକୁ ହୁଏ। ସେ ଟିକିଏ ବିରକ୍ତିଭରା କଣ୍ଠରେ କହିଲେ- ମୁଁ ପିନ୍ଧିଛି ତ ଜୋତା ମୋର।
ବୃଦ୍ଧ କହିଲେ- ଠିକ୍ କଥା। କିନ୍ତୁ ଏତେ ସୁନ୍ଦର ଜୋତା ହେଲେ ଦେଖନ୍ତୁ ଜୋତାର ଡାହାଣ ପଟ ଫାଟିବାକୁ ବସିଲାଣି।
ଭଦ୍ରଲୋକ କହିଲେ- ଏତେ ଟଙ୍କା ନେଲା ପରେ ବି ଯଦି ଜୋତା ତିଆରି କଲାବାଲା ବାଜେ ଚମଡ଼ା ଦେବ, ତେବେ ମୁଁ କ’ଣ କରିବି? ବୃଦ୍ଧ ତାଙ୍କ ହାତକୁ ଟାଣି ଧରିଲେ ଏବ˚ ଟିକିଏ ରୁକ୍ଷ ଗଳାରେ କହିଲେ- ବାଃ ରେ ବିଚାର? ଜୋତା ତୁମର। ଚମଡ଼ା ଫାଟିଲେ ଦୋଷ ତିଆରି କଲା ବାଲାର? ତୁମେ ଯେଉଁ ଡାହାଣ ପଟକୁ ଢଳିଢଳି ଚାଲୁଛ, ତା’ରି ଦୋଷ ନୁହେଁ?
ଏହା କହି ବୃଦ୍ଧ କୁଆଡ଼େ ଚାଲିଗଲେ। ଭଦ୍ରଲୋକ ଭାବୁଥିଲେ ପ୍ରକୃତରେ ଦୋଷ ଅନ୍ୟ କାହାର ନୁହେଁ, ତାଙ୍କ ନିଜର। ତାଙ୍କ ଚାଲିଟା ବେଢ଼ଙ୍ଗିଆ।
ବେଢଙ୍ଗିଆ ଚାଲି
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2022/07/foot-kathatia.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)