ୟୁଜିେକ ଥରେ ତାଙ୍କ ଅନୁଗାମୀମାନଙ୍କ ସହିତ କଥାବାର୍ତ୍ତା କରୁଥିବା ବେଳେ ଏହି ହାସ୍ୟରସାତ୍ମକ କଥାଟି କହିଥିଲେ।
ଜଣେ ଅତି ପ୍ରାଜ୍ଞ ପ୍ରବଚକ ଗୋଟିଏ ଗ୍ରାମରେ ପହଞ୍ଚିଲେ। ମନ୍ଦିର ପ୍ରାଙ୍ଗଣରେ ପ୍ରବଚନ ସଭାର ଆୟୋଜନ କରାଗଲା। ଗାଁର ଜ୍ଞାନୀ ଲୋକେ ଏକତ୍ର ହୋଇ ବିଦ୍ବାନ ପ୍ରବଚକଙ୍କ ସହିତ ଶାସ୍ତ୍ର ଓ ଦର୍ଶନର ଆଲୋଚନା କଲେ। ଏ କଥା ଦେଖି ଅପାଠୁଆ ଓ ଅଳସୁଆ ଯଦୁନାଥକୁ ତା’ ସ୍ତ୍ରୀ କହିଲା- ତୁମେ କୌଣସି କାମକୁ ହେଲ ନାହିଁ। ଥରେ ଯାଇ ବାବାଙ୍କ କଥା ଶୁଣି ଆସୁନା? କେତେ ଲୋକଙ୍କ ଜ୍ଞାନୋଦୟ ହେଉଛି, ତୁମର ବି ହେବ!
ଏ କଥା ଶୁଣି ଯଦୁନାଥ ଠୋ ଠୋ ହୋଇ ହସି କହିଲା ମୋର ଜ୍ଞନୋଦୟ ହେବ? ଆରେ ଜାଣିନୁ! ଯଦି ମୁଁ ସେ ସଭାକୁ ଯିବି ଏବଂ ମୋ ମନରେ ଥିବା ସନ୍ଦେହକୁ ନେଇ କିଛି ପଚାରିବି, ତେବେ ସେମାନଙ୍କ ଜ୍ଞାନ ହଜିଯିବ।
ଯଦୁନାଥର ପତ୍ନୀ ଏହା ଶୁଣି କିଛି କହିଲା ନାହିଁ ସିନା ସେହି ରାତିରେ ରୋଷେଇ ମଧ୍ୟ କଲା ନାହିଁ। ଏବେ ଯଦୁନାଥ ବୁଝିଲା ଯେ ସେଠାକୁ ଯିବା ଦରକାର ଏବଂ ଆଲୋଚନାରେ ଭାଗ ନେବା ଦରକାର।
ଯଦୁନାଥ ସେଠାରେ ପହଞ୍ଚିବା ବେଳକୁ ମୃତ୍ୟୁ ଉପରେ ଆଲୋଚନା ଚାଲୁଥିଲା। ପ୍ରବଚକ କହୁଥିଲେ ଯେ ଏହା ହିଁ ସଂସାରର ଏକମାତ୍ର ସତ୍ୟ ଓ ମୂଳ ସତ୍ୟ; ବାକି ସବୁ କିଛି ମିଥ୍ୟା ଓ ଅଳୀକ। ଯଦୁନାଥ ସବୁ ଶୁଣିଲା ପରେ ସନ୍ଦେହ ମୋଚନ କରିବା ଲାଗି ପ୍ରଶ୍ନ କଲା- ଆଜ୍ଞା, ଆପଣମାନେ କହୁଛନ୍ତି ଯେ ସମସ୍ତେ ଦିନେ ନା ଦିନେ ମରିବେ। ଯଦି ତାହା ସତ, ତେବେ ମୋ ମନେର ପ୍ରଶ୍ନ ଉଠୁଛି ଯେ ସବା ଶେଷରେ ଯିଏ ମରିବ, ତା’ର େଶଷକୃତ୍ୟ କିଏ କରିବ?
ସତକୁ ସତ ପ୍ରବଚକ କ’ଣ କହିବେ ବୁଝି ନ ପାରି ଯଦୁନାଥର ମୁହଁକୁ ବୋକା ଭଳି ଚାହିଁ ରହିଲେ।
ଯଦୁନାଥର ପ୍ରଶ୍ନ
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2022/07/foot-kathatia.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)