ଗୋଟିଏ ଗାଁରେ ଜଣେ ସାଧୁ ବାବା ରହୁଥିଲେ। ସେ ଥିଲେ ବୈରାଗୀ। ତାଙ୍କୁ ଲୋକେ ବହୁତ ଭକ୍ତି କରୁଥିଲେ।
ଥରେ ପାଖ ଗାଁର ଜଣେ ଧନୀ ବଣିକ ତାଙ୍କ ନିକଟକୁ ଆସି ଭେଟି ସ୍ବରୂପ ଶହେ ସୁନା ମୋହର ଦେଲେ।
ସାଧୁ ତାହା ଗ୍ରହଣ କରି ପଚାରିଲେ- ବାବୁ, ସତ କହ। ମୋତେ ସବୁ ମୋହର ତକ ଦେଲ ତ?
ବଣିକ ଏହା ଶୁଣି ମନେ ମନେ ଟିକିଏ ହସି କହିଲେ- ଆଜ୍ଞା, ଆପଣଙ୍କୁ ପୂରା ଦେଇ ଦେଲି। ଏବେ ଏହା ଆପଣଙ୍କର। ଏ ନେଇ ଚିନ୍ତା କରନ୍ତୁ ନାହିଁ।
ସାଧୁ ଏବେ ଜଣେ ଶିଷ୍ୟକୁ ଡାକିଲେ ଏବଂ କହିଲେ- ଯାଅ, ଏହାକୁ ଏ ନଈରେ ବିସର୍ଜନ କରି ଦେଇ ଆସ।
ବଣିକ ହାଁ ହାଁ କରୁକରୁ ଶିଷ୍ୟ ତାକୁ ନେଇ ନଈର ଗଭୀର ଗଣ୍ଡରେ ଫିଙ୍ଗି ଦେଇ ସାରିଥିଲା।
ବଣିକ ଏଥିରେ ଅତି କ୍ଷୁବ୍ଧ ହେଲେ। ସେ କହିଲେ- ମୁଁ ଏହା ଆପଣଙ୍କୁ ନେଇ ଏମିତି ଅପମାନିତ ହେବି ବୋଲି ଭାବି ନ ଥିଲି!
ସାଧୁ କହିଲେ- ବାବୁ ତୁମେ ବୁଝି ପାରୁନା। ମୁଁ ଜଣେ ସାଧୁ। ମୋ ଲାଗି ସୁନା ମୋହର ନିରର୍ଥକ। ତେଣୁ ତାକୁ ମୁଁ ରଖନ୍ତି ନାହିଁ।
ବଣିକ କହିଲେ- ତାହା ହେଲେ ଆପଣ ମୋତେ ମନା କରି ଦେଇ ଥାଆନ୍ତେ, ମୁଁ ଫେରାଇ ନେଇ ଥାଆନ୍ତି।
ସାଧୁ କହିଲେ- ମୋ କଥା ସରିନି। ତୁମେ ତ କହିଲ ଯେ ସେ ସବୁ ମୋତେ ପୂରା ଦେଇଦେଲ। ପୁଣି ତାହା ପ୍ରତି ଏଭଳି ମୋହ କାହିଁକି? ତୁମେ ଆଉ ସେ ସବୁର ମାଲିକ ନୁହେଁ। ସେ ସବୁ ମୋ ପାଖରେ ରହିବା ଯାହା, ନଦୀରେ ପଡ଼ିବା ତାହା। ଏବେ ଯାଅ।
ବୈରାଗ ସୂତ୍ର
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2022/07/foot-kathatia.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)