ଦଂପତିଙ୍କ ଭଲ ସମୟ ହଠାତ୍ ଯେମିତି ଚାଲିଯାଇଥିଲା। ସେମାନେ ଅତ୍ୟନ୍ତ ଦୁଃସ୍ଥିତି ଦେଇ ଗତି କରୁଥିଲେ। ଏମିତିକା ଗୋଟିଏ ହାହୁତାଶମୟ ସମୟରେ ସ୍ବାମୀ ତାଙ୍କ ପତ୍ନୀଙ୍କୁ ପଚାରିଲେ- ତୁମେ ତ ପରମ ଈଶ୍ବର ବିଶ୍ବାସୀ। ତୁମର ପୂଜା ଓ ପ୍ରାର୍ଥନାରେ କେବେ କମ୍ ହୋଇନାହିଁ। ମୁଁ ମଧୢ ଈଶ୍ବରଙ୍କୁ ବିଶ୍ବାସ କରୁଥିଲି। ଆମେ ଏତେ କଷ୍ଟ ପାଇଲେଣି! ତେଣୁ ମୁଁ ଭାବୁଛି ଈଶ୍ବର ନାହାନ୍ତି। ତାଙ୍କୁ ଡାକି ଲାଭ ନାହିଁ।
ପତ୍ନୀ କହିଲେ- ମୁଁ ବି ଲକ୍ଷ୍ୟ କରୁଛି ଆପଣ ଈଶ୍ବରଙ୍କୁ ପ୍ରାର୍ଥନା କରିବା ଛାଡ଼ି ଦେଇଛନ୍ତି। ମୁଁ କିନ୍ତୁ ଅହରହ ତାଙ୍କୁ ପ୍ରାର୍ଥନା କରୁଛି। ଏହାର କାରଣ ଈଶ୍ବର ଅଛନ୍ତି। ଯେତେବେଳେ ଭଲ ସମୟ ଥିଲା ଆପଣ ଈଶ୍ବରଙ୍କୁ ବିଶ୍ବାସ କରୁଥିଲେ ଏବଂ ମନ୍ଦ ସମୟରେ ଭାବିେଲ ଈଶ୍ବର ନାହାନ୍ତି? ତେଣୁ ମୂଳ କଥା ହେଲା, ଈଶ୍ବର ଅଛନ୍ତି। ପ୍ରଭେଦଟି ହେଲା ଆପଣଙ୍କ ଉପରେ ତାଙ୍କର ସୁଦୃଷ୍ଟି ପଡୁନାହିଁ। ଏହା ଅମାବାସ୍ୟା ରାତିରେ ଚନ୍ଦ୍ର ନ ଦେଖିଲେ ଚନ୍ଦ୍ର ଆଦୌ ନାହାନ୍ତି ବୋଲି ଭାବିବା ସଦୃଶ। ଗୋଟିଏ କଥା ମନେ ରଖନ୍ତୁ। ଆପଣଙ୍କ ଇଚ୍ଛା ଭଳି ଈଶ୍ବରଙ୍କ ମଧ୍ୟ ଇଚ୍ଛାଟିଏ ଅଛି। ଈଶ୍ବରଙ୍କ ଇଚ୍ଛାନୁସାରେ ସବୁ କିଛି ହୁଏ। କିନ୍ତୁ, ଯେତେବେଳେ ଈଶ୍ବରଙ୍କ ଇଚ୍ଛା ସହିତ ଆମ ଇଚ୍ଛା ମିଶିଯାଏ, ସେତେବେଳେ ଆମେ ଚାହୁଁଥିବା ଭଳି ସବୁ କିଛି ଘଟେ। ଆମେ ଭାବୁ ସବୁ ଠିକ୍ ଚାଲିଛି। କିନ୍ତୁ ଯେତେବେଳେ ଈଶ୍ବରଙ୍କ ଇଚ୍ଛା ସହିତ ଆମ ଇଚ୍ଛା ମେଳ ଖାଏ ନାହିଁ, ସେତେବେଳେ ଆମେ ଈଶ୍ବରଙ୍କ ଉପରୁ ଆସ୍ଥା ହରାଉ। ଭାବିଲେ ଦେଖି ଈଶ୍ବର କ’ଣ ଆମର ବଚସ୍କର? ଆମେ ଚାହୁଁଥିବା ଭଳି ସବୁ ଘଟାଇବେ? ଧୈର୍ଯ୍ୟ ଧରନ୍ତୁ, ଏ ଦୁଃସ୍ଥିତି ମଧ୍ୟ ଟଳିଯିବ।