ଜଣେ ବ୍ୟକ୍ତି ପ୍ରବଚନ ଶୁଣିବାକୁ ଗଲେ। ତାଙ୍କୁ ତାହା ଭାରି ଭଲ ଲାଗିଲା। ଦୈନନ୍ଦିନ ଜୀବନରେ ସାମନା କରୁଥିବା ସମସ୍ୟାର କେତେ ସହଜରେ ସମାଧାନ ହୋଇପାରିବ, ସେ ବାଟଟି ପ୍ରବଚକ କଥା ଛଳରେ ଅତି ଚମତ୍କାର ଭାବେ ଦେଖାଇ ଦେଉଥିଲେ। ପ୍ରବଚନ ଶୁଣିବା ପରେ ବ୍ୟକ୍ତି ଜଣକ ସ୍ଥିର କଲେ ସେ ସବୁ କଥା ଜୀବନରେ ଆପଣାଇବେ ଏବ˚ ଶାନ୍ତିରେ ରହିବେ।
ତେବେ ପର ଦିନ ସକାଳୁ ପ୍ରତି ଦିନ ଭଳି ଟିକିଏ ଟିକିଏ କଥାକୁ ନେଇ ସେ ଓ ତାଙ୍କ ପତ୍ନୀଙ୍କ ଭିତରେ କଥା କଟାକଟି ହେଲା। ତାହା ବଢ଼ି କଳହର ରୂପ ନେବାରୁ ବ୍ୟକ୍ତି ଜଣକ ପ୍ରବଚନକୁ ମନେ ପକାଇ ନିଜ ଅହ˚କୁ ପ୍ରଶ୍ରୟ ଦେବେ ନାହିଁ େବାଲି ଯେତେ ଚେଷ୍ଟା କଲେ ବି କିଛି ଲାଭ ହେଲା ନାହିଁ। ପ୍ରବଚକ କହିଥିଲେ- ଅହ˚ ମୁକ୍ତ ହେଲେ ମଣିଷ ଭିତରେ ଉଦାରତା ଏବ˚ କ୍ଷମାର ଭାବ ଜାତ ହେବ ଓ ତହିଁରୁ ଶାନ୍ତି ମିଳିବ। ତାହା ପ୍ରମାଣ କରିବା ଲାଗି ଗପଟିଏ ବି କହିଥିଲେ। କିନ୍ତୁ ଅହ˚ର ଫୁତ୍କାରକୁ ଚାପି ଧରି ରହିବା ଅଧିକ ସମୟ ଲାଗି ସମ୍ଭବପର ନ ଥିଲା।
ଏଣୁ ବ୍ୟକ୍ତି ଜଣକ ଭୀଷଣ ବିଚଳିତ ହୋଇ ପର ଦିନ ପ୍ରବଚକ ମହାଶୟଙ୍କୁ ଭେଟି ଅହ˚ ମୁକ୍ତ ହେବାର ବାଗ ବିଷୟରେ ଜାଣିବାକୁ ଚାହିଁଲେ। ପ୍ରବଚକ ଏବେ ଦୀର୍ଘଶ୍ବାସ ପକାଇଲେ ଓ କହିଲେ- ବାବୁ, ଏବେ ସତ କହିବାକୁ ବାଧ୍ୟ ହେଉଛି। ମୁଁ ଖାଲି ପ୍ରବଚନ ଦିଏ ଯାହା କାନକୁ ଭଲ ଶୁଭେ ଓ ମନକୁ ଭଲ ଲାଗେ। କିନ୍ତୁ ତାକୁ କାର୍ଯ୍ୟରେ ପାଳନ କରିବା ଅତି କଷ୍ଟକର। ଗୁମର କଥାଟିଏ କହୁଛି। ମୋ ଧର୍ମପତ୍ନୀଙ୍କ ସହିତ ମୋ କଳି ତ ନିତିଦିନିଆ କଥା। ତେଣୁ ମୁଁ ନିରୁପାୟ।
ନିରୁପାୟ ପ୍ରବଚକ
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2021/12/foot.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)