ଜଣେ ମହାଦାନୀ ସମ୍ରାଟ ଥିଲେ। କୁହାଯାଉଥିଲା ଯେ ତାଙ୍କ ଭଳି ଦାନୀ କେହି ନାହାନ୍ତି। ସେ ମଧୢ ତାହା ଭାବୁଥିଲେ। ଜଣେ ପରିବ୍ରାଜକ କିନ୍ତୁ ଦିନେ ତାଙ୍କୁ କହିଲେ- ସମ୍ରାଟ, ଏମିତି ଏକ ରାଜ୍ୟ ଅଛି ଯାହାର ରାଜାଙ୍କ ଭଳି ଦାନୀ ଅତି ବିରଳ।
ସମ୍ରାଟ ପଚାରିଲେ- ସେ ରାଜ୍ୟର ରାଜା ପ୍ରତିଦିନ କେତେ ସ୍ବର୍ଣ୍ଣ ମୁଦ୍ରା ଦାନ କରନ୍ତି?
ପରିବ୍ରାଜକ କହିଲେ- ମଣିମା, ସେ ରାଜ୍ୟ ଗୋଟିଏ ନିହାତି ଛୋଟ ରାଜ୍ୟ। ସେ ରାଜ୍ୟରେ କେହି ଅତିଶୟ ଧନୀ ନୁହନ୍ତି କି ଅତି ଗରିବ ମଧୢ ନୁହନ୍ତି। ରାଜ୍ୟର ରାଜାଙ୍କ ଘର ଅତି ସାଧାରଣ, ଆପଣଙ୍କ ଉଆସ ଭଳି ନୁହେଁ। ସତ କହିଲେ ରାଜାଙ୍କୁ ଦେଖିଲେ ସେ ସାଧାରଣ ଲୋକଙ୍କ ଭଳି ଲାଗିବେ।
ଏବେ ସମ୍ରାଟ ପରିବ୍ରାଜକଙ୍କୁ ପଚାରିଲେ ସେ କେମିତି ସବୁଠାରୁ ବଡ଼ ଦାନୀ ସେ କଥାଟି ଆଗ କହନ୍ତୁ।
ପରିବ୍ରାଜକ କହିଲେ- କହୁଛି! ସେ ରାଜା କହନ୍ତି ଯେ କୌଣସି ଜିନିଷ ତୁମର ନୁହେଁ। ତେଣୁ କୌଣସି ଜିିନିଷ ଉପରେ ତୁମର ଦାବି ନାହିଁ। ଜିନିଷଟି ତୁମ ପାଖରେ ଅଛି ତ ତାହା ତୁମର, କିନ୍ତୁ ତାହା ଯଦି କାଲି ଅନ୍ୟ କାହା ପାଖକୁ ଚାଲିଗଲା ତେବେ ତାହା ତା’ର। ଏଭଳି ସ୍ଥଳେ ଏକ ବୈରାଗ୍ୟ ତାଙ୍କ ପାଖରେ ରହିଛି, ଯାହା ଫଳରେ ସେ ଅନ୍ୟକୁ ସର୍ବସ୍ବ ମଧୢ ଦେଇ ଦେଇପାରନ୍ତି।
ସମ୍ରାଟ ସେ ଦରିଦ୍ର ରାଜା କଥା ଶୁଣି ପ୍ରଭାବିତ ହେଲେ।
ପରିବ୍ରାଜକ କହିଲେ- ଏବ˚ ସବୁଠାରୁ ବଡ଼ କଥା ହେଲା ସେ ରାଜା କାହାକୁ କ’ଣ ଦିଅନ୍ତି, ତା’ର ହିସାବ ରଖନ୍ତି ନାହିଁ; କାହାକୁ ଦେଲେ ମନେ ରଖନ୍ତି ନାହିଁ। ଦାନକୁ ନେଇ କିଏ କ’ଣ କଲା ତାହା ମଧୢ ଜାଣିବାକୁ ଚେଷ୍ଟା କରନ୍ତି ନାହିଁ।
ଏବେ ସମ୍ରାଟ ବୁଝି ପାରିଲେ ଅସଲ ଦାନୀ କାହାକୁ କହନ୍ତି।