ଜଣେ ସାଧୁ ଈଶ୍ବରଙ୍କ ସାନ୍ନିଧୢ ପାଇବା ଲାଗି ଗଭୀର ଭାବେ ଧ୍ୟାନରତ ଥିଲେ। ଏ ସମୟରେ ନିଷ୍ପ୍ରଭ ଭାବେ କାନରେ ପଡ଼ିଲା- ମୋତେ କିଛି ଖାଇବାକୁ ଦିଅନ୍ତୁ ମହାତ୍ମା। ମୁଁ କ୍ଷୁଧାତୁର।
ସାଧୁ ସାଙ୍ଗେସାଙ୍ଗେ ଧୢାନରୁ ଉଠିଲେ। ତାଙ୍କ ଆଗରେ ଘୁଷୁରି ଘୁଷୁରି ଆସିଥିବା ଜଣେ ଅତ୍ୟନ୍ତ କ୍ଷୁଧାତୁର ବ୍ୟକ୍ତି ପଡ଼ି ରହିଥିଲା। ସାଧୁ ଧ୍ୟାନ କରିବା କଥା ଭୁଲିଗଲେ ଏବଂ ସେହି ବ୍ୟକ୍ତିକୁ ଖାଦ୍ୟପେୟ ଦେଇ ଓ ସେବା କରି ସାଷ୍ଟମ କରିବାରେ ଲାଗିଲେ।
ସେହି ବ୍ୟକ୍ତି ସାଷ୍ଟମ ହେବା ପରେ ସାଧୁଙ୍କୁ କହିଲେ- ଆପଣଙ୍କ ଧୢାନ ଭଙ୍ଗ କରିଥିବାରୁ ମୁଁ ଦୁଃଖିତ। ଆପଣଙ୍କ କରୁଣା ମୋ ଜୀବନ ବଞ୍ଚାଇଲା।
ସାଧୁ ସାମାନ୍ୟ ହସି କହିଲେ- ଗତ ଆଠ ବର୍ଷ ଧରି ମୁଁ ଏଭଳି ତପସ୍ୟା କରି ଆସିଛି। ପ୍ରତ୍ୟେକ ଥର ମୁଁ ‌େଯତେବେଳେ ଉପଲବ୍‌ଧି କରିଛି ଯେ ଈଶ୍ବରଙ୍କ ସହିତ ସାକ୍ଷାତର କ୍ଷଣ ଉପନୀତ, ସେତିକି ବେଳେ କେହି ନା କେହି ପହଞ୍ଚି ମୋ ସାହାଯ୍ୟ ଲୋଡ଼ିଛନ୍ତି ଏବଂ ମୁଁ ତପସ୍ୟା ଛାଡ଼ି ସାହାଯ୍ୟ କରିଛି। ତେଣୁ ଏହା କିଛି ନୂଆ କଥା ନୁହେଁ। ମୁଁ ଏବେ ପୁଣି ସାଧନା ଆରମ୍ଭ କରିବି।
କ୍ଷୁଧିତ ବ୍ୟକ୍ତି ଏହା ଶୁଣି କହିଲେ- ମହାତ୍ମା, ମୁଁ ସତରେ ଦୁଃଖିତ। ଆପଣଙ୍କ ସାଧନାରେ ବ୍ୟାଘାତ ଘଟାଇଲି।
ସାଧୁ କହିଲେ- ଏଭଳି ମୋ ସହିତ ଚାରି ଥର ଘଟିଲାଣି। ପ୍ରତ୍ୟେକ ଥର କୌଣସି ବିପନ୍ନକୁ ସାହାଯ୍ୟ କରିବା ବେଳେ ମୋତେ ଲାଗିଛି ଯେ ଈଶ୍ବରଙ୍କ ସହିତ ସାକ୍ଷାତ କରିବାର ଯେଉଁ କ୍ଷଣ ଆସୁଥିଲା, ତାହା ଏଭଳି ଫଳିଲା। ତେଣୁ ମୁଁ ପୁଣି ଥରେ ଈଶ୍ବରଙ୍କ ସାନ୍ନିଧ୍ୟ ଲାଭ କରିବାକୁ ତପସ୍ୟାରେ ବସିବି ଓ ପୁଣି ଥରେ କାହାକୁ ନା କାହାକୁ ସାହାଯ୍ୟ କରିବାର ସୁଯୋଗ ପାଇବି। ଏହା ତ ଈଶ୍ବରଙ୍କ ସହିତ ସାକ୍ଷାତ!