ସନ୍ଥଙ୍କ ଭୟ

କଥାଟିଏ-ଯାଯାବର

ଆରବର ରାଜା ଥରେ ଖୋଜିଲେ ସ˚ପୂର୍ଣ୍ଣ ଭାବେ ଭୟଶୂନ୍ୟ ବ୍ୟକ୍ତିଙ୍କୁ। ସେଥି ଲାଗି ସେ ଅନେକ ଲୋକଙ୍କୁ କାମରେ ଲଗାଇଲେ। ସେମାନେ ଖୋଜି ଖୋଜି ଶେଷରେ ଜଣେ ସ˚ପୂର୍ଣ୍ଣ ଭୟ ଶୂନ୍ୟ ଲୋକ ପାଇଲେ। ସେ ଥିଲେ ଆରବର ଉତ୍ତପ୍ତ ମରୂଭୂମିର କୌଣସି ଏକ ସ୍ଥାନରେ ରହୁଥିବା ଜଣେ ସନ୍ଥ।
ଆରବର ରାଜା କହିଲେ- ତେବେ ସ˚ପୂର୍ଣ୍ଣ ଭାବେ ଭୟଶୂନ୍ୟ ଲୋକ ମୋ ରାଜ୍ୟରେ ଅଛନ୍ତି! ଚାଲ ତାଙ୍କୁ ଦେଖିବା ଓ ପରୀକ୍ଷା କରିବା। ରାଜା ସେ ସ୍ଥାନରେ ପହଞ୍ଚି ଦେଖିଲେ ଯେ ମରୁଭୂମି ଭିତରେ ଏଭଳି ଏକ ସ୍ଥାନରେ ସନ୍ଥ ରହୁଛନ୍ତି ଯାହା କେବଳ ଜନମାନବଶୂନ୍ୟ ନୁହେଁ, ସେଠି ଜୀବନ ଧାରଣ କରି ରହିବା ଅତ୍ୟନ୍ତ ଦୁରୂହ ବ୍ୟାପାର। ଜଳର ଅଭାବ ଓ ଖାଦ୍ୟର ଅଭାବଠାରୁ ଆରମ୍ଭ କରି ଅତ୍ୟନ୍ତ ପ୍ରତିକୂଳ ପରିବେଶ ଭିତରେ ସନ୍ଥ ରହିଥିଲେ। ସେଠାରେ ସାଧାରଣ ଭାବେ ଜିଇବା ମଧୢ ଥିଲା ଏକ ଜୀବନ ମୃତ୍ୟୁର ସ˚ଗ୍ରାମ ଭଳି କଠିନ। ରାଜା ବୁଝିପାରିଲେ ଯେ ସେଇ ପରିସ୍ଥିତିରେ ବାସ କରିଥିବା ବ୍ୟକ୍ତି ଭୟ ଶୂନ୍ୟ ହିଁ ହୋଇଥିବା ନିଶ୍ଚିତ।
ରାଜା ସନ୍ଥଙ୍କୁ ଅଭିବାଦନ କଲେ। ଏଭଳି ପରିସ୍ଥିତିରେ ଥାଇ ମଧୢ ସନ୍ଥ ଦିଶୁଥିଲେ ଶୀତଳ ଓ ଅବିଚଳିତ। ରାଜା ତାଙ୍କୁ କହିଲେ- ମହାତ୍ମା, ଆପଣଙ୍କୁ ଦେଖିବା ମାତ୍ରକେ ମୁଁ ବୁଝିପାରୁଛି ଯେ ସ˚ପୂର୍ଣ୍ଣ ଭୟଶୂନ୍ୟ ବ୍ୟକ୍ତି ପାଇବା ଲାଗି ମୋ ଅନ୍ବେଷଣର ସମାପ୍ତି ହୋଇଛି।
ସନ୍ଥ କହିଲେ- କିଏ କହିଲା ମୁଁ ସ˚ପୂର୍ଣ୍ଣ ଭାବେ ଭୟଶୂନ୍ୟ ବୋଲି?
ରାଜା କହିଲେ- ଆପଣଙ୍କ ପରିସ୍ଥିତି ହିଁ ତାହା ବୁଝାଇ ଦେଉଛି। ଆପଣ ନିଶ୍ଚିତ ସ˚ପୂର୍ଣ୍ଣ ନିର୍ଭୀକ।
ସନ୍ଥ କହିଲେ ନା ମୁଁ ସ˚ପୂର୍ଣ୍ଣ ଭୟଶୂନ୍ୟ ନୁହେଁ।
ରାଜା ବିସ୍ମିତ ହୋଇ କହିଲେ- ଆପଣ କାହାକୁ ଭୟ କରନ୍ତି? ଭଗବାନଙ୍କୁ?
ସନ୍ଥ କହିଲେ- ନା, ଭଗବାନଙ୍କୁ ନୁହେଁ। ମୁଁ ମୋ ନିଜକୁ ଭୟ କରେ। କାଳେ ମୋ ମନରେ ଭୟଶୂନ୍ୟ ବୋଲି ଅହମିକା ପଶିଯିବ, ତାକୁ ହିଁ ଭୟ କରେ।

ସମ୍ବନ୍ଧିତ ଖବର