ବୁଦ୍ଧଙ୍କ ସ୍ବାଗତ

କଥାଟିଏ- ଯାଯାବର

ବୁଦ୍ଧ ନିଜ ଶିଷ୍ୟମାନଙ୍କ ସହିତ ଗୋଟିଏ ରାଜ୍ୟରେ ପ୍ରବେଶ କଲା ବେଳକୁ ରାଜ୍ୟ ସାରା ହୁରି ପଡ଼ିଗଲା ଯେ ବୁଦ୍ଧ ଆସିଛନ୍ତି। ରାଜ୍ୟର ରାଜାଙ୍କ ପାଖକୁ ବି ଏ ଖବର ଗଲା। ରାଜ୍ୟବାସୀଙ୍କ ମନରେ ପ୍ରବଳ ଉତ୍କଣ୍ଠା। ମନ୍ତ୍ରୀ ମହୋଦୟ ରାଜାଙ୍କୁ କହିଲେ- ରାଜଧାନୀରେ ବୁଦ୍ଧ ପ୍ରବେଶ କରିବା ପୂର୍ବରୁ ଆମେ ରାଜଧାନୀର ଦ୍ବାର ଦେଶରେ ରହି ତାଙ୍କୁ ପାଛୋଟି ଆଣିବା ଦରକାର।
ରାଜା ଏହା ଶୁଣି ଭ୍ରୂକୁ˚ଚନ କରି କହିଲେ- ମହାମନ୍ତ୍ରୀ, ଆପଣଙ୍କ ମୁଣ୍ତ ବୋଧହୁଏ ଖରାପ ହୋଇଗଲାଣି। ମୁଁ ହେଉଛି ରାଜା। ମୁଁ ପୁଣି ଯିବି ଜଣେ ଭିକ୍ଷୁକକୁ ପାଛୋଟି ଆଣିବା ଲାଗି?
ମନ୍ତ୍ରୀ ଏହା ଶୁଣି ନିରବ ରହିଲେ। କିନ୍ତୁ ହସିଦେଲା ପାଖରେ ଠିଆ ହୋଇଥିବା ପ୍ରହରୀ।
ରାଜା ପଚାରିଲେ- ତୁମେ ହସିଲ କାହିଁକି?
ମନ୍ତ୍ରୀ ମଧୢ ପ୍ରମାଦ ଗଣିଲେ। ସେ ପ୍ରହରୀକୁ କହିଲେ- ରାଜାଙ୍କ କଥାରେ ହସିବା ରାଜାଙ୍କ ପ୍ରତି ଅପମାନ ବୋଲି ଜାଣିଛ ତ? ତୁମେ କାହିଁକି ହସିଲ?
ପ୍ରହରୀ କହିଲା- ମହାରାଜଙ୍କୁ ଅବଜ୍ଞା କରିବା ଲାଗି ମୋର ଏ ହସ ନ ଥିଲା। ହଠାତ୍‌ ଗୋଟିଏ କଥା ମନରେ ଚମକି ଗଲା ବୋଲି ହସ ଲାଗିଲା।
ରାଜା କହିଲେ- କି କଥା?
ପ୍ରହରୀ କହିଲା- ବୁଦ୍ଧଙ୍କୁ ଆପଣ ସିନା ଭିକ୍ଷୁ ବୋଲି କହି ହେୟ ଜ୍ଞାନ କଲେ ମଣିମା, ହେଲେ ବୁଦ୍ଧଙ୍କ ଭଳି ଧନୀ ଏ ପୃଥିବୀରେ କେହି ନାହାନ୍ତି। କାରଣ ଇଏ ହେଉଛନ୍ତି ସେଇ ଲୋକ ଯିଏ ଅପରିମେୟ ସ˚ପତ୍ତିକୁ ପାଦରେ ଆଡ଼େଇ ଚାଲିଆସିଛନ୍ତି, ଅଥଚ ପୃଥିବୀର ସବୁ ରାଜା ଓ ରାଜଚକ୍ରବର୍ତ୍ତୀମାନେ ସେଇ ସନନ୍ଦର ଦାସ ହୋଇ ରହିଛନ୍ତି।
ରାଜା ଏ କଥା ନିରବରେ ଶୁଣିଲେ ଏବ˚ କହିଲେ ବୁଦ୍ଧଙ୍କୁ ସ୍ବାଗତ କରିବା ଲାଗି ଆୟୋଜନ କର।

ସମ୍ବନ୍ଧିତ ଖବର