ଜଣେ ବିଦ୍ବାନ ଯୁବକଙ୍କ ଅନାଗ୍ରହ ସତ୍ତ୍ବେ ତାଙ୍କୁ ବିବାହ କରାଇ ଦିଆଯିବାରୁ ସେ ଭୀଷଣ ଅସନ୍ତୁଷ୍ଟ ହେଲେ ଏବ˚ ବିବାହ ପରେ ଏହାର ପରିଣାମରେ ତାଙ୍କ ପତ୍ନୀଙ୍କୁ ହତାଦର କଲେ।
ଦିନକର କଥା। ପତ୍ନୀ ତାଙ୍କ ଲାଗି ବାଢ଼ି ଖାଇବା ଲାଗି ଡାକିବା ପରେ ଯୁବକ ଆସୁଛି ବୋଲି କହି ବାହାରକୁ ଚାଲିଗଲେ। ସେ ପ୍ରକୃତରେ ଗଲେ ନିଜ ଗୁରୁଙ୍କ ଆଶ୍ରମକୁ। ସେଠାରେ ପୁରୁଣା ମିତ୍ର ଏବ˚ ଗୁରୁଙ୍କ ସହିତ ଆଳାପ, ବିଦ୍ୟା ଚର୍ଚ୍ଚା ଓ ବିତର୍କ ଆଦିରେ ମାତି ରହିଲେ। ସେ ଭୁଲିଗଲେ କେତେବେଳେ ଦିନ ସରି ରାତି ଆସିଗଲା। ସେ ଆଉ ଘରକୁ ନ ଫେରି ସେଠାରେ ରହିଗଲେ। ଦିନକ ପରେ ତାଙ୍କ ମନରେ ତାଙ୍କ ପତ୍ନୀଙ୍କ ପ୍ରତି ଟିକିଏ ଦୟା ସ˚ଚାର ହେଲା। ସେ ଭାବିଲେ- ଏଣିକି ଯାଇ ଦେଖିବା ସେ କେମିତି ଅଛି!
ସେ ଘରକୁ ଯାଇ ଯାହା ଦେଖିଲେ ସେଥିରେ ଚକିତ ହୋଇଗଲେ। ପତ୍ନୀ ତାଙ୍କୁ ଘରକୁ ପାଛୋଟି ନେଲେ। ସେ କେଉଁଠି ଥିଲେ ତାହା ପଚାରିଲେ ନାହିଁ। ମଧୢାହ୍ନ ହୋଇଯାଇଥିବାରୁ ଖାଦ୍ୟ ବାଢ଼ିଦେଲେ। ଏଥିରେ କିଞ୍ଚିତ ଅନୁତପ୍ତ ସ୍ବାମୀ ପଚାରିଲେ- ତୁମେ ଖାଇଛ ନା ନାହିଁ?
ପତ୍ନୀ କହିଲେ- ତୁମେ ଖାଇଛ କି ନାହିଁ ନ ଜାଣି ମୁଁ କେମିତି ଅନ୍ନ ପାଟିକୁ ନେଇ ଥାଆନ୍ତି!
ବିଦ୍ବାନ ଯୁବକ ଲଜ୍ଜାନତ ହେଲେ। ସେ କହିଲେ- ତୁମେ ଅସାଧାରଣ। ମୋର ଭୁଲ୍ ହୋଇଛି।
କିନ୍ତୁ ପତ୍ନୀ କହିଲେ- ନା ସେମିତି ଭାବନାହିଁ। ମୋର ପରୀକ୍ଷା କଲ ବୋଲି ସିନା ମୋ ବିଷୟରେ ଜାଣିଲ।
ଯୁବକ ପତ୍ନୀଙ୍କ ହାତକୁ ଧରି କହିଲେ- ମୁଁ ଗଭୀର ଭାବେ ଅନୁତପ୍ତ। ତୁମେ କେବଳ ଅସାଧାରଣ ନୁହେଁ, ମହାନ ମଧୢ।
ଦଂପତିଙ୍କ କାହାଣୀ
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2022/07/foot-kathatia.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)