ହୁେସନ ଥିଲେ ଜଣେ ସୁଫି ଫକିର। େସ ବିଭିନ୍ନ ସ୍ଥାନ ଘୂରି ବୁଲୁଥିଲେ। ଏହି କ୍ରମରେ ସେ ଗୋଟିଏ ରାଜ୍ୟରେ ପହଞ୍ଚିଲେ, ଯେଉଁଠି ସେ ଶୁଣିଲେ ଯେ ରାଜା ସପ୍ତାହର ଗୋଟିଏ ଦିନ ସକାଳେ ଯେଉଁ ଲୋକକୁ ପ୍ରଥମେ ଭେଟନ୍ତି, ସେ ଲୋକ ଯାହା ମାଗେ ତାକୁ ତାହା ଦେଇ ଦିଅନ୍ତି। ହୁସେନ ଏହା ଶୁଣି ରାଜାଙ୍କୁ ପରୀକ୍ଷା କରିବାକୁ ସ୍ଥିର କଲେ।
ନିର୍ଦ୍ଦିଷ୍ଟ ଦିନର ଅତି ସକାଳୁ ସେ ରାଜ ଦୁଆରେ ଉପସ୍ଥିତ ହେଲେ। ରାଜା ବଗିଚାରେ ବୁଲୁଥିଲେ। ଜଣେ ଫକିର ତାଙ୍କ ଆଡ଼କୁ ଆସୁଥିବା ଦେଖି ସେ ଖୁସି ହୋଇଗଲେ। ସେ ହୁସେନଙ୍କୁ ସ୍ବାଗତ କଲେ ଓ ପଚାରିଲେ- ଆପଣ କ’ଣ ପାଇବାକୁ ଚାହାଁନ୍ତି କୁହନ୍ତୁ।
ହୁସେନ ପଚାରିଲେ- ଯାହା ଚାହିଁବି, ଆପଣ ଦେବେ?
ରାଜା କହିଲେ- ଯାହା ଚାହିଁବେ।
ହୁସେନ ଟିକିଏ ବି ସଂକୋଚ ନ କରି କହିଲେ- ତାହା ହେଲେ ମୋତେ ଆପଣଙ୍କ ପୂରା ରାଜ୍ୟ ଦିଅନ୍ତୁ ଏବଂ ଏହି କ୍ଷଣି ଏଠାରୁ ବାହାରି ଯାଅାନ୍ତୁ।
ରାଜା ଏହା ଶୁଣି ଯେମିତି ଖୁସିରେ ନାଚି ଉଠିଲେ। ଉପରକୁ ଚାହିଁ ସେ କହିଲେ- ଈଶ୍ବର, ଏତେ ଦିନ ପରେ ଯାଇ ତୁମେ ମୋ ମନୋକାମନା ପୂରଣ କଲ! ମୁଁ ତ ଏହି ଦିନକୁ ଅପେକ୍ଷା କରି ରହିଥିଲି!
ଏହା ପରେ ସେ ହୁସେନଙ୍କୁ କହିଲେ- ଏ ରାଜ୍ୟ ଓ ମୋର ସବୁ କିଛି ଏବେ ଆପଣଙ୍କର। ମୋର ଏ ବସ୍ତ୍ର ବି ଏଠାରେ ଛାଡ଼ି ଚାଲିଯିବି। କେବଳ ଲଜ୍ଜା ନିବାରଣ ଲାଗି ଆପଣଙ୍କ ବସ୍ତ୍ରଟି ମୋେତ ଦିଅନ୍ତୁ, ଏତିକି ଅନୁରୋଧ।
ହୁସେନ ଏହା ଦେଖି ତଟସ୍ଥ ହୋଇଗଲେ। ତା’ ପରେ ସେ ରାଜାଙ୍କ ହାତ ଧରି ପକାଇ କହିଲେ- ମୁଁ ହୁସେନ। ଲୋକେ ମୋତେ ସନ୍ଥ ହୁସେନ ବୋଲି ଡାକନ୍ତି। ସେମାନେ ଆପଣଙ୍କୁ ଦେଖି ନାହାନ୍ତି। ସେଥି ଲାଗି ସେମାନେ ମୋ ନାମ ସହିତ ସନ୍ଥ ଯୋଡ଼ିଛନ୍ତି! ଆପଣ ହିଁ ପ୍ରକୃତ ସନ୍ଥ।
ପ୍ରକୃତ ସନ୍ଥ
କଥାଟିଏ-ଯାଯାବର