ଗୋଟିଏ ସହରରେ ଥିଲେ ଜଣେ ଅତ୍ୟନ୍ତ ଧନୀ ବଣିକ। ସେ ଥିଲେ ଅତ୍ୟନ୍ତ ସୁଖୀ। ତାଙ୍କ ଘର ସଦାବେଳେ ବନ୍ଧୁବାନ୍ଧବ, କଥାବାର୍ତ୍ତା ଓ ହାସ୍ୟରୋଳରେ ଭରି ରହୁଥିଲା। ବ୍ୟସ୍ତତା ଭିତରେ ବି ସେ ସର୍ବଦା ପ୍ରସନ୍ନ ରହୁଥିଲେ।
ଥରେ ତାଙ୍କ ଘରକୁ ବୁଲି ଆସିଲେ ତାଙ୍କ ଘନିଷ୍ଠ ବନ୍ଧୁ। ସେ ମଧୢ ଥିଲେ ଅତ୍ୟନ୍ତ ଧନୀ। କିନ୍ତୁ ସେ ସର୍ବଦା ଚାପଗ୍ରସ୍ତ ହୋଇ ରହୁଥିଲେ।
ଦିନେ ବଣିକଙ୍କୁ ତାଙ୍କ ବନ୍ଧୁ ପଚାରିଲେ- ଭାଇ ସମସ୍ତେ ଭାବୁଛନ୍ତି ଯେ ମୁଁ ଅଚଳାଚଳ ସ˚ପତ୍ତିର ମାଲିକ ହୋଇଥିବାରୁ ବହୁତ ସୁଖୀ। କିନ୍ତୁ, ମୁଁ ଆଦୌ ସୁଖୀ ନୁହେଁ। ଅଧା ସମୟ ସ˚ପତ୍ତି ଉପାର୍ଜନ କରିବାରେ କଟିଗଲା। ଏବେ ମନରେ ଭୟ ରହୁଛି ଯେ ସତର୍କ ନ ହେଲେ କାଳେ ସବୁ ଚାଲିଯିବ। କିନ୍ତୁ ତୁମକୁ ଦେଖୁଛି ଯେ ତୁମେ ମସ୍ତ ଖୁସିରେ ଅଛ। କିନ୍ତୁ କେମିତି?
ବଣିକ କହିଲେ- ପାଞ୍ଚଟି ଶବ୍ଦକୁ ଗଣ୍ଠିଧନ କରି ରଖିଛି। ସେଗୁଡ଼ିକ ହେଲା ଶ୍ରଦ୍ଧା, ବିଶ୍ବାସ, ବୈରାଗ୍ୟ, ଅର୍ପଣ ଓ ଭକ୍ତି। ପ୍ରଥମ କଥା ହେଲା ମୁଁ ମୋ ଚାରି ପାଖର ସବୁ ଲୋକଙ୍କୁ ଗଭୀର ଶ୍ରଦ୍ଧା ଓ ବିଶ୍ବାସ କରେ। ତେଣୁ ସେମାନେ ବି ମୋତେ ଭଲ ପାଆନ୍ତି। ଏଥିରେ କାହାକୁ ଜଗିବାର ଲୋଡ଼ା ପଡ଼େନାହିଁ। ଏ ଧନସ˚ପତ୍ତିକୁ ମୁଁ ଈଶ୍ବରଙ୍କ ଦାନ ବୋଲି ଭାବେ। ତେଣୁ ମୋର ଏ ସବୁ ପ୍ରତି ଏକ ବୈରାଗ୍ୟ ରହିଛି। ସେଇ ବୈରାଗ୍ୟ ହେତୁ ମୋ ସ˚ପତ୍ତିକୁ ମୁଁ ସାଧାରଣ ଲୋକଙ୍କ ଖୁସି ପାଇଁ ଅକାତରେ ବ୍ୟୟ କରେ। ସେଇ ଅର୍ପଣରୁ ହିଁ ଶାନ୍ତି ମିଳେ। ଶେଷରେ ରହିଲା ଈଶ୍ବରଙ୍କ ପ୍ରତି ମୋ ଗଭୀର ଆସ୍ଥା। ତାଙ୍କ ପ୍ରତି ଆସ୍ଥା ରଖିଲେ ଭୟଶୂନ୍ୟ ହୋଇ ବଞ୍ଚିବା ସମ୍ଭବ ହୁଏ। ତେଣୁ ଆନନ୍ଦରେ ଦିନ କଟେ।
ପାଞ୍ଚଟି କଥା
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2022/07/foot-kathatia.jpg)