ରାଜକୁମାରଙ୍କ ଶସ୍ତ୍ର ଶିକ୍ଷା

କଥାଟିଏ-ଯାଯାବର

ଶସ୍ତ୍ର ଶିକ୍ଷା ପାଇବା ପାଇଁ ରାଜକୁମାରଙ୍କୁ ନେଇ ରାଜା ପହଞ୍ଚିଲେ ବିଖ୍ୟାତ ଶସ୍ତ୍ର ଗୁରୁଙ୍କ ପାଖରେ। ଗୁରୁ ଯୁବରାଜଙ୍କୁ ଗ୍ରହଣ କଲେ ସତ, କିନ୍ତୁ ତୁରନ୍ତ ତାଙ୍କୁ ନିଜ ଗୁରୁଙ୍କ ପାଖକୁ ପଠାଇଦେଲେ। ଗୁରୁଙ୍କ ଗୁରୁ ଥିଲେ ଜଣେ ଚଣ୍ତାଳ। ସ˚ସାର ଦୃଷ୍ଟିରେ ଯାହା ଘୃଣ୍ୟ ତାହା ସେ କରୁଥିଲେ। ସେ ରାଜକୁମାରଙ୍କୁ ଶସ୍ତ୍ର ଶିକ୍ଷା ନ ଦେଇ ନିଜ କାମରେ ଲଗାଇ ଦେଲେ। ରାଜକୁମାର ପ୍ରଥମେ ଏଭଳି ଶିକ୍ଷାର ମର୍ମ ବୁଝି ପାରିଲେ ନାହିଁ। ହେଲେ, ସେ ଥିଲେ ବିଚାରବୁଦ୍ଧି ସଂପନ୍ନ। ସୁତରାଂ, ପ୍ରତିବାଦ ନ କରି ସେ ଗୁରୁଙ୍କ ଆଜ୍ଞା ପାଳନ କରି କାମରେ ଲାଗିଲେ। ସେ କାମ ସ˚ପାଦନ କରିବା ନିହାତି କଷ୍ଟକର ଥିଲା। କିନ୍ତୁ ସେ ଭାଙ୍ଗି ପଡ଼ିଲେ ନାହିଁ। ସେ ମୁଣ୍ତପାତି ସବୁ ସହିଗଲେ। ଅନେକ ଦିନ ବିତିଗଲା। ସେ କ୍ରମେ ଚଣ୍ତାଳ ହୋଇଗଲେ। କିଛି ଦିନ ପରେ ଦିନେ ସେଠାରେ ପହଞ୍ଚିଲେ ଗୁରୁ ଏବ˚ ତାଙ୍କ ସାଙ୍ଗରେ ଥିଲେ ରାଜା। ରାଜା ନିଜ ପୁଅର ଅବସ୍ଥା ଦେଖି ସ୍ତମ୍ଭୀଭୂତ ହୋଇଗଲେ। ସେ କାନ୍ଦି ପକାଇ କହିଲେ- ଆପଣ ମୋ ପୁଅର ୟେ କି ଅବସ୍ଥା କରିଛନ୍ତି?

ଗୁରୁ କହିଲେ- ମହାରାଜ ଆପଣଙ୍କ ପୁଅ ଏବେ ପୃଥିବୀର ସବୁଠାରୁ ଉତ୍ତମ ଯୋଦ୍ଧା ହେବା ଲାଗି ପ୍ରସ୍ତୁତ। ଏବେ ମୁଁ ତାକୁ ଶସ୍ତ୍ର ଶିକ୍ଷା ଦେବି। ଜଣେ ଉତ୍ତମ ଶସ୍ତ୍ର ଚାଳନା କରିପାରେ, କିନ୍ତୁ ସେ ଯେ ଭଲ ଯୋଦ୍ଧାରେ ପରିଣତ ହେବ, ତାହା କୁହାଯାଇ ନ ପାରେ। ଯେଉଁ ବ୍ୟକ୍ତି କୌଣସି ପ୍ରତିକୂଳ ପରିସ୍ଥିତିରେ ବି ଭୟଭୀତ ନ ହୁଏ, ଧୈର୍ଯ୍ୟ ବଳବତ୍ତର ରଖେ, ତେବେ ସେ ଯୋଦ୍ଧା ହେବା ଲାଗି ପ୍ରସ୍ତୁତ ବୋଲି ଜଣାଯିବ। ଏବେ ରାଜକୁମାର ପ୍ରସ୍ତୁତ। ତେଣୁ ଏବେ ମୋ ପାଖରୁ ସେ ଶସ୍ତ୍ର ଶିକ୍ଷା ପାଇବେ ଏବଂ ସବୁଠାରୁ ଅଧିକ ଭଲ ଯୋଦ୍ଧାରେ ପରିଣତ ହେବେ।

ସମ୍ବନ୍ଧିତ ଖବର