ଥରେ ଗୋଟିଏ ବଡ଼ ଡକାୟତି ଘଟଣାରେ ଗୋଟିଏ ଗ୍ୟାଙ୍ଗ୍ର ଚାରି ଜଣ ଯୁବକ ଧରା ପଡ଼ିଲେ। ସେମାନଙ୍କୁ ଜେଲ୍ ପଠାଇ ଦିଆଗଲା। ସେମାନେ ଗୋଟିଏ ଛୋଟ ସେଲ୍ରେ ବନ୍ଦୀ ଭାବେ ରହିଲେ।
ଜେଲ୍ ଭିତରେ ଏକୁଟିଆ ଥିବା ବେଳେ ପ୍ରଚୁର ଖାଲି ସମୟ ମିଳେ। ଦେଖାଗଲା ଯେ ସେଇ ଗ୍ୟାଙ୍ଗ୍ର ତିନି ସଦସ୍ୟ ସେଇ ସମୟରେ କେମିତି ଜେଲ୍ରୁ ପଳାଇବେ ସେଇ ଚିନ୍ତାରେ ରହିଲେ। କିନ୍ତୁ ଚତୁର୍ଥ ଜଣକର ମନରେ ଏକ ପରିବର୍ତ୍ତନ ଆସିଥିଲା। ସେ ଆତ୍ମସମୀକ୍ଷା କରିବାରେ ଲାଗିଥିଲା। ସେ ଜେଲ ଭିତରୁ ପଳାଇବା ଯୋଜନାରେ ସାମିଲ ହେଲା ନାହିଁ। କିଛି ମାସ ବିତିଗଲା। ସତକୁ ସତ ଦିନେ ରାତିରେ ତିନି ଜଣ ଜେଲ୍ କବାଟ ଭାଙ୍ଗି ପଳାୟନ କଲେ। ପର ଦିନ ସକାଳକୁ କେବଳ ସେଇ ଯୁବକ ସେଠାରେ ଥିବାର ଦେଖାଗଲା।
ଗଲା ବେଳକୁ ତା’ର ବନ୍ଧୁମାନେ ତାକୁ କହିଥିଲେ- ବୋକାଙ୍କ ଭଳି ହୁଅନା। ଆ ପଳାଇଯିବା। କିନ୍ତୁ ସେ କହିଥିଲା- ତୁମେମାନେ ଯାଅ। ମୁଁ ମୁକ୍ତ ହେବାକୁ ଚାହେଁ ସତ, କିନ୍ତୁ ନିୟମ ଅନୁସାରେ! ମୋ କୃତକର୍ମ ଲାଗି ଦଣ୍ତ ଭୋଗିସାରେ, ତା’ ପରେ ଯାଇ ଖଲାସ ହେବା କଥା।
ଅନ୍ୟ ତିନି ଜଣ ପଳାୟନ କଲେ। କହିବା ବାହୁଲ୍ୟ, କିଛି ଦିନ ଭିତରେ ସେ ତିନି ଜଣ ପୁଣି ଧରା ହୋଇ ଜେଲ୍କୁ ଆସିଲେ। ସେ ତିନି ଜଣଙ୍କ ଉପରେ ଅଧିକ କଟକଣା ଲାଗିଲା। ବିଚାର ପରେ ସେମାନେ ଅଧିକ ଦଣ୍ତ ପାଇଲେ। ମୁକ୍ତିର ଅସଲ ଆନନ୍ଦ କେଉଁଠି ତାହା ବୁଝି ନ ପାରି ସେମାନେ ଏଣିକି ଜେଲ୍ ଭିତରେ ଭାରି ଦହଗଞ୍ଜ ହେଲେ। କିନ୍ତୁ ଦୋଷ ଲାଗି ଦଣ୍ଡକୁ ସ୍ବୀକାର କରିଥିବା ଯୁବକ ତା’ର ସଜା କାଟି ପରିଶେଷରେ ଚେଲ୍ରୁ ବାହାରିଲା। ତା ମନରେ କୌଣସି ଆଉ ଗ୍ଳାନି ନଥିଲା। ଜେଲ୍ରୁ ବାହାରିବା ପରେ ସେ ଜଣେ ଶୃଙ୍ଖଳିତ ନାଗରିକ ଭଳି ଜୀବନ କାଟିଲା ଏବଂ ବୁଝିଲା ଯେ ଅସଲ ଶକ୍ତି ନିୟମ ମାନିବାରେ ଥାଏ। ଦୋଷର ମାର୍ଜନା ଦଣ୍ଡକୁ ସ୍ବୀକାର କରିବାରେ ଥାଏ।
ଦୋଷ ଓ ଦଣ୍ଡ
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2022/07/foot-kathatia.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)