ଜଣେ ପ୍ରସିଦ୍ଧ ଘୋଡ଼ା ବେପାରୀ ଥିଲେ। ତାଙ୍କ ପାଖରେ ବିରଳ ଆରବୀ ଘୋଡ଼ା ଥିଲେ। ଆରବୀ ଘୋଡ଼ାଗୁଡ଼ିକ ବହୁତ ଶକ୍ତିଶାଳୀ ଏବ˚ କର୍ମଠ। ତେଣୁ ସେମାନଙ୍କ ମୂଲ୍ୟ ବେଶ୍‌ ଅଧିକ।
ଥରେ ଜଣେ ଭଦ୍ରଲୋକ ଘୋଡ଼ା ବେପାରୀଙ୍କ ଠାରୁ ଘୋଡ଼ା କିଣିବାକୁ ଆସିଲେ। ବେପାରୀ ତାଙ୍କୁ ଅସ୍ତାବଲରେ ଥିବା ଘୋଡ଼ାଗୁଡ଼ିକୁ ଦେଖାଇବା ବେଳେ ନିଜ ଘୋଡ଼ାଗୁଡ଼ିକୁ ବାହୁନିବାକୁ ଲାଗିଲେ। ପ୍ରଥମ ଘୋଡ଼ାକୁ ଦେଖାଇ କହିଲେ- ୟେ, ଟିକିଏ ରାଗୀ, ଦ୍ବିତୀୟ ଘୋଡ଼ାକୁ ଦେଖାଇ କହିଲେ- ୟାର ମନ ଟିକିଏ ଚଗଲା, ତୃତୀୟ ଘୋଡ଼ାକୁ ଦେଖାଇ କହିଲେ- ୟାର ଆଗ ଗୋଡ଼ ଦୁଇଟି ଅପେକ୍ଷାକୃତ ଦୁର୍ବଳ। ଏହା ଶୁଣି ଘୋଡ଼ା କିଣିବାକୁ ଆସିଥିବା ଭଦ୍ରଲୋକ କହିଲେ- ଆପଣ ତ ନିଜ ଘୋଡ଼ାଗୁଡ଼ିକୁ ଖରାପ ବୋଲି କହୁଛନ୍ତି। ଏମିତି କିଛି ଘୋଡ଼ା ନାହାନ୍ତି କି, ଯାହାକୁ ଆପଣ ବାହୁନି ପାରିବେ ନାହିଁ।
ବ୍ୟବସାୟୀ କହିଲେ- ନାହିଁ କାହିଁକି? ତା’ ପରେ ସେ ଭଦ୍ର ବ୍ୟକ୍ତିଙ୍କୁ ଅସ୍ତାବଲ ବାହାରକୁ ନେଇଗଲେ ଏବ˚ ସେଠି ସକାଳେ ମରିଥିବା ଗୋଟାଏ ଘୋଡ଼ାକୁ ଦେଖାଇ କହିଲେ- ୟେ ଆଜି ସକାଳେ ମରିଗଲା। ଏବେ ୟାକୁ ବାହୁନିବାର କିଛି ନାହିଁ।
କଥାଟି କହିସାରି ଗୁରୁ କହିଲେ- ଏ କାହାଣୀର ମର୍ମ ବୁଝିଲ ତ?
ଶିଷ୍ୟମାନେ ନିରବ ରହିଲେ।
ଗୁରୁ କହିଲେ- ପ୍ରକୃତରେ ବ୍ୟବସାୟୀ ଜଣକ ଜଣେ ଗୁଣୀ ବ୍ୟକ୍ତି। କାରଣ ଏମିତି କୌଣସି ପ୍ରାଣୀ ନାହିଁ ଯାହାର ଦୁର୍ବଳତା ନାହିଁ। ତେଣୁ ସେ ପ୍ରକୃତରେ ନିଜ ଘୋଡ଼ାଗୁଡ଼ିକର ଦୁର୍ବଳତା କଥା କହୁଥିଲେ, ଯାହା ଫଳରେ କ୍ରେତା ସେମାନଙ୍କୁ ନିଜ ବାଟରେ ସମ୍ଭାଳି ପାରିବେ। କିନ୍ତୁ ଯେତେବେଳେ କ୍ରେତା କୌଣସି ଖୁଣ ନ ଥିବା ଘୋଡ଼ା ଚାହିଁଲେ, ତାହା କେବଳ ମୃତ ଘୋଡ଼ା କ୍ଷେତ୍ରରେ ସମ୍ଭବ ଥିଲା।