ଜଣେ ଦରିଦ୍ର ଲୋକ ଭଗବାନଙ୍କ ଠାରୁ ବର ପାଇବ ବୋଲି ଧ୍ୟାନରେ ବସିଲା। ଏମିତିି ତପସ୍ୟା କଲା ଯେ ଭଗବାନ ସିଂହାସନରୁ ଓହ୍ଲେଇ ତା’ ପାଖରେ ପହଞ୍ଚିବାକୁ ବାଧ୍ୟ ହେଲେ। ତାକୁ ଦର୍ଶନ ଦେବା ସହିତ ପଚାରିଲେ- କି ବର ମାଗୁଛୁ ମାଗ।
ଲୋକଟି ଏହା ଦେଖି ଆଚମ୍ବିତ ହୋଇ କହିଲା- ଯଦି ଯାହା ମାଗିଲେ ମିଳିବ, ତେବେ ମୋତେ ଏହି ବର ଦିଅନ୍ତୁ ଯେମିତି ମୁଁ ଅଚଳାଚଳ ସଂପତ୍ତିର ମାଲିକ ହୋଇଯିବି!
ଭଗବାନ କହିଲେ- ତାହା ହିଁ ହେବ। କିନ୍ତୁ ଗୋଟିଏ କଥା, ତୁ ଯାହା ପାଇବୁ, ତୋ ଗାଁର ସବୁ ଲୋକ ତାହା ପାଇବେ।
ଲୋକଟି କହିଲା- ପ୍ରଭୁ, ୟେ କି କଥା? ମୁଁ ଏତେ କଷ୍ଟ କରି ତପସ୍ୟା କଲି, ସେମାନେ କାହିଁକି ମାଗଣାରେ ଲାଭ ପାଇବେ?
ପ୍ରଭୁ କହିଲେ- ସେମାନଙ୍କ କଥା ଛାଡ଼। ତୁ ତୋ ନିଜ କଥା ଦେଖ। ତୁ ଲାଭ ପାଇଲୁ କି ନାହିଁ? ତାହା ହେଲେ ଏତେ ଆପତ୍ତି କାହିଁକି?
ସେ ଲୋକ କହିଲା- ପ୍ରଭୁ, ୟେ ଅବିଚାର। ଆପଣ ଯଦି ଏମିତି ବର ଦେବେ, ତେବେ ମୋ ପରିଶ୍ରମର ମୂଲ୍ୟ ବା ରହିଲା କେଉଁଠୁ? ତେଣୁ ଯାହା ଦେବେ କେବଳ ମୋତେ ଦିଅନ୍ତୁ।
ଭଗବାନ କହିଲେ- ଏ ଦୁର୍ଲଭ କ୍ଷଣ ତୋ ଭାଗ୍ୟରେ ଆଉ କେବେ ଜୁଟିବ ନାହିଁ। ତୁ ଯାହା ଚାହିଁବୁ ଦେବି, କିନ୍ତୁ କେବଳ ତୋତେ ଦେବି, ଏ କଥା କହ ନାହିଁ। ଭାବି ଦେଖ।
ଲୋକଟି କିଛି ସମୟ ଭାବିଲା ଏବଂ ତା ପରେ କହିଲା- ପ୍ରଭୁ ଦରକାର ନାହିଁ। ମୁଁ ପରିଶ୍ରମ କରିବି, ସମସ୍ତେ ଲାଭ ପାଇବେ, ଏ କଥା ମୁଁ ସହି ପାରିବ ନାହିଁ। ବର ନ ହେଲା ନାହିଁ।
ବର ନ ହେଲା ନାହିଁ!
କଥାଟିଏ-ଯାଯାବର