ଜଣେ ଯୁବକ ସାଧୁଙ୍କ ପାଖରେ ପହଞ୍ଚି କହିଲା- ଆଜ୍ଞା, ଆତ୍ମଜ୍ଞାନ ଲାଭ କରିବା କ’ଣ ଭାରି କଷ୍ଟକର? ଆତ୍ମଜ୍ଞାନ ପାଇବାର ବାଟଟି କ’ଣ?
ସାଧୁ କହିଲେ- ବାବୁରେ କିଛି କଥା ନାହିଁ। କେବଳ ଧୀରସ୍ଥିର ହୋଇ ବସିବା କଥା। ଆତ୍ମଜ୍ଞାନ ମିଳିଯିବ।
ଯୁବକ ଏହା ବିଶ୍ବାସ କରିପାରିଲା ନାହିଁ। ଏତେ ସହଜ? କିନ୍ତୁ କିଛି ଉପାୟ ନ ପାଇ ‘ହଁ’ଟିଏ ମାରି ଚାଲିଗଲା। ତା’ ପରେ ସେ ଆଶ୍ରମରେ ସାଧୁଙ୍କର ସବୁଠାରୁ ଉତ୍ତମ ଶିଷ୍ୟଙ୍କୁ ଯାଇ ପଚାରିଲା- କ’ଣ କେବଳ ମାତ୍ର ବସି ରହିଲେ ଆତ୍ମଜ୍ଞାନ ମିଳିଯାଏ?
ଶିଷ୍ୟ କହିଲା- ଆମେମାନେ ନିଜେ ତ ତାହା ଜାଣିନାହୁଁ। ମାତ୍ର ଆମ ଗୁରୁ ସେମିତି ହିଁ ଆତ୍ମଜ୍ଞାନ ଲାଭ କରିଛନ୍ତି!
ଏହା ଶୁଣି ଯୁବକ ଗୋଟିଏ ସ୍ଥାନରେ ବସି ରହିଲା। ଅନେକ ଦିନ ଏମିତି ବସିବା ପରେ ମଧ୍ୟ କିଛି ଲାଭ ହେଲା ନାହିଁ। ତହୁଁ ସେ ସେହି ଶିଷ୍ୟଙ୍କୁ ପଚାରିଲା- ମୁଁ ତ ଗୁରୁଙ୍କ କଥା ମାନି ଏତେ ଦିନ ବସିଗଲିଣି। କିନ୍ତୁ ଆତ୍ମଜ୍ଞାନ ମିଳିଲା ନାହିଁ !
ଶିଷ୍ୟ ଜଣକ କହିଲେ- ଆମ ଗୁରୁ ଯେମିତି ବସିଥିଲେ ତୁମକୁ ସେମିତି ବସିବାକୁ ହେବ। ତାଙ୍କ ଭଳି ବସିବାକୁ ଚେଷ୍ଟା କରି ବିଫଳ ରହିଲୁ ବୋଲି ତ ଆମ ଭିତରୁ କେହି ହେଲେ ତାହା ଲାଭ କରି ପାରିନାହାନ୍ତି!
ଯୁବକ ଏବେ ବୁଝିଲା ଯେ ଆତ୍ମଜ୍ଞାନ ଲାଭ କରିବାର ସୂତ୍ରଟି ସହଜ। କିନ୍ତୁ ତାକୁ ଅବଲମ୍ବନ କରି ଜ୍ଞାନ ଲାଭ କରିବା ଅତ୍ୟନ୍ତ କଷ୍ଟକର ବ୍ୟାପାର। ତାହା ମଧ୍ୟ ଏକ ସାଧନା। କେବଳ ବସି ରହିଲେ ହେବ ନାହିଁ, ଗୁରୁଙ୍କ ଭଳି ବସିବାକୁ ହେବ।
ଆତ୍ମଜ୍ଞାନ ପାଇବାର ବାଟ
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2022/07/foot-kathatia.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)