ଜଣେ ରାଜା ଥିଲେ। ସେ ପ୍ରୌଢ଼ତ୍ବରେ ବିବାହ କଲେ। ନୂଆ ରାଣୀ ଥିଲେ ଅନିନ୍ଦ୍ୟ ସୁନ୍ଦରୀ ଏବ˚ ତାରୁଣ୍ୟର ପ୍ରଥମ ସୋପାନରେ।
ଦିନକର କଥା। ରାଜା କୌଣସି କାମରେ ବାହାରକୁ ଯାଇଥିଲେ, କିନ୍ତୁ ନିର୍ଦ୍ଧାରିତ ତାରିଖର ଦିନକ ଆଗରୁ ସେ ଅକସ୍ମାତ୍ ଫେରି ଆସିଲେ। ସେ ଫେରିବା ମାତ୍ରକେ ତାଙ୍କର ସବୁଠାରୁ ବିଶ୍ବସ୍ତ ଭୃତ୍ୟ ତାଙ୍କୁ କହିଲା- ପ୍ରଭୁ, ଆପଣଙ୍କୁ କହିବାକୁ ସଙ୍କୋଚ ଲାଗୁଛି। କିନ୍ତୁ ଯେହେତୁ ମୁଁ ଆପଣଙ୍କର ସବୁଠାରୁ ବିଶ୍ବସ୍ତ, ନ କହି ବି ଚାରା ନାହିଁ। ଆମ ନୂଆ ରାଣୀ ମାଆଙ୍କ ଚାଲିଚଳଣରୁ ସନ୍ଦେହ ଜାତ ହେଉଛି। କଥା କ’ଣ ଖୋଲି କହୁଛି। ଆପଣଙ୍କ କୋଠରିରେ ଥିବା ବଡ଼ ସିନ୍ଦୁକ, ଯାହା ଭିତରେ ଜଣେ ମଣିଷ ଲୁଚିଯାଇପାରିବ, ତାକୁ ନେଇ ନୂଆ ରାଣୀ ମା’ ନିଜ କୋଠରିରେ ରଖିଛନ୍ତି। ସେ ଯେମିତି ବ୍ୟବହାର କରୁଛନ୍ତି ସେଥିରୁ ଲାଗୁଛି ଯେମିତି ତା’ ଭିତରେ କିଛି ରହସ୍ୟମୟ ଜିନିଷ ଅଛି। ସେଥିରେ ତାଲା ଲଗାଇ ଚାବିକୁ ନିଜେ ରଖିଛନ୍ତି। ତାଙ୍କ କୋଠରିକୁ କାହାକୁ ପୂରାଇ ଦେଉନାହାନ୍ତି।
ରାଜା ଏହା ଶୁଣି ରାଣୀଙ୍କ ପ୍ରକୋଷ୍ଠକୁ ଗଲେ ଓ କହିଲେ- ସିନ୍ଦୁକ ଖୋଲ ଦେଖିବା ଭିତରେ କଅଣ ଅଛି?
ରାଣୀ କହିଲେ- କାହିଁକି?
ରାଜା କହିଲେ- ସିଧା କଥା। ମୁଁ ଭିତରଟା ଦେଖିବାକୁ ଚାହେଁ, ତୁମେ ସିନ୍ଦୁକ ଖୋଲି ଦେଖାଇ ଦିଅ।
ରାଣୀ କହିଲେ- ବେଶ୍ ଏଇ ଚାବି ନିଅ ଓ ଖୋଲି ଦେଖ।
ରାଜା ଚାବି ଧରି ସିନ୍ଦୁକ ଖୋଲିବାକୁ ଗଲେ। କିନ୍ତୁ କଅଣ ଭାବି ଅଟକିଗଲେ। ତା’ ପରେ ସେ ନିଜ ଭୃତ୍ୟଙ୍କୁ ଡାକି କହିଲେ- ଏ ସିନ୍ଦୁକକୁ ଟେକି ନେଇ ବଗିଚା କୋଣରେ ପୋତିଦିଅ ଏବ˚ ତା’ ପରେ ନିଜର ସବୁଠାରୁ ବିଶ୍ବସ୍ତ ଭୃତ୍ୟକୁ ରାଜ୍ୟରୁ ନିର୍ବାସିତ କରିଦେଲେ।
ରାଣୀ କହିଲେ- ଏଭଳି କାହିଁକି କଲ?
ରାଜା କହିଲେ- ମୁଁ ଚାହେଁ ସନ୍ଦେହ ସବୁଦିନ ଲାଗି ମରିଯାଉ। ଆଉ ନୂଆ ସନ୍ଦେହର ବୀଜ ପୋତିବାକୁ କେହି ନ ରହୁ।
ସନ୍ଦେହର ସିନ୍ଦୁକ
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2022/07/foot-kathatia.jpg)