ଗୋଟିଏ ଗାଁରେ ମନ୍ଦିରଟିଏ ଥିଲା। ମନ୍ଦିରର ପୂଜକଙ୍କୁ ଗାଁ ଲୋକେ ଭାରି ମାନୁଥିଲେ। ତାଙ୍କରି ପରାମର୍ଶରେ ସବୁ କାମ କରୁଥିଲେ। କେବଳ ସେଇ ପୂଜକ ନୁହନ୍ତି, ମନ୍ଦିର ତିଆରି ହେବା ଦିନ ଠାରୁ ଯେଉଁ ପୂଜକ ମନ୍ଦିରରେ ପୂଜା କରୁଥିଲେ, ତାଙ୍କୁ ଗାଁ ଲୋକେ ଗୁରୁତୁଲ୍ୟ ମନେ କରୁଥିଲେ। ସେଇ ମନ୍ଦିରରେ ନିୟମଟିଏ ଥିଲା। ତାହା ହେଲା, ଯେତେବେଳେ ନୂଆ ପୂଜକ ଆସୁଥିଲେ, ସେ ମନ୍ଦିରର ଗୋଟିଏ ପୋଥିରେ ନୂଆ ଆଦର୍ଶ ବା ନୀତି ବିଷୟରେ ଲେଖୁଥିଲେ। ମନ୍ଦିରଟି ବହୁତ ପୁରୁଣା ଥିଲା ଏବ˚ ସେଇ ପୁରୁଣା ଦିନରୁ ଏ ପ୍ରଥାଟି ଚାଲି ଆସିଥିଲା।
ମନ୍ଦିରର ପୂଜକ ବୃଦ୍ଧ ହୋଇ ମନ୍ଦିରର ନୀତିକାନ୍ତି ଲାଗି ଆଉ ସମର୍ଥ ନ ହେବାରୁ ନୂଆ ପୂଜକ ଆସିଲେ। ସେ ଥିଲେ ଜଣେ ଯୁବକ। ସେ ମନ୍ଦିରର ଦାୟିତ୍ବ ନେବା କ୍ଷଣି ଗାଁ ଲୋକେ ବିନମ୍ରତାର ସହିତ କହିଲେ- ଆଜ୍ଞା, ମନ୍ଦିରର ପ୍ରଥାଟିଏ ଅଛି। ଯିଏ ଏଠି ପୂଜକ ଭାବେ ଯୋଗ ଦେବେ, ସେ ଏଇ ପୋଥିରେ କିଛି ନୂଆ ଆଦର୍ଶ କଥା ଲେଖିବେ ଯାହା ଆମ ସମସ୍ତଙ୍କୁ ଦିଗ ଦେଖାଇବ। ପୂଜକ ଏହା ଶୁଣି ବି କିଛି ନ ଶୁଣିଲା ଭଳି ରହିଲେ।
ଏହା ଦେଖି ଗାଁ ବାଲାଙ୍କ ମନ ଟିକିଏ ଖଟା ହୋଇଗଲା। ସେମାନେ ଭାବିଲେ ଯେ ଏ ପୂଜକ ତ ତରୁଣ। ୟେ ଆମ ଗାଁ ଲୋକଙ୍କ ଲାଗି ଉପଯୁକ୍ତ ଗୁରୁର ଭୂମିକା ତୁଲାଇବାକୁ ଅସମର୍ଥ ହେବେ।
ଏମିତି କିଛି ଦିନ ବିତିଗଲା। ଗାଁ ଲୋକମାନେ ବାରମ୍ବାର ପୋଥିରେ କିଛି ନୂଆ ଆଦର୍ଶ ବାବଦରେ ଲେଖିବାକୁ କହିବାରେ ଲାଗିଥାଆନ୍ତି।
ତେଣୁ ଦିନେ ବାଧୢ ହୋଇ ପୂଜକ ପୋଥି ଆଣି ତହିଁରେ ଦୁଇଟି ଆଦର୍ଶ କଥା ଲେଖିଲେ। ପ୍ରଥମଟି ଥିଲା ସତ୍ୟ କହ। ଦ୍ବିତୀୟଟି ସ˚ଯମୀ ହୁଅ।
ଏହା ଦେଖି ଗାଁ ମୁଖିଆ କହିଲେ- ଆଜ୍ଞା, ଏ କ’ଣ କିଛି ନୂଆ ଆଦର୍ଶ? ଏହା ବିଷୟରେ ତ ପିଲାଠାରୁ ବୁଢ଼ାଯାଏ ସମସ୍ତେ ଜାଣନ୍ତି।
ପୂଜକ ପୋଥିକୁ ବାନ୍ଧୁ ବାନ୍ଧୁ କହିଲେ- କଥାଟା ସେଇଠି। ଏହା ହେଉଛି ପୃଥିବୀର ସବୁଠାରୁ ପୁରୁଣା ଆଦର୍ଶ। କିନ୍ତୁ ଏହାକୁ ଏ ପର୍ଯ୍ୟନ୍ତ କେହି ନିଷ୍ଠାର ସହ ପାଳିନାହାନ୍ତି। ତେଣୁ ଏ ଆଦର୍ଶ ଯୋଡ଼ିକ ଏ ଯାବତ୍ ନୂଆ ଭଳି ଅଛି।
ନୂଆ ଆଦର୍ଶ
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2022/07/foot-kathatia.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)