ପ୍ରାଚୀନ ଗ୍ରୀସର ଗପଟିଏ।
ଏଥେନ୍ସର ଜଣେ ଯୁବକ ତା’ ଭାଗ୍ୟ ବିପର୍ଯ୍ୟୟ ଦ୍ବାରା ଏଭଳି ଜର୍ଜର ହୋଇଗଲା ଯେ ସେ ଆତ୍ମହତ୍ୟା କରିବାକୁ ବାହାରିଲା। ସେ ଏକ ପାହାଡ଼ ଉପରକୁ ଚଢ଼ିଯାଇ ସମୁଦ୍ର ଭିତରକୁ ଡିଆଁ ମାରିଲା। ପାଣିରେ ପଡ଼ି ଦୁଇ ଚାରି ଥର ଉବୁଟୁବୁ ହୋଇଛି କି ନାହିଁ, ତାକୁ କିଛି ଲୋକଙ୍କ ହାତ ଉଦ୍ଧାର କଲା। ଆତ୍ମହତ୍ୟା କରିବାକୁ ଚାହୁଥିବା ଯୁବକ ମୃତ୍ୟୁର ସାମ୍ନା କଲା ପରେ ତା’ ମୁଣ୍ତରୁ ଆତ୍ମହତ୍ୟା କରିବାର ଭୂତ ଓହ୍ଲାଇ ଯାଇଥିଲା। ତେଣୁ ତାକୁ ଉଦ୍ଧାର କରାଯିବାରେ ସେ ଖୁସି ହେଲା। କିନ୍ତୁ ଯେତେବେଳେ ସେ ଜାଣିଲା ଯେ ତାକୁ ଉଦ୍ଧାର କରିଥିବା ଜାହାଜ ଜଳଦସ୍ୟୁଙ୍କର ଏବ˚ ସେମାନେ ତାକୁ କ୍ରୀତଦାସ ଭାବେ ବିକ୍ରି କରିବାକୁ ଚାହାନ୍ତି, ତା’ର ମନ ଦୁଃଖରେ ଭରିଗଲା। ସେ ମନେ ମନେ କହିଲା- ହେ ଈଶ୍ବର, ମୋତେ ମହରଗରୁ ଆଣି କାନ୍ତାରରେ ପହଞ୍ଚାଇଲ?
ଜଳଦସ୍ୟୁଙ୍କ ଜାହାଜରେ ବନ୍ଦୀ ଭାବେ ଅକଥନୀୟ ଦୁଃସ୍ଥିତିରେ କିଛି ଦିନ କାଟିଲା ପରେ ଆସିଲା ଭୀଷଣ ଝଡ଼। ଜାହାଜଟି ସେଇ ଝଡ଼ରେ ଭାଙ୍ଗି ଖଣ୍ତଖଣ୍ତ ହୋଇଗଲା। ଜଳଦସ୍ୟୁମାନେ ନିଜକୁ ରକ୍ଷା କରିବାକୁ ଜୀବନତରୀରେ ଓହ୍ଲାଇଗଲେ। ଯୁବକକୁ ସେଠି ଛାଡ଼ିଦେଲେ। ଯୁବକର ହାତ ଜାହାଜରେ ଶିକୁଳି ଦ୍ବାରା ବନ୍ଧା ହୋଇଥିଲା। ଜାହାଜ ଭାଙ୍ଗିଯିବା ପରେ ସେ ବନ୍ଧା ହୋଇଥିବା କାଠ ପଟାଟି ଭାସି ବୁଲିଲା। ସେ ମନେ ମନେ ଭାବିଲା- ହାୟ ଈଶ୍ବର କଅଣ ତୋର ଇଚ୍ଛା? ଜୀବନରେ ଆହୁରି କଅଣ ଦେଖିବାକୁ ଅଛି?
ପର ଦିନ ପଟାଟି ଲାଗିଲା କୂଳରେ। ସେତିକି ବେଳକୁ ସେ ସ˚ଜ୍ଞାହୀନ ଥିଲା। ଚେତା ଆସିବା ପରେ ଦେଖିଲା ଦ୍ବୀପର ଲୋକେ ତାକୁ ଘେରି ଛିଡ଼ା ହୋଇଛନ୍ତି। ସେଠାକାର ପର˚ପରା ଅନୁସାରେ ସମୁଦ୍ରରୁ ଆସିଥିବା କୌଣସି ନବାଗତ ସେହି ଦ୍ବୀପର ରାଜା ହୁଅନ୍ତି। ସୁତରା˚, ଯୁବକଟି ଦ୍ବୀପର ରାଜା ହେଲା।
ଏଭଳି ହୋଇଥାଏ ଜୀବନର ପ୍ରବାହ, କେଉଁ ଆଡ଼େ ବହିଯାଇ କେଉଁଠି ପହଞ୍ଚେ ତା’ର ଇୟତ୍ତା ନ ଥାଏ।
କଥାଟିଏ-ଯାଯାବର: ଜୀବନ ପ୍ରବାହ
ପ୍ରାଚୀନ ଗ୍ରୀସର ଗପଟିଏ।
ଏଥେନ୍ସର ଜଣେ ଯୁବକ ତା’ ଭାଗ୍ୟ ବିପର୍ଯ୍ୟୟ ଦ୍ବାରା ଏଭଳି ଜର୍ଜର ହୋଇଗଲା ଯେ ସେ ଆତ୍ମହତ୍ୟା କରିବାକୁ ବାହାରିଲା। ସେ ଏକ ପାହାଡ଼ ଉପରକୁ ଚଢ଼ିଯାଇ ସମୁଦ୍ର ଭିତରକୁ ଡିଆଁ ମାରିଲା।