ସହରୀ ମୂଷା ଓ ଗାଁ ମୂଷାଙ୍କ ଭିତରେ ଦେଖା ହେଲା। ସହରୀ ମୂଷା ଗାଁକୁ ବୁଲି ଆସିଥିଲା। ଗାଁ ମୂଷା ସହରୀକୁ କହିଲା- ଭାଇ, ଏଇଠି ଯେତେ ଦିନ ଇଚ୍ଛା ରହ, ତୁମକୁ ଏ ଜୀବନ ବହୁତ ଭଲ ଲାଗିବ।
ତା’ ପରେ ଗାଁ ମୂଷା ସହରୀ ମୂଷାର ଯତ୍ନ ନେଲା। ସେ ଖାଇବ ବୋଲି ବଢ଼ିଆ ଚିନାବାଦାମ ଆଣି ଗଦେଇ ଦେଲା। ହେଲେ ସହରୀ ଭାଇର ମନ ମାନିଲା ନାହିଁ। ସେ କହିଲା- ଭାଇ, ଏଠି ପୋଷଉ ନାହିଁ। ଚାଲ ସହରକୁ ଯିବା। ସେଠି ଦେଖିବ କେମିତି ଆଡ୍ଡା ଚଉଡ଼ାରେ ଚଳିବା।
ତା’ ପରେ ଦୁହେଁ ସହରକୁ ଚାଲିଲେ।
ସେମାନେ ସହରୀ ମୂଷାର ଘରେ ପହଞ୍ଚିଲେ। ଏଡ଼େ ବିରାଟ ଘର ଗାଁ ମୂଷା ଦେଖି ନ ଥିଲା। ସେ ସହରୀ ମୂଷା ଛାତି ଫୁଲେଇ କହିଲା- ଏଟା ମୋ ଘର। ଏବେ ମୋ ପଛେ ପଛେ ଆସ। ତା’ ପରେ ଦୁହେଁ କେତେ ଗଳା ବାଟ ଦେଇ ଶେଷରେ ଡାଇନି˚ ହଲ୍‌ରେ ପହଞ୍ଚିଲେ। ଟେବୁଲ ଉପରେ ଭଳିକି ଭଳି ଖାଇବା ସଜଡ଼ା ହୋଇ ରହିଥିଲା। ଗାଁ ମୂଷା ତା’ ଜୀବନରେ ଏମିତି ଖାଇବା ଦେଖି ନ ଥିଲା। ଆରେ ବାଃ ବୋଲି କହି ଦୁଇ ମୂଷା ଖାଦ୍ୟ ଉପରେ କୁଦି ପଡ଼ିଲେ। ସେମାନେ ଅଳ୍ପ କିଛି ଖାଇଛନ୍ତି କି ନାହିଁ କବାଟ ଖୋଲିବାର ଶବ୍ଦ ହେଲା। ସହରୀ ମୂଷା ଚିତ୍କାର କଲା- ଚାଲ ଭାଗ୍‌। ଦୁହେଁ ଦଉଡ଼ିଲେ। ସହରୀ ମୂଷା କାନ୍ଥର ଗୋଟିଏ ଗାତରେ ପଶିଗଲା ଏବ˚ ଗାଁ ମୂଷା ବିକଳ ହୋଇ କାର୍ପେଟ ତଳେ ଲୁଚିଗଲା। ଜଣେ ଲୋକ କବାଟ ଖୋଲି ଆସିଲା ଏବ˚ ଖାଦ୍ୟ ରଖା ହୋଇଥିବା ସ୍ଥାନକୁ ଟିକିଏ ଚାହିଁଲା ଏବ˚ ତା’ ପରେ ମୂଷାଙ୍କୁ ଖୋଜିବାକୁ ଲାଗିଲା। ଗାଁ ମୂଷା ନିଃଶ୍ବାସ ବନ୍ଦ କରି ଲୁଚି ରହିଲା। କିଛି ସମୟ ପରେ ଲୋକଟି ଫେରିଗଲା।
ତା’ ପରେ ସହରୀ ମୂଷା ତା’ ଗାତରୁ ବାହାରି ଆସି ଗାଁ ମୂଷାକୁ କହିଲା- ଏବେ ଆଉ ଭୟ ନାହିଁ। ଆ, କେକ୍‌ ଖାଇବା।
ଗାଁ ମୂଷା କହିଲା- ଭାଇ ମୁଁ ଚାଲିଲି। ତୁ କେକ୍‌ ଖା। ମୁଁ ଶୁଖିଲା ବାଦାମ ଖାଇ ରହିବି ପଛକେ ଭୟ ସହିତ ବଞ୍ଚିବି ନାହିଁ।