କଥାଟିଏ ଯାଯାବର, ରାଜାଙ୍କ ରୋଷେୟା

ଗୋଟିଏ ଗାଁରେ ଲୋକଟିଏ ଥିଲା, ଯାହାର ହାତରେ ଅମୃତ ଥିଲା ବୋଲି ଗାଁ ଲୋକେ କହୁଥିଲେ। ଭୋଜିଭାତ ହେଲେ ତାକୁ ଖୋଜା ପଡୁଥିଲା ଏବ˚ ତାର ରୋଷେଇ ଲାଗି ସେ ଉଚ୍ଛ୍ବସିତ ପ୍ରଶ˚ସା ମଧୢ ପାଉଥିଲା। ଗାଁ ବାଲାଏ କହୁଥିଲେ- ରାଜଧାନୀକୁ ଯାଉନାହଁ କାହିଁକି? ସେଠାରେ ହିଁ ତୁମ ପ୍ରତିଭା ଠିକ ଭାବେ ପୁରସ୍କୃତ ହେବ।
କିନ୍ତୁ ଲୋକଟି କହୁଥିଲା- ସେମିତି କଥା କୁହନାହିଁ। ସେଥିରେ ବିପଦ ରହିଛି।
କିନ୍ତୁ ତାର ଚମତ୍କାର ହାତରନ୍ଧା କଥା ରାଜାଙ୍କ କାନରେ ପଡ଼ିଲା ଏବ˚ ରାଜା ତାକୁ ଡାକିନେଲେ। ସେ ରାଜାଙ୍କ ରୋଷେୟା ଭାବେ ଚାକିରି କଲା।
ଅନେକ ଦିନ ପରେ ସେ ଗାଁକୁ ଫେରିଲା। ତାକୁ ଗାଁ ଲୋକେ ଘେରି ଯାଇ ନାନା କଥା ପଚାରିଲେ। ଲୋକଟି କହିଲା- ମୁଁ ଆଗରୁ କହୁ ନ ଥିଲି? ଏବେ ଜମାରୁ ଖୁସିରେ ନାହିଁ।
ଗାଁ ଲୋକେ ବିସ୍ମିତ ହୋଇ ପଚାରିଲେ- କିନ୍ତୁ କାହିଁକି?
ସେ କହିଲା- ରାଜା ଘରେ ରାନ୍ଧିବା ପରେ ମୁଁ ମୋର ସେଇ ଆନନ୍ଦଟି ହରାଇଛି, ଯାହା ଏଠି ମୋତେ ମିଳୁଥିଲା। ଭୋଜିଭାତ ବେଳେ ଏଠି ମୁଁ ନିର୍ଭୟରେ ରୋଷେଇ କରୁଥିଲି ଏବ˚ ତାର ଆନନ୍ଦ ନେଉଥିଲି। କିନ୍ତୁ ଏବେ ଭାରି ଭୟରେ ରୋଷେଇ କରୁଛି। ନିଆଁପାଣି କଥା, ତେଲ ଲୁଣ କଥା! ସବୁ ଦିନ ସମାନ ନ ଥାଏ। ଆଉ ଗୋଟିଏ କଥା ହେଲା ଖ୍ୟାତିର ବୋଝ। ଏବେ ସମସ୍ତେ ମୋ ଠାରୁ ଦିବ୍ୟ ରୋଷେଇ ଚାହୁଁଛନ୍ତି। ଭୁଲ କରିବାର ସ୍ବାଧୀନତା ବି ମୁଁ ହରାଇ ବସିଛି। ଏବେ ଏମିତି ହୋଇଛି ଯେ ଯାହା ରୋଷେଇ କରିବି ତାହା ଯେମିତି ଏକାଥରକେ ସର୍ବୋତ୍ତମ ହେବ। ଏହାର ଚାପ ମୋ ଜୀବନର ସରସତା ନେଇ ଯାଇଛି।

ସମ୍ବନ୍ଧିତ ଖବର