ଜଣେ ଗୁରୁଙ୍କ ପାଖରେ ଥିଲା ଭାରି ଯୁକ୍ତିପ୍ରବଣ ଶିଷ୍ୟଟିଏ। ସେ ସଦାବେଳେ ବିଭିନ୍ନ ବିଷୟକୁ ନେଇ ଯୁକ୍ତି କରେ। ଈଶ୍ବର ନାହାନ୍ତି, ଯଦି ଅଛନ୍ତି ମୋତେ ପ୍ରମାଣ ଦିଅ ବୋଲି କହି ଦିନେ ଶିଷ୍ୟଟି ସାଙ୍ଗମାନଙ୍କ ସହିତ ଯୁକ୍ତି କରିବା ଆରମ୍ଭ କଲା। କଥା ଯାଇ ଗୁରୁଙ୍କ ପାଖରେ ପହଞ୍ଚିଲା। ପିଲାଟି ଗୁରୁଙ୍କୁ ବି ସେଇ କଥା କହିଲା- ମୁଁ ଈଶ୍ବରଙ୍କୁ ମାନିବି କାହିଁକି? ମୋତେ ପ୍ରମାଣ ଦିଅନ୍ତୁ!
ଗୁରୁ ନିରବ ରହିଲେ। ଶିଷ୍ୟଟି ଉତ୍ତର ପାଇବାରେ ନିରାଶ ହୋଇ ସେଠାରୁ ଫେରିଗଲା। କିନ୍ତୁ ତା’ର ଉପଦ୍ରବ ଆହୁରି ବଢ଼ିଗଲା। ଏଣିକି ସେ କହିଲା- ଈଶ୍ବର ଅଛନ୍ତି େବାଲି ଗୁରୁ ମଧ୍ୟ ପ୍ରମାଣ କରିପାରିଲେ ନାହିଁ!
ଏହା ଦେଖି ଶିଷ୍ୟମାନେ ଗୁରୁଙ୍କୁ କହିଲେ- ଆପଣ କାହିଁକି ନିରବ ରହିଲେ? ଆପଣ ଇଚ୍ଛା କରିଥିଲେ ତ ତା’ର ମୁହଁ ବନ୍ଦ କରି ଦେଇଥାଆନ୍ତେ!
ଗୁରୁ କହିଲେ- ଏବେ ତୁମକୁ ଗୂଢ଼ କଥାଟି କହୁଛି। ଈଶ୍ବର ଅଛନ୍ତି ବୋଲି ପ୍ରମାଣ କରିବାକୁ କେବେ ହେଲେ ଯୁକ୍ତିକୁ ଓହ୍ଲାଇବ ନାହିଁ। କାରଣ ଈଶ୍ବର ନାହାନ୍ତି ବୋଲି ପ୍ରମାଣ କରିବାକୁ ଏତେ ଯୁକ୍ତି ଓ ତର୍କ ଅଛି ଯେ ତୁେମ ତୁମ ଦାବିକୁ ସିଦ୍ଧ କରି ପାରିବ ନାହିଁ।
ଶିଷ୍ୟମାନେ ପଚାରିଲେ- ତେବେ ଆମେ କ’ଣ କରିବୁ?
ଗୁରୁ କହିଲେ- ନିରବ ରହିବ। କାରଣ ଈଶ୍ବର ଅଛନ୍ତି ବୋଲି ଜାଣିବା ହେଉଛି ଏକ ଅପୂର୍ବାନୁମେୟ ଅନୁଭୂତି। ତୁମେ ଯଦି ସେ ଅନୁଭୂତି ଲାଭ କରିନାହଁ, େତବେ ତାହା କିଭଳି ପାଇବ ସେ ଦିଗରେ ନିଜକୁ ପ୍ରସ୍ତୁତ କର। ତାହା ହେଉଛି ନିଜକୁ ପାଇବାର ଯାତ୍ରା। କାହା ଠାରୁ ଶୁଣି ଈଶ୍ବର ଅଛନ୍ତି ବୋଲି ବିଶ୍ବାସ କରିଯାଅନାହିଁ। ସେ ଅନୁଭୂତି ପ୍ରାପ୍ତ ହେଲା ପରେ ତୁମେ ଈଶ୍ବରଙ୍କ ଉପସ୍ଥିତିକୁ ବିଶ୍ବାସ କରିବା ସହିତ ଆଉ କିଏ ବିଶ୍ବାସ କରୁ ବା ନ କରୁ ବ୍ୟସ୍ତ ହେବ ନାହିଁ କି ତର୍କକୁ ଓହ୍ଲାଇବ ନାହିଁ। ଏଭଳି ଅନୁଭୂତି ସମସ୍ତଙ୍କ ଭାଗ୍ୟରେ ନ ଥାଏ। ଯାହା ଭାଗ୍ୟରେ ତାହା ନ ଥାଏ ତାକୁ ଏହା ବୁଝାଇବା ମଧ୍ୟ ଦୁଃସାଧ୍ୟ ବ୍ୟାପାର।
କଥାଟିଏ-ଯାଯାବର: ଈଶ୍ବର ବିଶ୍ବାସ
ଜଣେ ଗୁରୁଙ୍କ ପାଖରେ ଥିଲା ଭାରି ଯୁକ୍ତିପ୍ରବଣ ଶିଷ୍ୟଟିଏ। ସେ ସଦାବେଳେ ବିଭିନ୍ନ ବିଷୟକୁ ନେଇ ଯୁକ୍ତି କରେ। ଈଶ୍ବର ନାହାନ୍ତି, ଯଦି ଅଛନ୍ତି ମୋତେ ପ୍ରମାଣ ଦିଅ ବୋଲି କହି ଦିନେ ଶିଷ୍ୟଟି ସାଙ୍ଗମାନଙ୍କ ସହିତ ଯୁକ୍ତି କରିବା ଆରମ୍ଭ କଲା।