ଥରେ ଜଣେ ରାଜା ତାଙ୍କ ମନ୍ତ୍ରୀଙ୍କୁ କହିଲେ- ଦେଖ, ମୁଁ ଖବର ପାଇଛି ଯେ ଆମ ଅମୁକ କରଦ ରାଜାଙ୍କ ବ୍ୟକ୍ତିଗତ ରକ୍ଷୀ ଜଣେ ଅତ୍ୟନ୍ତ ଧୁରନ୍ଧର ଯୋଦ୍ଧା। ତାଙ୍କୁ ଆଣି ଆମ ସେନାବାହିନୀର ସେନାପତି କଲେ କେମିତି ହୁଅନ୍ତା? ମୁଁ ଶୁଣିଛି ତା’ ଭଳି ଶସ୍ତ୍ର ଚାଳନା କରୁଥିବା ବ୍ୟକ୍ତି ଆମ ରାଜ୍ୟରେ ନାହାନ୍ତି। ଏହା ଛଡ଼ା ସେ ବିନୟୀ, ନମ୍ର ଓ ସବୁ ପ୍ରକାର ସୁଗୁଣସ˚ପନ୍ନ।
ମନ୍ତ୍ରୀ କହିଲେ- ସେମିତି ହେଉ।
ଏହା କହି ସେ ସେଇ ଯୋଦ୍ଧାଙ୍କୁ ଡକାଇଲେ।
ଯୋଦ୍ଧା ପହଞ୍ଚି ରାଜାଙ୍କୁ ଅଭିବାଦନ ଜଣାଇଲେ। ରାଜା ତାଙ୍କୁ ନିଜ ଆଡୁ ପ୍ରସ୍ତାବଟି ଦେଲେ ଏବ˚ କହିଲେ- ତୁମେ ରାଜ୍ୟର ସେନାପତି ହେଲେ ତୁମର ଭାଗ୍ୟ ବଦଳିଯିବ। ତୁମେ ଖୁବ୍ ଯଶ, ସମ୍ମାନ ଓ ପ୍ରତିପତ୍ତି ପାଇବ। ତୁମେ ସେନାପତି ହେବାକୁ ଯୋଗ୍ୟ। ତୁମ ସ୍ଥାନ ମୋ ପାଖରେ। ତେଣୁ ତୁମେ ମୋ ପାଖକୁ ଆସ। ଏହା ଶୁଣି ଯୁବକ ଯୋଦ୍ଧା କହିଲେ- ମହାରାଜ, ଆପଣଙ୍କ କଥାର ଗୁରୁତ୍ବ ମୁଁ ବୁଝେ। କିନ୍ତୁ ମୁଁ ଆଉ ପ୍ରକାରେ ବିଚାର କରୁଛି। ମୁଁ ଯେତେବେଳେ କିଛି ହିଁ ନ ଥିଲି, ମୋର ଶସ୍ତ୍ର ଚାଳନା ଦେଖିବା ଲାଗି କାହା ପାଖରେ ସମୟ ନ ଥିଲା, ସେତିକି ବେଳେ ମୋ ପ୍ରଭୁ ମୋର ଗୁଣ ବୁଝି ମୋତେ ତାଙ୍କ ବ୍ୟକ୍ତିଗତ ରକ୍ଷୀ ଭାବେ ନିଯୁକ୍ତ କଲେ। ଭଗବାନଙ୍କ ଦୟାରୁ ଓ ତାଙ୍କ ଆଶୀର୍ବାଦରୁ ଆଜି ସ୍ଥିତି ଏମିତି ଯେ ନିଜେ ମହାରାଜା ମୋତେ ଲୋଡୁଛନ୍ତି। କିନ୍ତୁ କଥା ହେଲା ପ୍ରଥମେ ମୋ ଗୁଣ ବୁଝିଥିବା ତଥା ମୋତେ ଏମିତି ଯତ୍ନରେ ରଖିଥିବା ମୋ ପ୍ରଭୁଙ୍କୁ ଛାଡ଼ିଦେବା ମୋ ଲାଗି କୃତଘ୍ନତା ହେବ ନାହିଁ କି?
ରାଜା କିଛି କହିଲେ ନାହିଁ। ତାଙ୍କ ଠାରୁ ଯୁବକ ବିଦାୟ ନେଲା।
ସେ ଯିବା ପରେ ରାଜା କହିଲେ- ତା’ ଠାରେ କେବଳ ଶସ୍ତ୍ର ଚାଳନା ପାରଙ୍ଗମତା ନାହିଁ, ଅଛି ଏକାନ୍ତ ଆନୁଗତ୍ୟ। ତାହା ମୋତେ ଅଧିକ ପ୍ରଭାବିତ କରିଛି।
କଥାଟିଏ-ଯାଯାବର: ରାଜା ଏବଂ ଯୋଦ୍ଧା
ଥରେ ଜଣେ ରାଜା ତାଙ୍କ ମନ୍ତ୍ରୀଙ୍କୁ କହିଲେ- ଦେଖ, ମୁଁ ଖବର ପାଇଛି ଯେ ଆମ ଅମୁକ କରଦ ରାଜାଙ୍କ ବ୍ୟକ୍ତିଗତ ରକ୍ଷୀ ଜଣେ ଅତ୍ୟନ୍ତ ଧୁରନ୍ଧର ଯୋଦ୍ଧା। ତାଙ୍କୁ ଆଣି ଆମ ସେନାବାହିନୀର ସେନାପତି କଲେ କେମିତି ହୁଅନ୍ତା?