ଜଣେ ସାଧୁ ଥିଲେ। ସେ ଯେଉଁ ଗାଁରେ ରହୁଥିଲେ ସେଇ ଗାଁର ବିଭିନ୍ନ ପ୍ରକାର ଉନ୍ନତିମୂଳକ କାମ କରିବାରେ ସେ ମନ ଦେଉଥିଲେ। ଗାଁ ଲୋକେ ଅସୁବିଧାରେ ପଡ଼ିଲେ ସେ ସେମାନଙ୍କୁ ସାହାଯ୍ୟ କରୁଥିଲେ। ଲୋକମାନଙ୍କୁ ଉଚିତ ପରାମର୍ଶ ଦେଉଥିଲେ। ତେଣୁ କେବଳ ସେ ଗାଁର ଲୋକ ନୁହନ୍ତି ଆଖପାଖ ଗାଁର ଲୋକେ ମଧୢ ତାଙ୍କୁ ସମ୍ମାନ ଓ ଶ୍ରଦ୍ଧା କରୁଥିଲେ। ତାଙ୍କୁ ଗୁରୁ ଭଳି ଜ୍ଞାନ କରୁଥିଲେ।
କିନ୍ତୁ ସେଥିରେ ଈର୍ଷାନ୍ବିତ ହୋଇ ଦଳେ ନିନ୍ଦୁକ ସାଧୁଙ୍କ ନାମରେ ଅପପ୍ରଚାର କରିବା ଆରମ୍ଭ କରିଦେଲେ। ଏମିତି ଲୋକେ ସର୍ବତ୍ର ଥାଆନ୍ତି। ସେମାନେ କହୁଥିଲେ- ଏ ସାଧୁ ହେଉଛି ଭଣ୍ତ। ଏହାଙ୍କର କିଛି ପ୍ରଚ୍ଛନ୍ନ ଅଭିସନ୍ଧି ରହିଛି।
ଏ କଥାରେ କିଛି ଲୋକ ଭଳି ମଧୢ ଯାଉଥିଲେ। ସାଧୁ ଏ ବିଷୟରେ ଜାଣୁଥିଲେ ବି ଅବିଚଳିତ ରହୁଥିଲେ। ଏହା ଦେଖି ଗାଁ ଲୋକେ ସାଧୁଙ୍କୁ ଥରେ କହିଲେ- ଆପଣ ଏଭଳି କୁତ୍ସାକୁ ସହିଯାଇ ଭୁଲ୍‌ କରୁଛନ୍ତି। ଆପଣ ଏ ବାବଦରେ ଜବାବ ଦେବା ଦରକାର।
ସାଧୁ ଏ କଥା ଶୁଣି କହିଲେ- ମୂଳ କଥା ହେଲା ଆମେମାନେ ଯାହା କରୁଥାଏଁ, ସେଥିରୁ ଆମ ପରିଚୟ ସୃଷ୍ଟି ହୁଏ। ଆପଣମାନେ ପରେ ଯେତେବେଳେ ମୋତେ ମନେ ପକାଇବେ, ମୁଁ ମନେ ପଡ଼ିବି ଆପଣମାନଙ୍କ ଜଣେ ଶୁଭାକା˚କ୍ଷୀ ଭାବେ। ମୋତେ ନିନ୍ଦା କରୁଥିବା ଲୋକେ ମନେ ପଡ଼ିବେ ନିନ୍ଦୁକ ଭାବେ। ତେଣୁ ଯେତେବେଳେ ନିଜ କାମ ଦ୍ବାରା ପରିଚୟ ସୃଷ୍ଟି ହେଉଛି, ସେତିକି ବେଳେ କଥା କହିବାର ପ୍ରୟୋଜନ କ’ଣ? ଆପଣମାନେ ଏଇ ଆମ୍ବ ଗଛକୁ ଭଲ ପାଉଛନ୍ତି ତା’ର ଫଳ ଯୋଗୁ। ସେ ତ ତା’ ସପକ୍ଷରେ କିଛି କହୁନାହିଁ!