ଥରେ ରାଜା ମୁଲ୍ଲା ନସିରୁଦ୍ଦିନଙ୍କୁ ପଚାରିଲେ- ଆଚ୍ଛା, ମୁଲ୍ଲା ତୁମେ ତୁମ ସ୍ତ୍ରୀଙ୍କୁ ଡର?
ମୁଲ୍ଲା କହିଲେ- ସ୍ତ୍ରୀକୁ ଡରେ ନାହିଁ। କିନ୍ତୁ କିଛି ଉଚ୍ଚବାଚ ହୋଇଗଲେ ନିଜ ମନରୁ ଶାନ୍ତି ଚାଲିଯିବାକୁ ଡରେ।
ରାଜା କହିଲେ- ଆଚ୍ଛା, ମୁଲ୍ଲା ତୁମେ ରାଜାଙ୍କୁ ଡର?
ମୁଲ୍ଲା କହିଲେ- ନା ରାଜାଙ୍କୁ ଡରେ ନାହିଁ। କିନ୍ତୁ ରାଜା କୁପିତ ହେଲେ ମୋର ପେସା ବୁଡ଼ିଯିବାକୁ ଡରେ।
ରାଜା କହିଲେ- ତା’ ମାନେ ଏକା କଥା। ତୁମେ ମୋତେ ଡର।
ମୁଲ୍ଲା କହିଲେ- ମଣିମା ଏକା କଥା ନୁହେଁ। ମୁଁ ଆପଣଙ୍କୁ ଡରେ ନାହିଁ। ଆପଣ ରାଗି ଯିବାକୁ ଡରେ।
ରାଜା କହିଲେ- ମୁଲ୍ଲା, ତାହା ହେଲେ ତୁମେ କାହାକୁ ଡର? ତୁମେ ଭୂତକୁ ଡର ବୋଲି ମୁଁ ଶୁଣିଛି। ତୁମେ ଭୂତକୁ ଡର?
ମୁଲ୍ଲା କହିଲେ- ହଜୁର, ଭୂତକୁ ଡରେ ନାହିଁ। କିନ୍ତୁ ଭୂତ ନାମ ଶୁଣିଲେ ମନେର ଯେଉଁ ଭୟ ଆସେ ତାକୁ ଡରେ।
ରାଜା କହିଲେ- ମୁଲ୍ଲା, ତୁମେ କେବଳ କଥାକୁ ବୁଲେଇ ବେଙ୍କଇ କହୁଛ।
ମୁଲ୍ଲା କହିଲେ- ନା ଜାହାଁପନା, ଆପଣ ଟିକିଏ ଭଲ ଭାବେ ବିଚାର କଲେ ସୂକ୍ଷ୍ମ ପ୍ରଭେଦଟି ବୁଝିପାରିବେ। ମୋ ଭୟର କାରଣ କୌଣସି ବାହ୍ୟ ବସ୍ତୁ ନୁହେଁ। ବରଂ ମୋ ଭୟର କାରଣ ମୋ ନିଜ ଭିତରେ ଥିବା ଦୁର୍ବଳତା। ମୁଁ ଶାନ୍ତି ଭଙ୍ଗ ହେବାକୁ ଡରେ, ମୁଁ ଅସହାୟବୋଧକୁ ଡରେ, ମୁଁ ଭୟକୁ ଡରେ, ମୁଁ ନିଜ ଭିତରେ ବେଳେ ବେଳେ ସୃଷ୍ଟି ହେଉଥିବା ରାଗକୁ ଡରେ। ତେଣୁ କହିପାରନ୍ତି ନିଜ ଭିତରେ ଥିବା ସବୁ ଦୁର୍ବଳତାକୁ ଡେର।
କଥାଟିଏ ଯାଯାବର, କାହାକୁ ଡର?
/sambad/media/post_attachments/wp-content/uploads/2019/11/footf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)