ଜଣେ ଯୁବକ ନିର୍ବାଚନରେ ଜିଣି ସହରର ମେୟର ଦାୟିତ୍ବ ନେଲେ। ଏ କଥା ଜାଣିବା ପରେ ତାଙ୍କ ବାପା ତାଙ୍କ ହାତରେ ଧରାଇ ଦେଲେ ଦୁଇଟି ଲଫାପା। ତା’ ପରେ ପୁଅକୁ କହିଲେ- ଏଇ ଲଫାପା ଭିତରେ ରହିଛି ଦୁଇଟି ମୂଲ୍ୟବାନ ଉପଦେଶ। କାମଦାମ କଲା ବେଳେ ଯଦି ଅସୁବିଧାରେ ପଡ଼ିବୁ, ତେବେ ଏକ ନମ୍ବର ଲଫାପାଟିକୁ ଖୋଲିବୁ। ତା’ ଭିତରେ ଯେଉଁ ଉପଦେଶଟି ଲେଖା ହୋଇଛି, ସେଇ ଅନୁସାରେ କାମ କରିବୁ। ଯଦି ଦ୍ବିତୀୟ ଥର ସେଭଳି ସମସ୍ୟାରେ ପଡୁ, ତେବେ ଦୁଇ ନମ୍ବର ଲଫାପା ଭିତରେ ରହିଥିବା ଉପଦେଶ କାମରେ ଆସିବ।
ତରୁଣ ଥିଲେ ମାତ୍ରାଧିକ ଚଳଚଞ୍ଚଳ ପ୍ରକୃତିର। ତେଣୁ ମେୟର ଦାୟିତ୍ବ ନେବାର କିଛି ଦିନ ଭିତରେ ବିବାଦ ଉପୁଜିଲା। ସମସ୍ୟା ଜଟିଳ ହେବାରୁ ସେ ପ୍ରଥମ ଲଫାପାଟିକୁ ଖୋଲିଲେ। ସେଥିରେ ଉପଦେଶ ଥିଲା- ତୁମ ପୂର୍ବେ ଯିଏ ଦାୟିତ୍ବରେ ଥିଲେ, ଦୋଷ ତାଙ୍କ ଉପରକୁ ଠେଲିଦିଅ।
ତରୁଣ ମେୟର ସନ୍ତର୍ପଣରେ ସେଭଳି କଲେ ଏବଂ ସମସ୍ୟାରୁ ରକ୍ଷା ପାଇଗଲେ। କିଛି ଦିନ ପରେ ତାଙ୍କ କାର୍ଯ୍ୟକଳାପରୁ ପୁଣି ଏକ ସମସ୍ୟା ଉପୁଜିଲା। ଏଥର ମେୟର ସାଙ୍ଗେ ସାଙ୍ଗେ ଦ୍ବିତୀୟ ଲଫାପାକୁ ଖୋଲି ଉପଦେଶ ପଢ଼ି ପକାଇଲେ। ଦ୍ବିତୀୟରେ ଲେଖା ଥିଲା- ଏବେ ତୁମେ ଦାୟିତ୍ବରୁ ବିଦା ହୁଅ।
ପୁଅ କିଛି ବାଟ ନ ପାଇ ଘରକୁ ଫେରିଲେ ଏବ˚ ବାପାଙ୍କୁ ପଚାରିଲେ- ଆଉ କ’ଣ କିଛି ଉପାୟ ନାହିଁ? ବାପା କହିଲେ ଗୋଟିଏ ଭୁଲ୍ ଲାଗି ଉପାୟ ଥାଏ। ସେଥିରୁ ଶିକ୍ଷା ଲାଭ କରି ଯଦି ନ ସୁଧୁରିଲ ଓ ଦ୍ବିତୀୟ ଭୁଲ୍ କଲ, ତେବେ ଆଉ କିଛି ଉପାୟ ନାହିଁ।
କଥାଟିଏ-ଯାଯାବର: ଦୁଇ ଉପଦେଶ
ଜଣେ ଯୁବକ ନିର୍ବାଚନରେ ଜିଣି ସହରର ମେୟର ଦାୟିତ୍ବ ନେଲେ। ଏ କଥା ଜାଣିବା ପରେ ତାଙ୍କ ବାପା ତାଙ୍କ ହାତରେ ଧରାଇ ଦେଲେ ଦୁଇଟି ଲଫାପା। ତା’ ପରେ ପୁଅକୁ କହିଲେ- ଏଇ ଲଫାପା ଭିତରେ ରହିଛି ଦୁଇଟି ମୂଲ୍ୟବାନ ଉପଦେଶ।
/sambad/media/media_files/4gXaeJpVRwjMhCybVeWv.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)