ଜଣେ ଅତ୍ୟନ୍ତ ସଫଳ ଚାଷୀ ଥିଲେ। ତାଙ୍କ ହାତର ସ୍ପର୍ଶରେ ତାଙ୍କ ବିଲରେ ଯେଉଁ ଫସଲ ଉପୁଜୁଥିଲା, ସେ ସବୁର ଗୁଣମାନ ଥିଲା ଅଦ୍ବିତୀୟ। ତେଣୁ ସେ ସବୁ ବହୁ ଅଧିକ ମୂଲ୍ୟରେ ବିକ୍ରି ହେଉଥିଲା। ସେ ନିଜେ ନିଜ ଲାଗି ବିହନ ଉତାରୁଥିଲେ।
କିନ୍ତୁ ଚାଷୀଙ୍କୁ ରାତିରେ ନିଦ ହେଉ ନ ଥିଲା। କାଳେ କିଏ ତାଙ୍କ ଜମିରୁ ଫସଲ କାଟିନେବ ବା ଗଛରୁ ଫଳ ଝଡ଼ାଇ ନେଇଯିବ, ଏ ଆଶଙ୍କାରେ ସେ ସର୍ବଦା ଚିନ୍ତିତ ରହୁଥିଲେ। ତେଣୁ ତାଙ୍କର ଦେହ ଖରାପ ହେଲା। ତାଙ୍କ ପତ୍ନୀଙ୍କ ପରାମର୍ଶରେ ଚାଷୀ ଜଣକ ଜଣେ ଗୁରୁଙ୍କ ପାଖକୁ ଗଲେ। ଗୁରୁ ସବୁ କଥା ଶୁଣିବା ପରେ କହିଲେ- ରାତିରେ ନିଦ ହେବା ଲାଗି ଭଲ ବାଟଟିଏ କହିବି। କିନ୍ତୁ ତାହା ତୁମେ କରିପାରିଲେ ହେଲା। ବାଟଟି ହେଲା ତୁମ ବିହନ ତୁମେ ଆଖପାଖ ଚାଷୀମାନଙ୍କୁ ବାଣ୍ଟି ଦିଅ। ତୁମ ଜମି ପାଉଥିବା ପାଣିକୁ ସେମାନଙ୍କୁ ଦିଅ। ସେମାନେ ଯେମିତି ତୁମ ଭଳି ଫସଲ କରିବେ ସେ ନେଇ ଉପଦେଶ ଦିଅ। ଦେଖିବ ରାତିରେ ତୁମର ଭଲ ନିଦ ହେବ।
ଚାଷୀ କହିଲେ- ୟେ କିଭଳି କଥା? ମୋ ଆଖପାଖର ଚାଷୀ ଯଦି ମୋ ସହିତ ସମକକ୍ଷ ହେବେ, ତେବେ ମୋର ମୂଲ୍ୟ କ’ଣ ରହିବ?
ଗୁରୁ କହିଲେ- ଯଦି ଶାନ୍ତିରେ ରହିବାକୁ ଚାହଁ ତେବେ ମୋ କଥାଟି ମାନ। ତୁମେ ଭଲରେ ରହି ତୁମ ଆଖପାଖରେ ଥିବା ଲୋକ ଖରାପ ଅବସ୍ଥାରେ ରହିଲେ ତୁମେ ସର୍ବଦା ବିପଦରେ ରହିବ। ତୁମ ମନରେ ଆଶଙ୍କା ଲାଗି ରହିବ। ସେଭଳି ଘଟିବା ବି ସ୍ବାଭାବିକ। ଯଦି ତୁମେ ଓ ତୁମ ଚାରିପାଖର ଲୋକେ ଏକା ଭଳି ସମତୁଲ ସ୍ତରରେ ରହିବେ, ତେବେ ତୁମେ ଶାନ୍ତିରେ ରହିବ, ତୁମର ସମ୍ମାନ ବି ବଢ଼ିବ ଏବ˚ ସମସ୍ତେ ତୁମର ମଙ୍ଗଳ ଚାହିବେ।
ଚାଷୀ ତାହା କଲେ। ଏଣିକି ରାତିରେ ସେ ତାଙ୍କ ଫସଲ ଜଗିଲେ ନାହିଁ। କେହି ହେଲେ ତାଙ୍କ ଫସଲରେ ହାତ ମାରିଲେ ନାହିଁ। ସମସ୍ତେ ତାଙ୍କର ସୁଖଶାନ୍ତି କାମନା କଲେ।
କଥାଟିଏ-ଯାଯାବର: ଗୁରୁଙ୍କ ଉପଦେଶ
ଜଣେ ଅତ୍ୟନ୍ତ ସଫଳ ଚାଷୀ ଥିଲେ। ତାଙ୍କ ହାତର ସ୍ପର୍ଶରେ ତାଙ୍କ ବିଲରେ ଯେଉଁ ଫସଲ ଉପୁଜୁଥିଲା, ସେ ସବୁର ଗୁଣମାନ ଥିଲା ଅଦ୍ବିତୀୟ। ତେଣୁ ସେ ସବୁ ବହୁ ଅଧିକ ମୂଲ୍ୟରେ ବିକ୍ରି ହେଉଥିଲା। ସେ ନିଜେ ନିଜ ଲାଗି ବିହନ ଉତାରୁଥିଲେ।
/sambad/media/media_files/4gXaeJpVRwjMhCybVeWv.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)