ଦୁଇଟି ହରିଣ ଛୁଆ ଥିଲେ। ସେମାନେ ଏକା ସାଙ୍ଗରେ ଡିଆଁଡେଇଁ କରୁଥିଲେ। କିନ୍ତୁ ଦିନେ ଜଣେ ଲୋକ ଗୋଟିଏ ଛୁଆକୁ ସାଙ୍ଗରେ ନେଇ ଯାଇ ବଡ଼ ଆଦରରେ ପାଳିଲେ। ଏବେ ପୋଷା ହରିଣ ଛୁଆକୁ ସବୁ ପ୍ରକାର ଆରାମ ମିଳିଲା। କୌଣସି କଥା ଲାଗି ତାକୁ ପରିଶ୍ରମ କରିବାକୁ ପଡ଼ିଲା ନାହିଁ। ସେ ଖାଇପିଇ ମୋଟା ହେଲା। ତା’ର ଚିକ୍କଣ ଓ ଡଉଲଡାଉଲ ଚେହେରା ଦେଖି ସମସ୍ତେ ତାକୁ ଆଦର କରୁଥିଲେ। ତେଣୁ ସେ ଫୁଲି ଉଠୁଥିଲା।
ଥରେ ହଠାତ୍ ତା’ର ଦୈବାତ୍ ଦେଖା ହୋଇଗଲା ଜଙ୍ଗଲରେ ଥିବା ହରିଣ କଥା। ତା’ ମନ ଦୁଃଖରେ ଭରିଗଲା। ଦୁହେଁ ପରସ୍ପରକୁ ଚିହ୍ନି ପାରି ଯଦିଓ ଖୁସିରେ ନାଚିଗଲେ, ସହରୀ ହରିଣ ତା’ ସାଙ୍ଗଟିର ପତଳା ଦେହ ଓ କନକନ ଭାବ ଦେଖି କହିଲା- କେତେ ପ୍ରତିକୂଳ ପରିସ୍ଥିତିର ସାମନା କରି ତୁ କେତେ ଦୁଃଖରେ ଅଛୁ? ସଦାବେଳେ ଡରି କନକନ ହଉଛୁ। ମୋର ଦୁଃଖ ରହିଗଲା ଯେ ତୁ ଭଲ ଜୀବନ କ’ଣ ଜାଣିଲୁ ନାହିଁ।
ଏଇ ସମୟରେ କିଛି ଶବ୍ଦ ଶୁଣି ସହରୀ ହରିଣ କହିଲା- ୟେ କି ଶବ୍ଦ? ଜଙ୍ଗଲୀ ହରିଣ ତରକି ଯାଇ କହିଲା- ମାଙ୍କଡ଼ ଡାକ।
ସହରୀ ହସି ହସି ଗଡ଼ିଯାଇ କହିଲା- ମାଙ୍କଡ଼ ଡାକକୁ ବି ଡରୁଛୁ?
ଜଙ୍ଗଲୀ ହରିଣ ଡିଆଁ ମାରି ପଳାଇ ଯାଉଯାଉ କହିଲା-ବାଘ ଦେଖିଲେ ଗଛ ଉପରୁ ମାଙ୍କଡ଼ ଏମିତି ଡାକେ! ତୁ ଏବେ ପ୍ରାଣ ବଞ୍ଚେଇ ପଳା। ଡଉଲଡାଉଲ ହରିଣ ଯଦିଓ କୌଣସିମତେ ପଳାଇ ଯାଇ ବଞ୍ଚିଗଲା, ସେ ବୁଝିଲା ଯେ ସଂଘର୍ଷର ଜୀବନ କିଭଳି ସମର୍ଥ ମଧ୍ୟ କରେ।