ଦୁଇ ଜଣ ସାଧୁ ଦୂର ସ୍ଥାନକୁ ଯାଉଥିଲେ। ଜଣେ ବୃଦ୍ଧ ଏବଂ ଅନ୍ୟ ଜଣକ ତରୁଣ। ବାଟେର ନଈଟିଏ ପଡ଼ିଲା। ସେତେବେଳକୁ ନଈରେ ପାଣି ଭରପୂର। କୂଳେର ଜଣେ ଯୁବତୀ ବସି ଆର ପଟକୁ କେମିତି ଯିବେ ସେହି ଚିନ୍ତାରେ।
ସାଧୁ ଦୁଇ ଜଣ କୂଳରେ ପହଞ୍ଚିଲେ। ଯୁବତୀଙ୍କ ଦୁରବସ୍ଥା ଦେଖି ତରୁଣ ସାଧୁ ପଚାରିଲେ- ସାହାଯ୍ୟ ଚାହାନ୍ତି କି?
ଯୁବତୀ ହଁ ଭରନ୍ତେ ସେ ତାଙ୍କୁ କାନ୍ଧରେ ବସାଇ ଅତି ସତର୍କତାର ସହିତ ନଈ ପାର ହେବାକୁ ଲାଗିଲେ।
ବୃଦ୍ଧ ସନ୍ନ୍ୟାସୀ ଏହା ଦେଖି ତଟସ୍ଥ ହୋଇଗଲେ। କାରଣ ସେମାନେ ଯେଉଁ ପନ୍ଥର ବିଶ୍ବାସୀ ଥିଲେ, ସେଥିରେ ଶରୀର ଉପରେ କୌଣସି ନାରୀର ଛାଇ ପଡ଼ିବା ମଧ୍ୟ ଥିଲା ଗର୍ହିତ। ଶରୀରକୁ ସ୍ପର୍ଶ କରିବା ତ ଦୂରର କଥା!
ନଈ ପାର ହେବା ପରେ କୃତଜ୍ଞତା ଜଣାଇ ଯୁବତୀ ସେଠାରୁ ଚାଲିଗଲେ।
ଏବେ ଉଭୟ ସାଧୁ ପୁଣି ନିଜ ବାଟରେ ଚାଲିଲେ। କିନ୍ତୁ ପରିସ୍ଥିତି ବଦଳି ଯାଇଥିଲା। ବୃଦ୍ଧ ସାଧୁ ଏଣିକି ତରୁଣ ସାଧୁଙ୍କୁ ସନ୍ଦେହ ଭରା ଦୃଷ୍ଟିରେ ଦେଖୁଥିଲେ। ଅନେକ ସମୟ ଗଲା। ବୃଦ୍ଧ ସାଧୁ ଆଉ ନିଜକୁ ଅଟକାଇ ପାରିଲେ ନାହିଁ। ସେ ତରୁଣ ସାଧୁକୁ କହିଦେଲେ- ତୁମେ ୟେ କ’ଣ କଲ? ଅପରିଚିତ ନାରୀର ଶରୀରକୁ ତୁମେ ସ୍ପର୍ଶ କଲ କିପରି? ଗୁରୁ ଜାଣିଲେ ତୁମ ସ୍ଥିତି କ’ଣ ହେବ ବୁଝିଛ ତ?
ତରୁଣ ଏହା ଶୁଣି ସାମାନ୍ୟ ହସିଦେଇ କହିଲେ- ଆଜ୍ଞା, େସହି ନାରୀଙ୍କୁ ତ ମୁଁ ସେହି ନଈ କୂଳରେ ଛାଡ଼ି ଦେଇ ଆସିଲି। ଆପଣ ତାକୁ ଏ ପର୍ଯ୍ୟନ୍ତ ବୋହି ଚାଲିଛନ୍ତି?
କଥାଟିଏ-ଯାଯାବର: ଦୁଇ ସାଧୁ
ଦୁଇ ଜଣ ସାଧୁ ଦୂର ସ୍ଥାନକୁ ଯାଉଥିଲେ। ଜଣେ ବୃଦ୍ଧ ଏବଂ ଅନ୍ୟ ଜଣକ ତରୁଣ। ବାଟେର ନଈଟିଏ ପଡ଼ିଲା। ସେତେବେଳକୁ ନଈରେ ପାଣି ଭରପୂର। କୂଳେର ଜଣେ ଯୁବତୀ ବସି ଆର ପଟକୁ କେମିତି ଯିବେ ସେହି ଚିନ୍ତାରେ।
/sambad/media/media_files/4gXaeJpVRwjMhCybVeWv.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)