ମଞ୍ଜି କଥା

କଥାଟିଏ ଯାଯାବର

ଜଣେ ଗୁରୁ ଥିଲେ। ସେ ଶିଷ୍ୟ ଗ୍ରହଣ କଲା ବେଳେ ସେମାନଙ୍କୁ ପରୀକ୍ଷା କରୁଥିଲେ। ତେବେ, ବେଶ୍‌ କିଛି ବର୍ଷ ଧରି କୌଣସି ଜଣେ ହେଲେ ଯୁବକ ନିଜ ଉତ୍ତର ଦ୍ବାରା ତାଙ୍କୁ ସନ୍ତୁଷ୍ଟ କରିପାରୁ ନ ଥିବାରୁ ଶିଷ୍ୟ ହୋଇ ପାରୁ ନ ଥିଲେ। ପ୍ରଶ୍ନଟି ଥିଲା ଅତି ଛୋଟ ଏବ˚ ପ୍ରତି ବର୍ଷ ଗୁରୁ ସେଇ ଗୋଟିଏ ପ୍ରଶ୍ନ ପଚାରୁଥିଲେ। ଯୁବକମାନେ ସେ ପ୍ରଶ୍ନର ବେଶ୍‌ ସାରଗର୍ଭକ ଉତ୍ତର ଦେଉଥିଲେ କିନ୍ତୁ ଗୁରୁ ସନ୍ତୁଷ୍ଟ ହୋଇପାରୁ ନ ଥିଲେ। ପ୍ରଶ୍ନଟି ଥିଲା- ତୁମ ଜୀବନର ଲକ୍ଷ୍ୟ କ’ଣ?
ଉତ୍ତରରେ କେହି କହୁଥିଲେ ଯେ ସେ ବିଦ୍ବାନ ହେବାକୁ ଚାହାନ୍ତି ତ କିଏ କହୁଥିଲେ ସେ ପୁଣ୍ୟାତ୍ମା ହେବାକୁ ଚାହାନ୍ତି ତ କିଏ କହୁଥିଲେ ସେ ବୀର ହେବାକୁ ଚାହାନ୍ତି ଇତ୍ୟାଦି। କିନ୍ତୁ ସେ ସବୁ ଗୁରୁଙ୍କୁ ସନ୍ତୁଷ୍ଟ କରିପାରୁ ନ ଥିଲା।
ଥରେ ପହଞ୍ଚିଲେ ଜଣେ ତରୁଣ। ଗୁରୁ ତାଙ୍କୁ ସେହି ପ୍ରଶ୍ନ ପଚାରିଲେ।
ଯୁବକ ଟିକିଏ ଭାବି ଉତ୍ତର ଦେଲେ- ଜୀବନ ଯଦି ଗୋଟିଏ ଯାତ୍ରା ତେବେ ଠିକଣା ଯାତ୍ରା କରିବା ହେଉଛି ମୋର ଲକ୍ଷ୍ୟ।
ଗୁରୁ କହିଲେ- କିନ୍ତୁ ଲକ୍ଷ୍ୟ ସ୍ଥଳ ନ ଥାଇ ଯାତ୍ରା କଲେ ତୁମେ ପହଞ୍ଚିବ କେଉଁଠି ବା କେମିତି?
ଯୁବକ ଉତ୍ତର ଦେଲେ- ମୋ ଲାଗି ପହଞ୍ଚିବା ଏକ ଲକ୍ଷ୍ୟ ନୁହେଁ। ଲକ୍ଷ୍ୟ ହେଉଛି ଯାତ୍ରା କାର୍ଯ୍ୟଟିକୁ ଠିକଣା ଭାବେ ସ˚ପାଦନ କରିବା। ଗୁରୁ ତାଙ୍କ ମୁଣ୍ତ ଉପରେ ହାତ ଥୋଇ ଦେଇ କହିଲେ- ତୁମେ ମୋର ଶିଷ୍ୟ ହେବାକୁ ଯୋଗ୍ୟ। କାରଣ ଯେଉଁ ବ୍ୟକ୍ତି କୌଣସି କାର୍ଯ୍ୟ ସ˚ପାଦନ କରିବାରୁ ପ୍ରକୃତ ଆନନ୍ଦ ଲାଭ କରେ, ତେବେ ସେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ଅନିବାର୍ଯ୍ୟ ହୋଇଥାଏ। ତୁମେ ମଞ୍ଜି କଥାକୁ ଧରିଛ।

ସମ୍ବନ୍ଧିତ ଖବର