ଥରେ ଜଣେ ଲୋକ ସନ୍ନ୍ୟାସୀଙ୍କ ଆଶ୍ରମରେ ପହଞ୍ଚି ପଚାରିଲେ- ମହାତ୍ମା, ଏ ସ˚ସାର ବନ୍ଧନରୁ ମୁକ୍ତି ପାଇବାର ବାଟଟି କଅଣ?
ସନ୍ନ୍ୟାସୀ କିଛି ସମୟ ଭାବିଲେ, ତା’ ପରେ ତାଙ୍କ ଚେଲାମାନଙ୍କୁ କହିଲେ- ୟାକୁ ବାନ୍ଧି ପକାଅ ଏବ˚ ତାକୁ ଆମ ଆଶ୍ରମର ସେଇ ଯେଉଁ ଭିତିରିଆ କୋଠରିରେ ପୂରାଇ ଦିଅ। ସେ ଲୋକ ହାଁ ହାଁ କରୁ କରୁ ତାଙ୍କୁ ଚେଲାମାନେ ଧରି ପକାଇ ବାନ୍ଧିଦେଲେ ଏବ˚ ସେଇ ଭିତିରିଆ ପ୍ରକୋଷ୍ଠ ଭିତରେ ପୂରାଇ ବନ୍ଦ କରିଦେଲେ।
ତାଙ୍କର ବୁଦ୍ଧି ହଜିଗଲା। ସେ ଭାବିଲେ ଏ ବାବାଜି ଜଣେ ତାନ୍ତ୍ରିକ ଏବ˚ ୟେ ମୋତେ ନିଶ୍ଚିତ ଭାବେ ବଳି ପକାଇଦେବ। ଏଇ ଭୟରେ ସେ କେମିତି ସେଇଠାରୁ ମୁକ୍ତି ପାଇବେ ସେଇ ଚେଷ୍ଟାରେ ରହିଲେ। ସ˚ଧୢା ବେଳକୁ ସେଇ ସୁଯୋଗ ଜୁଟିଗଲା। ବାବାଜିଙ୍କ ଚେଲାମାନେ ତାଙ୍କୁ ଭଲ ଭାବେ ବାନ୍ଧି ନ ଥିବା ଜାଣି ସେ ଟିକିଏ ଅପେକ୍ଷା କଲେ ଓ ଅନ୍ଧାର ହେବା ମାତ୍ରକେ କୌଣସିମତେ ଖସି ପଳାୟନ କଲେ।
ସକାଳ ହେଲାରୁ ସେ ରାଜାଙ୍କ ପାଖକୁ ଯାଇ ଅଭିଯୋଗ କଲେ ଯେ ବାବାଜି ତାଙ୍କୁ ବଳି ପକାଇବା ନିମନ୍ତେ ବାନ୍ଧି ରଖିଥିଲେ।
ରାଜା ଏ କଥା ଶୁଣି ବାବାଜିଙ୍କୁ ବାନ୍ଧି ଆଣିବା ଲାଗି ଆଦେଶ ଦେଲେ।
ରାଜା ବାବାଜିଙ୍କୁ ପଚାରିଲେ- ଆପଣ ଏମିତି କାହିଁକି କଲେ?
ବାବାଜି କହିଲେ- ଏ ଲୋକ ସ˚ସାରରୁ ମୁକ୍ତି ପାଇବାର ଉପାୟ ପଚାରୁଥିଲେ। ମୁଁ କିନ୍ତୁ ଏବେ ପଚାରୁଛି ଆଶ୍ରମର ବନ୍ଦ ଘରୁ ମୁକ୍ତି ପାଇବା ଲାଗି ସେ ମୋତେ ଉପାୟ ପଚାରିଲେ କି? ତେଣୁ ସେ ବୁଝିବା ଦରକାର ଯେ ସ˚ସାର ଯେତେବେଳେ ତାଙ୍କୁ ଏମିତି ଲାଗିବ ଯେ ସେ ଅନୁଭବ କରିବେ ପଳାୟନ ନ କରି ଚାରା ନାହିଁ, ସେତିକି ବେଳେ ବାଟ ଆପେ ଫିଟିଯିବ।