ମୁକ୍ତ ମହାବୀର

କଥାଟିଏ-ଯାଯାବର

ଯେତେବେଳେ ମହାବୀର ଘର ଓ ପରିବାର ଛାଡ଼ି ଯିବାକୁ ବାହାରିଲେ ସେତିକି ବେଳେ ତାଙ୍କ ଭାଇ ତାଙ୍କୁ ବିସ୍ମୟ ସହକାରେ ଚାହିଁ ରହିଥିଲେ।
ବଡ଼ଭାଇ କହିଲେ- ମହାବୀର ତୁମେ ନିର୍ବୋଧ। ତା’ ହୋଇ ନ ଥିଲେ ତୁମେ ଏ ରାଜପଦ, ରାଜସି˚ହାସନ ଓ ରାଜ୍ୟ ଛାଡ଼ି ଚାଲି ଯାଉ ନ ଥାଆନ୍ତ।
ସେତିକି ବେଳେ ମହାବୀର ତାଙ୍କ ଶରୀରରେ ଥିବା ଏକମାତ୍ର ବସ୍ତ୍ର କୌପୀନଟିକୁ ଖୋଲିବାର ଉପକ୍ରମ କରୁଥିଲେ। ଭାଇଙ୍କ କଥା ଶୁଣି ସେ ହସିଦେଲେ ଓ କହିଲେ- ଭାଇ, ମୁଁ ଓ ଏଇ କୌପୀନ ପରସ୍ପରକୁ ବାନ୍ଧି ରଖିଛୁ। ସେ କେବଳ ମୋତେ ବାନ୍ଧି ନାହିଁ, ମୁଁ ବି ତା’ ସହିତ ବନ୍ଧା ହୋଇ ରହିଛି। ଏବେ ମୁଁ ସ˚ପୂର୍ଣ୍ଣ ମୁକ୍ତ।
ଏହା କହି ସ˚ପୂର୍ଣ୍ଣ ଉଲଗ୍ନ ମହାବୀର ରାଜଉଆସ ଛାଡ଼ି ଚାଲିଗଲେ ଏବ˚ ଗଲା ବେଳେ କହିଗଲେ ମୁଁ ଏବେ ସ˚ପୂର୍ଣ୍ଣ ମୁକ୍ତ। ମୁଁ ଏବେ ଆଉ କାହାର ଦାସ ନୁହେଁ।
ମହାବୀର ଗଲା ପରେ ତାଙ୍କ ଭାଇ ବୃଦ୍ଧ ମନ୍ତ୍ରୀଙ୍କୁ ପଚାରିଲେ- ମହାବୀର କ’ଣ ଠିକ୍‌ କଥା କହିଦେଇ ଗଲେ? ମୁଁ ପରା ଏ ରାଜ୍ୟର ରାଜା। ଏ ରାଜ୍ୟର ପ୍ରଭୁ। ମୁଁ କ’ଣ କାହାର ଦାସ? ଦାସ ନ ହେବା ଲାଗି ରାଜା ହେବା ଜରୁରୀ। ଏମିତି ଘରଦ୍ବାର ଛାଡ଼ିବା ଜରୁରୀ ନୁହେଁ।
ସେତେବେଳେ ଲୋକେ ସତ୍ୟନିଷ୍ଠ ଥିଲେ। ମନ୍ତ୍ରୀ ମହୋଦୟ ବି ସତ୍ୟନିଷ୍ଠ ଥିଲେ। ସେ କହିଲେ- ନା, ମହାରାଜ, ଆପଣ ପ୍ରଭୁ ସତ, କିନ୍ତୁ ଗହୀରେଇ ଦେଖିଲେ ଆପଣ ଏ ପ୍ରଭୁପଣର ଦାସ। ଆପଣ ରାଜକୀୟ ଅହ˚କାରର ଦାସ। ଆପଣ ମୁକ୍ତ ନୁହନ୍ତି। ମହାବୀର ସତରେ ମୁକ୍ତ ହୋଇଗଲେ।

ସମ୍ବନ୍ଧିତ ଖବର