ଅବୋଲକରା ସପକ୍ଷରେ

କଥାଟିଏ-ଯାଯାବର

ଗୁରୁ ଓ ଅବୋଲକରା ଯାଉଥିବା ବେଳେ ସ˚ଧୢା ହେବାରୁ ସେମାନେ ଗୋଟିଏ ଧର୍ମଶାଳାରେ ରହିଲେ। ସେଠାରେ ଜଣେ ବାବାଜି ଦୁଇ ତିନି ଜଣ ଚେଲାଙ୍କୁ ଧରି ରହିଥିଲେ। ଗୁରୁ ଓ ଅବୋଲକରାଙ୍କ ଭିତରେ ଥିବା ସ˚ପର୍କକୁ ଦେଖି ବାବାଜି ମହାଶୟ ତଟସ୍ଥ ହୋଇଗଲେ। କାରଣ ଅବୋଲକରାର ବ୍ୟବହାର ଦେଖିଲେ ଲାଗୁଥିଲା ସେ ନାଁକୁ ମାତ୍ର ଗୁରୁଙ୍କ ଚେଲା। ସେ ଗୁରୁଙ୍କ କଥା ମାନୁ ନ ଥିଲା। ତା ଜିଦିରେ ଅଡ଼ି ରହୁଥିଲା। କଥା କଥାକେ ଗୁରୁଙ୍କୁ ପ୍ରଶ୍ନ କରୁଥିଲା ଓ ଉତ୍ତର ନ ପାଇଲା ଯାକେ ବସେଇ ଉଠେଇ ଦେଉ ନ ଥିଲା। ଗୁରୁ ତାକୁ ସାକୁଲାଉଥିଲେ। ତାକୁ ଗପ କହୁଥିଲେ।
ବେଳ ଦେଖି ବାବାଜି ଗୁରୁଙ୍କୁ ପଚାରିଲେ- ଆପଣଙ୍କ ଚେଲା ତ ବିଚିତ୍ର। ଆପଣ ତାକୁ ପ୍ରଶ୍ରୟ ଦେଉଛନ୍ତି କାହିଁକି?
ଗୁରୁ କହିଲେ- ମୁଁ ତାକୁ ପ୍ରଶ୍ରୟ ଦେଇନାହିଁ। ମୁଁ ତାକୁ ସ୍ବାଧୀନତା ଦେଇଛି।
ବାବାଜି କହିଲେ- ୟେ କି ପ୍ରକାର ସ୍ବାଧୀନତା? ମୁଁ ବି ମୋ ଶିଷ୍ୟମାନଙ୍କୁ ସ୍ବାଧୀନତା ଦେଇଛି। ତା’ ବୋଲି!
ଗୁରୁ କହିଲେ- ଆପଣ ଯଦି ଉପଦ୍ରବ କରିବାର ସ୍ବାଧୀନତା ଦେଇନାହାନ୍ତି ତ କି ସ୍ବାଧୀନତା ଦେଲେ? ତା’ ଅର୍ଥ ଆପଣଙ୍କୁ ଯାହା ଭଲ ଲାଗିବ କେବଳ ତାହା କରିବାକୁ ଆପଣ ଶିଷ୍ୟମାନଙ୍କୁ ସ୍ବାଧୀନତା ଦେଇଛନ୍ତି? ତା’ ଅର୍ଥ ଆପଣଙ୍କ ଇଚ୍ଛାଧୀନ ସ୍ବାଧୀନତା!
ସନ୍ନ୍ୟାସୀ କହିଲେ- ତା’ ବୋଲି?
ତାଙ୍କ ମୁହଁରୁ କଥା ଛଡ଼େଇ ନେଇ ଗୁରୁ କହିଲେ- ମୁଁ ଓ ଅବୋଲକରା ପରସ୍ପରକୁ ଭାରି ଭଲ ପାଉ। ସେଥି ଲାଗି ତ ଉପଦ୍ରବକୁ ଆମେ ସହିଯାଉ। ମୁଁ ଜାଣେ ଦରକାର ପଡ଼ିଲେ ଅବୋଲକରା ମୋ ଲାଗି ଜୀବନକୁ ବାଜି ଲଗାଇ ଦେବ।

ସମ୍ବନ୍ଧିତ ଖବର