ଜଣେ ତରୁଣ ପ୍ରକୃତ ଜ୍ଞାନ ଲାଭ କରିବା ଉଦ୍ଦେଶ୍ୟରେ ଜଣେ ଜେନ୍‌ ଗୁରୁଙ୍କ ଆଶ୍ରମକୁ ବାହାରିଲେ। ଆଶ୍ରମରେ ସେ ଦେଖିଲେ ଜେନ୍‌ ଗୁରୁ ପୋଖରୀ କୂଳରେ ବସି ଲୁଗା ସଫା କରୁଛନ୍ତି!
ଯୁବକ ତାଙ୍କୁ ପ୍ରଣାମ କଲା। ଗୁରୁ ପଚାରିଲେ- କେଉଁ କାମରେ ଆସିଛ ବାବା?
ଯୁବକ କହିଲା- ବୁଦ୍ଧି ପାଇବା ଲାଗି ଆପଣଙ୍କ ଶିଷ୍ୟତ୍ବ ନେବି।
ଜେନ ଗୁରୁ କହିଲେ- ତୁମେ ତ ପୂରା ନିର୍ବୁଦ୍ଧିଆ ଭଳି ଲାଗୁଛ। ବୁଦ୍ଧି ପାଇବ କେମିତି? ଆଚ୍ଛା କହିଲ ବାବୁ, ମୁଁ ଏବେ କ’ଣ କରୁଛି?
ଯୁବକ କହିଲା- ମହାଭାଗ, ଆପଣ ଲୁଗା ସଫା କରୁଛନ୍ତି!
ଜେନ୍‌ ଗୁରୁ ହସିଲେ ଓ କହିଲେ- କହୁ ନ ଥିଲି ତୁମର ବୁଦ୍ଧିଶୁଦ୍ଧି ନାହିଁ ବୋଲି! ମୁଁ ଏଠି ଲୁଗାକୁ ପାଣିରେ ବାରମ୍ବାର ଧୋଉଛି ସିନା ମୁଁ ଏଠାରେ ଲୁଗା ସଫା କରୁନାହିଁ। ମୁଁ ଏଠି ଲୁଗାରୁ ମଇଳା ସଫା କରୁଛି। ଲୁଗା ତ ମୂଳରୁ ସଫା ଥିଲା। ସଫା ଜିନିଷକୁ ପୁଣି ସଫା କରିବ କେମିତି?
ଏ କଥା ଶୁଣିଲା ପରେ ତରୁଣ ମନ ପୁଲକରେ ଭରିଗଲା।
ସେ କହିଲା- ଗୁରୁ ଧନ୍ୟବାଦ ଏବଂ ତା’ ପରେ ସିଧା ସେଠାରୁ ଚାଲିଗଲା।
ଗୁରୁ ବୁଝିଲେ ଯେ ତରୁଣର ‌େଚୖତନ୍ୟ ଉଦୟ ହୋଇଗଲା।