ପ୍ରସିଦ୍ଧ ଜେନ୍ ଗୁରୁ ନେନେ ପ୍ରାୟତଃ ହସହସ ଓ ଖୁସି ମିଞ୍ଜାସରେ ରହୁଥିଲେ। କୌଣସି କଥାରେ ବିଚଳିତ ହେଉ ନ ଥିଲେ। ଜଣେ ବ୍ୟକ୍ତି ତାଙ୍କୁ ଏହାର ରହସ୍ୟ ବାବଦରେ ପଚାରିଲେ।
ନେନେ କହିଲେ- ସିଧା କଥା। କିଛି ଚାହିଁବ ନାହିଁ ତ ଦୁଃଖ ରହିବ ନାହିଁ।
ସେହି ବ୍ୟକ୍ତି ଇଲମଟି ପାଇ ଚାଲିଗଲେ ଏବଂ କିଛି ନ ଚାହିଁ ବା କାମନା ନ କରି ଜୀବନ କାଟିବାକୁ ସ୍ଥିର କଲେ। କିନ୍ତୁ ସୁଖ ମିଳିଲା ନାହିଁ।
ଦିନେ ସେ ଆସି ନେନେଙ୍କୁ କହିଲେ- କିଛି ଚାହୁଁ ନାହିଁ। ସବୁ କାମନା ବାସନା ତ୍ୟାଗ କଲି। ହେଲେ ସୁଖ ମିଳୁନାହିଁ। କାହିଁକି?
ନେନେ କହିଲେ- ସୁଖ ମିଳିବ ବୋଲି ମୁଁ ତ କେବେ ହେଲେ କହିନାହିଁ। ମୁଁ କହିଥିଲି ଦୁଃଖ ରହିବ ନାହିଁ। ଗୌତମ ବୁଦ୍ଧ ମଧ୍ୟ ସେୟା କହିଥିଲେ। କାମନାରେ ବିନାଶ ହେଲେ ଦୁଃଖ ରହିବ ନାହିଁ। ଦୁଃଖ ରହିବ ନାହିଁର ଅର୍ଥ କ’ଣ ସୁଖ ମିଳିବ? ଦୁଃଖ ରହିବ ନାହିଁର ଅର୍ଥ କେବଳ ଦୁଃଖର ଅନୁପସ୍ଥିତି, ଆଉ କିଛି ନୁହେଁ। ତୁମେ ଯଦି ସତରେ କାମନା କରିବା ଛାଡ଼ିଦେବ, ତେବେ, ଦୁଃଖର ଅନୁପସ୍ଥିତିକୁ ଅନୁଭବ କରିପାରିବ।
ନେନେ କହିଲେ- ତୁମେ କହୁଛ ଯେ ତୁମେ ସବୁକିଛି ଛାଡ଼ି ଦେଲ, ପୁଣି ସୁଖ ପାଇବାର ଲକ୍ଷ୍ୟ କିଆଁ ରଖିଛ? ତାକୁ ଯଦି ରଖିଛ, ତେବେ ସବୁ କିଛି ଛାଡ଼ିଲ କେମିତି?
ଏବେ ବ୍ୟକ୍ତି ଜଣକ କହିଲେ- ଆପଣ ସତ କଥା କହିଛନ୍ତି। ବୁଦ୍ଧ ଉପରଠାଉରିଅା ଭାବେ କିଛି କହି ନାହାନ୍ତି। ସେ କହିଥିଲେ ଦୁଃଖ ରହିବ ନାହିଁ, ଅଥଚ, ଆମେ ସମସ୍ତେ ତାହାର ଅର୍ଥ ବାହାର କଲୁ ଯେ ସୁଖ ମିଳିବ!
କଥାଟିଏ-ଯାଯାବର: ଦୁଃଖ ରହିବ ନାହିଁ
ସିଦ୍ଧ ଜେନ୍ ଗୁରୁ ନେନେ ପ୍ରାୟତଃ ହସହସ ଓ ଖୁସି ମିଞ୍ଜାସରେ ରହୁଥିଲେ। କୌଣସି କଥାରେ ବିଚଳିତ ହେଉ ନ ଥିଲେ। ଜଣେ ବ୍ୟକ୍ତି ତାଙ୍କୁ ଏହାର ରହସ୍ୟ ବାବଦରେ ପଚାରିଲେ। ନେନେ କହିଲେ- ସିଧା କଥା। କିଛି ଚାହିଁବ ନାହିଁ ତ ଦୁଃଖ ରହିବ ନାହିଁ।