ଗୋଟିଏ ସୁଫି ଗଳ୍ପ।
ବ୍ୟବସାୟୀ ଜଣକ ତାଙ୍କ ଦୋକାନ ବନ୍ଦ କରି ଘରେ ପହଞ୍ଚିବା ବେଳକୁ ଦେଖିଲେ ଯେ ଘରର ଝରକାକୁ ଲାଗି ଛିଡ଼ା ହୋଇଛି ଗୋଟିଏ ଛାୟା ମୂର୍ତ୍ତି। ସେ ପଚାରିଲେ- ତୁମେ କିଏ?
ଛାୟା ମୂର୍ତ୍ତି ଉତ୍ତର ଦେଲେ- ମରଣ ଦୂତ!
ବ୍ୟବସାୟୀ ଚମକି ପଡ଼ିଲେ। ସେ ଭାବିେଲ- ମୋର ତ ଅନେକ କିଛି କରିବାକୁ ବାକି ଅଛି, ଏବେ ଜୀବନ ଚାଲିଗଲେ ହେବ କେମିତି? ତେଣୁ ସେ ମରଣ ଦୂତଙ୍କୁ ନେହୁରା ହୋଇ କହିଲେ- ମହାଶୟ, ମୋତେ ଦୟା କରନ୍ତୁୁ। ମୋର ଅନେକ କିଛି କରିବାକୁ ବାକି ଅଛି। ମୁଁ ପ୍ରୌଢ଼ ବୟସରେ ଯୁବତୀ ପତ୍ନୀ ଗ୍ରହଣ କରିଛି। ମୋର ପୁତ୍ର ବାଳୁତ ବୟସରେ। ମୁଁ ଚାଲିଗଲେ ସେମାନେ ଚଳିବେ କେମିତି? ବଞ୍ଚିବେ କେମିତି? ମୋତେ କିଛି ସମୟ ମହଲତ ଦିଅନ୍ତୁ।
ମରଣ ଦୂତ ହସିଲେ ଏବଂ କହିଲେ- ତାହା ଆମ କ୍ଷମତା ବାହାରେ। ତେବେ ମୁଁ ଯମରାଜାଙ୍କ ସ୍ବତନ୍ତ୍ର ଦୂତ ହୋଇଥିବାରୁ ମୋ ପାଖରେ କିଛି ଅଧିକ କ୍ଷମତା ଅଛି। ତେଣୁ ତୁମ ଜୀବନକୁ ଆଉ କୋଡ଼ିଏ ବର୍ଷ ବଢ଼ାଇ ଦେଲି। ତୁମେ ଯାହା କରିବା କଥା ଏଇ ସମୟ ଭିତରେ ସାରି ଦିଅ।
ବ୍ୟବସାୟୀ ଖୁସିରେ ଆତ୍ମହରା ହୋଇ ମରଣ ଦୂତଙ୍କ ପାଦ ତଳେ ପଡ଼ିଗଲେ।
ମରଣ ଦୂତ କହିଲେ- ହଉ ଏବେ ବାଟ ଛାଡ଼। ମୋ କାମ କରିବାକୁ ଦିଅ। ମୁଁ ଆସିଛି ତୁମ ପତ୍ନୀଙ୍କ ଆତ୍ମା ନେଇ ଯିବା ଲାଗି। ଆଉ ବିଳମ୍ବ ଘଟାଅ ନାହିଁ।
ବ୍ୟବସାୟୀ ଆକାଶରୁ ଖସି ପଡ଼ିଲେ। ସେ ବିଳାପ କଲେ- କି କଥା? ମୁଁ ବୟସରେ ବଡ଼, ମୋତେ ଆଗ ନିଅ। ମୋ ପତ୍ନୀଙ୍କୁ କାହିଁକି? ସେ ତ କମ୍ ବୟସର। ତାଙ୍କ ବିନା ମୁଁ ଚଳିବି କେମିତି? ମୋ ପରିବାର ଚଳିବ କେମିତି?
ମରଣ ଦୂତ କହିଲେ- ତୁମକୁ କିଏ କହିଲା ଯେ ଯାହାର ବୟସ ଅଧିକ ତା’ର ପାଳି ଆଗ ପଡ଼େ? ସେମିତି କିଛି ନିୟମ ନାହିଁ। ତୁମ ପତ୍ନୀଙ୍କୁ ନେଇ ଯିବା ନିଶ୍ଚିତ। କିନ୍ତୁ ତୁମ ଦୁଃଖ ଆହୁରି କୋଡ଼ିଏ ବର୍ଷ ବଢ଼ିଯିବ। କାରଣ ତୁମର ଆୟୁଷ ସତୁରି ବର୍ଷ ଥିଲା। ଏବେ ମୋ ବର ପାଇ ତୁମେ ନବେ ବର୍ଷ ଯାଏ ବଞ୍ଚିବ।
କଥାଟିଏ-ଯାଯାବର: ବ୍ୟବସାୟୀ ଓ ମରଣ ଦୂତ
ବ୍ୟବସାୟୀ ଜଣକ ତାଙ୍କ ଦୋକାନ ବନ୍ଦ କରି ଘରେ ପହଞ୍ଚିବା ବେଳକୁ ଦେଖିଲେ ଯେ ଘରର ଝରକାକୁ ଲାଗି ଛିଡ଼ା ହୋଇଛି ଗୋଟିଏ ଛାୟା ମୂର୍ତ୍ତି। ସେ ପଚାରିଲେ- ତୁମେ କିଏ? ଛାୟା ମୂର୍ତ୍ତି ଉତ୍ତର ଦେଲେ- ମରଣ ଦୂତ!
/sambad/media/media_files/4gXaeJpVRwjMhCybVeWv.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)