ଜଣେ ସୈନିକଙ୍କ ମନରେ ସଂସାର ପ୍ରତି ବିତୃଷ୍ଣା ଆସିଗଲା। ସେ ଜଣେ ସାଧୁଙ୍କ ଆଶ୍ରମକୁ ଯାଇ ନିଜ ମନ କଥା କହି ସନ୍ନ୍ୟାସୀ ହେବେ ବୋଲି କହିଲେ।
ସାଧୁ କହିଲେ- ସନ୍ନ୍ୟାସୀ ହେବା ଲାଗି ତୁମେ ପ୍ରସ୍ତୁତ ହୋଇଛ ଭଳି ଲାଗୁନାହିଁ।
େସୖନିକ କହିଲେ- ମନରେ ବୈରାଗ୍ୟ ଆସିଗଲା ବୋଲି ଘର ସଂସାର ଓ ସବୁ କିଛି ଛାଡ଼ି ଏଠାକୁ ଚାଲି ଆସିଲି। ତା’ ସତ୍ତ୍ବେ ଆପଣଙ୍କୁ ବିଶ୍ବାସ ଆସୁନାହିଁ?
ସନ୍ନ୍ୟାସୀ କହିଲେ- ଠିକ୍ ଅଛି। ଏହି ଭିକ୍ଷା ଥାଳ ଧର ଏବଂ ଆସ ଭିକ୍ଷା ମାଗିବାକୁ ଯିବା।
ଦୁହେଁ ଭିକ୍ଷା ମାଗିବାକୁ ବାହାରିଗଲେ। ଗୋଟିଏ ଘରେ ପହଞ୍ଚିଲେ, ଯେଉଁଠି ଗୃହ ମାଲିକ ଭିକ୍ଷୁକମାନଙ୍କୁ ଘୃଣା କରୁଥିଲେ। ଦେଖିଲେ ମାର ମାର କରୁଥିଲେ। ସେଠାରେ ଭିକ୍ଷା ମାଗିବା ବେଳେ ଗୃହସ୍ବାମୀ ଭିକ୍ଷୁକ ଦ୍ବୟଙ୍କୁ ଏଭଳି ଅପମାନିତ କଲେ ଯେ ସନ୍ନ୍ୟାସୀ ହେବାକୁ ଆସିଥିବା ସୈନିକ ଆଉ ସହି ପାରିଲେ ନାହିଁ। ସେ ନିଜ ଭିକ୍ଷା ପାତ୍ରରେ ଆଘାତ କରିବାକୁ ଉଦ୍ୟତ େହଲେ। କିନ୍ତୁ ସାଧୁ ତାଙ୍କୁ ସେଥିରୁ ନିବୃତ୍ତ କରି ସେହି ସ୍ଥାନରୁ ନେଇ ଆସିଲେ।
ଏହା ପରେ ସାଧୁ କହିଲେ- ମୁଁ କହୁ ନ ଥିଲି? ତୁମେ ପ୍ରସ୍ତୁତ ହୋଇନାହଁ। ତୁମେ ସବୁ କିଛି ଛାଡ଼ି ସନ୍ନ୍ୟାସୀ ହେଲ; କିନ୍ତୁ ସେହି ବ୍ୟକ୍ତିଙ୍କ ଅପମାନ ସହି ନ ପାରିବାରୁ ତୁମ ଭିତରେ ଥିବା ସୈନିକ ଜିଇ ଉଠିଲା ଏବଂ ତୁମେ ପ୍ରହାର କରିବାକୁ ବାହାରିଲ। ତେଣୁ ତୁମେ ସବୁ କିଛି ଛାଡ଼ି ପାରିନାହଁ। ମନେ ରଖ ଯିଏ ବାସ୍ତବରେ ସବୁ କିଛି ପରିତ୍ୟାଗ କରିଦିଏ, ତା’ ଲାଗି ସଂସାରରେ ରହି ମଧ୍ୟ ସନ୍ନ୍ୟାସୀ ହେବା ସମ୍ଭବ।
ସୈନିକରୁ ସନ୍ନ୍ୟାସୀ
କଥାଟିଏ-ଯାଯାବର