ଗୋଟିଏ ଜଙ୍ଗଲରେ ଜଣେ ଦୁର୍ଦ୍ଦାନ୍ତ ଡକାୟତ ରହୁଥିଲା। ସେଇ ଜଙ୍ଗଲ ଦେଇ ଯାଉଥିବା ଲୋକଙ୍କ ଆଗକୁ ସେ ଖଣ୍ତା ଧରି ଡେଇଁ ପଡୁଥିଲା ଏବ˚ ସେମାନଙ୍କ ବେକରେ ଖଣ୍ତା ଲଗାଇ ପଚାରୁଥିଲା- ଧନରତ୍ନ ପ୍ରିୟ ନା ଜୀବନ? ପ୍ରାୟ ସମସ୍ତେ କାନ୍ଦିକାଟି ଜୀବନ ଭିକ୍ଷା କରୁଥିଲେ ଏବ˚ ପାଖରେ ଥିବା ଧନରତ୍ନ ତାକୁ ଦେଇ ଦେଉଥିଲେ। ବେଳେବେଳେ ଅବଶ୍ୟ କେହିକେହି ସାହସୀ ଲୋକ ଅସ୍ତ୍ର ଧରି ତା’ର ମୁକାବିଲା କରୁଥିଲେ। କିନ୍ତୁ ଡକାୟତ ଥିଲା ଶସ୍ତ୍ର ବିଦ୍ୟାରେ ପାରଙ୍ଗମ। ତେଣୁ ସେ ପ୍ରତିବାଦୀକୁ ହତ୍ୟା କରୁଥିଲା ଓ ସ˚ପତ୍ତି ଲୁଟି ନେଉଥିଲା। ଡକାୟତକୁ କେହି ଜବତ କରିପାରୁ ନ ଥିଲେ। 
ଦିନେ ସେଇ ବାଟେ ଯାଉଥିଲେ ଜଣେ ସନ୍ନ୍ୟାସୀ। ସେ ଯାଉଥିବା ବେଳେ ହଠାତ୍‌ ସେଇ ଭୀଷଣ ଦର୍ଶନ ଡକାୟତ ତାଙ୍କ ଆଗକୁ କୁଦି ପଡ଼ି ଚିରାଚରିତ ଭାବେ କହିଲା- ଧନରତ୍ନ ନା ଜୀବନ? 
ସନ୍ନ୍ୟାସୀ ଏଥିରେ ଭୟ ପାଇବା ତ ଦୂରର କଥା ହସିବାକୁ ଲାଗିଲେ। ଡକାୟତ ତଟସ୍ଥ ହୋଇଗଲା। ତା’ ପରେ ସେ ଗର୍ଜି କହିଲା- ଶୀଘ୍ର ଯାହା ଅଛି ଦେ, ନ ହେଲେ ମରିବୁ।
ସନ୍ନ୍ୟାସୀ କହିଲେ- ବାବୁ, ତୁ ଏମିତି ମାଙ୍କଡ଼ ଭଳିଆ ଡିଆଁକୁଦା କରି ମୋତେ ଧମକାଇବୁ ନାହିଁ। ମୋ ପାଖରେ କିଛି ଧନ ନାହିଁ। ଏବେ ରହିଲା ଜୀବନ! ଜୀବପ ପ୍ରତି ବି ମୋର ଲୋଭ ନାହିଁ। ତେଣୁ ମୋ ଲାଗି ଏଭଳି ମୂଲ୍ୟହୀନ କଥା ଲାଗି ତୁ ଏମିତି ପିଲାଙ୍କ ଭଳିଆ ହ’ନା!
ସାଧୁଙ୍କ କଥାରେ ଡକାୟତ ଚହଲିଗଲା। ସେ ଏମିତି ଲୋକ ଆଗରୁ ଦେଖି ନ ଥିଲା। ସେ ଭାବିଲା ସତରେ ମୋହ ହିଁ ମନରେ ହରାଇବାର ଭୟ ଜନ୍ମାଏ ଏବଂ ହରାଇବାର କଷ୍ଟରୁ ବଞ୍ଚିବା ଲାଗି ଲୋକେ ବ୍ୟାକୁଳ ହୁଅନ୍ତି। ସେ ଏମିତି ଭାବୁଥିବା ବେଳେ ସାଧୁ ସେଠାରୁ ଚାଲି ଯାଇଥିଲେ।