ଗୋଟିଏ ଗାଁରେ ଜଣେ ନାସ୍ତିକ ରହୁଥିଲା। ସେ ମଧ୍ୟ ଥିଲା କଳହ ପ୍ରିୟ। ଈଶ୍ବର ବିଶ୍ବାସୀ ଲୋକଙ୍କୁ ସେ ପରିହାସ କରୁଥିଲା, ସେମାନଙ୍କୁ ଗାଳିଗୁଲଜ କରୁଥିଲା।
ଏହାକୁ ସହି ପାରୁ ନ ଥିଲେ ମନ୍ଦିରର ପୂଜକ। ଲୋକଟି ଯେ ବିଧର୍ମୀ, ତେଣୁ ତା’ର ଗାଁରେ ରହିବାର ଅଧିକାର ନାହିଁ ବୋଲି ପୂଜକ ଭିତରେ ଭିତରେ ଗାଁ ଲୋକମାନଙ୍କୁ ମତାଇବାରେ ଲାଗିଥିଲେ।
ଦିନେ ଜଣେ ବାକ୍ୟସିଦ୍ଧ ବ୍ୟକ୍ତି ସେହି ଗାଁକୁ ଆସିଲେ। ତାଙ୍କ ମୁହଁରୁ ବାହାରୁଥିବା କଥା ଫଳି ଯାଉଥିଲା। ତାଙ୍କୁ ମନେଇ ତାଙ୍କ ଠାରୁ ସେହି ନାସ୍ତିକ ଲାଗି ଅଭିଶାପଟିଏ ଯୋଗାଡ଼ କରିବା ଲାଗି ପୂଜକ ଓ କିଛି ଗାଁ ଲୋକ ତାଙ୍କୁ ଭେଟିଲେ। ତା’ର ଅତ୍ୟାଚାର ଓ ଅନୀତି ବିଷୟରେ ମିଛସତ କହି ଶେଷରେ ଅନୁରୋଧ କଲେ ଯେ ବିଧର୍ମୀଟିକୁ ଉଚିତ ଶାସ୍ତି ମିଳୁ।
ସେହି ବ୍ୟକ୍ତିଙ୍କ ପାଟିରୁ ବାହାରିପଡ଼ିଲା- ବିଧର୍ମୀର ଗୋଡ଼ ଭାଙ୍ଗିଯାଉ।
ତାଙ୍କ କଥା ସରିବା ମାତ୍ରକେ ପୂଜକଙ୍କ ଗୋଡ଼ ଭାଙ୍ଗିଗଲା। ସେ ବିକଳ ହୋଇ କାନ୍ଦି ଉଠି କହିଲେ- ଏ କଅଣ କଲେ? ଆପଣଙ୍କ କଥା କ’ଣ ମୋ ଉପରେ ଫଳିଗଲା?
ସେହି ବ୍ୟକ୍ତି କିଛି ସମୟ ଚୁପ୍ ରହି କହିଲେ- ଦେଖନ୍ତୁ, ଭଗବାନଙ୍କ ବିଚାର ଅନୁସାରେ ଏଭଳି ଘଟିଗଲା। କଥା ହେଲା ଆପଣ ହେଲ ଈଶ୍ବରଙ୍କ ପୂଜକ। ସମସ୍ତଙ୍କର ମଙ୍ଗଳ ଚାହିଁବା ହେଉଛି ଆପଣଙ୍କ ଧର୍ମ। କିନ୍ତୁ ଆପଣ ସେ ଲୋକର ଅମଙ୍ଗଳ ଚାହିଁବା ବିଧର୍ମୀତୁଲ୍ୟ ହେଲା। ସେହି ବ୍ୟକ୍ତି ନାସ୍ତିକ। ସେ ତା’ର ଧର୍ମରେ ରହି ଈଶ୍ବରଙ୍କୁ ନିନ୍ଦୁଛି। ତେଣୁ ସେ ବିଧର୍ମୀ ନୁହେଁ।
ପୂଜକ ଏବେ ତାଙ୍କ ଦୁରବସ୍ଥାର କାରଣ ବୁଝି ପାରିଲେ।
କଥାଟିଏ-ଯାଯାବର: କାହାକୁ ଦଣ୍ଡ
ଗୋଟିଏ ଗାଁରେ ଜଣେ ନାସ୍ତିକ ରହୁଥିଲା। ସେ ମଧ୍ୟ ଥିଲା କଳହ ପ୍ରିୟ। ଈଶ୍ବର ବିଶ୍ବାସୀ ଲୋକଙ୍କୁ ସେ ପରିହାସ କରୁଥିଲା, ସେମାନଙ୍କୁ ଗାଳିଗୁଲଜ କରୁଥିଲା। ଏହାକୁ ସହି ପାରୁ ନ ଥିଲେ ମନ୍ଦିରର ପୂଜକ।