ଜଣେ ଶିଷ୍ୟ ଗୁରୁଙ୍କୁ ପଚାରିଲା- ମହାତ୍ମା, ଏ ସ˚ସାରରେ କେତେ ପ୍ରକାର କାମ ଅଛି। ଆମେମାନେ କେଉଁ ପ୍ରକାର କାର୍ଯ୍ୟରେ ଓ କିଭଳି ନିଜକୁ ନିୟୋଜିତ କରିବା କଥା।
ଗୁରୁ କହିଲେ- ସ˚ସାରରେ ତିନି ପ୍ରକାର କାମ ଅଛି। ଆମେମାନେ ବଞ୍ଚିବା ଲାଗି ବିଭିନ୍ନ ପ୍ରକାର ବୃତ୍ତି ଆପଣାଉ। ସେଥିରେ ଆମକୁ ଖୁସି ମିଳିପାରେ ବା ନ ମିଳିପାରେ। କିନ୍ତୁ ତାହା ନ କଲେ ନଚଳେ। କାରଣ ପେଟ ପୂରାଇବା ଲାଗି ତାକୁ କରାଯିବା ଦରକାର। ତେବେ ପେଟ କଥା ଶୁଣି ଯେଉଁ କାର୍ଯ୍ୟ କରାଯାଏ, ତାହା ହେଉଛି ପାର୍ଥିବ ସ୍ତରୀୟ କାର୍ଯ୍ୟ।
ପେଟ ଉପରକୁ ଆସୁଛି ଛାତି ଯାହା ହୃଦୟକୁ ଆଶ୍ରୟ ଦେଇଛି। ହୃଦୟର କଥା ଶୁଣି ଯେଉଁ କାର୍ଯ୍ୟ କରାଯାଏ, ସେଥିରେ ପେଟ ପୋଷିହେବ ବୋଲି ହଲପ କରି କହିହେବ ନାହିଁ। କିନ୍ତୁ ସେ କାମ ମନକୁ ଆନନ୍ଦ ଦେବ ନିଶ୍ଚୟ। ତାହା ହେଉଛି ଗନ୍ଧର୍ବ ଲୋକ ସ୍ତରର କାର୍ଯ୍ୟ।
ଛାତି ଉପରକୁ ରହିଲା ଶିର ଯାହା ମସ୍ତିଷ୍କକୁ ଆଶ୍ରୟ ଦେଇଥାଏ। ମସ୍ତିଷ୍କ ଲଗାଇ ବା ଚିନ୍ତା କରି ଯେଉଁ କାର୍ଯ୍ୟ କରାଯାଏ, ତହିଁରେ ନିଜକୁ ଖୁସି ମିଳିବା ସହିତ ଅନ୍ୟକୁ ତାହା ଆନନ୍ଦ ଦେଇଥାଏ। ଦୁଃଖୀ ରଙ୍କିକୁ ସାହାଯ୍ୟ କରିବା, ଅନ୍ୟର ଉପକାର କରିବା ଭଳି କାର୍ଯ୍ୟ ହେଉଛି ଏହା ଅନ୍ତର୍ଭୁକ୍ତ। ଏହା ହେଉଛି ଦେବଲୋକ ବା ସ୍ବର୍ଗଲୋକ ସ୍ତରୀୟ କାର୍ଯ୍ୟ।
ଏ କଥା କହିସାରି ଗୁରୁ କହିଲେ- ତେବେ ସଦାବେଳେ ଗୋଟିଏ କଥା ମନେ ରଖିବ। ତୁମେ ଯେଉଁ ସ୍ତରୀୟ କାର୍ଯ୍ୟ କର, ଆପତ୍ତି ନାହିଁ। କିନ୍ତୁ ମୂଳ କଥା ହେଲା ବିବେକକୁ କଦାପି ଛାଡ଼ିବ ନାହିଁ। ସବୁ କାର୍ଯ୍ୟ ବିବେକାନୁମୋଦିତ ହେବା ଦରକାର।
ଗୁରୁଙ୍କ କଥାରେ ଶିଷ୍ୟଙ୍କ ସ˚ଶୟ ତୁଟିଲା।
କଥାଟିଏ-ଯାଯାବର: କାର୍ଯ୍ୟର ପ୍ରକାର
ଜଣେ ଶିଷ୍ୟ ଗୁରୁଙ୍କୁ ପଚାରିଲା- ମହାତ୍ମା, ଏ ସ˚ସାରରେ କେତେ ପ୍ରକାର କାମ ଅଛି। ଆମେମାନେ କେଉଁ ପ୍ରକାର କାର୍ଯ୍ୟରେ ଓ କିଭଳି ନିଜକୁ ନିୟୋଜିତ କରିବା କଥା।
ଗୁରୁ କହିଲେ- ସ˚ସାରରେ ତିନି ପ୍ରକାର କାମ ଅଛି।