ଜେନ ଗୁରୁ ନେନେଙ୍କ ପାଖରେ ଜଣେ ବ୍ୟବସାୟୀ ପହଞ୍ଚିଲେ। ସେ କହିଲେ- ସବୁ କିଛି ଛାଡ଼ିଦେଇ ଚାଲି ଆସିଲି। ପ୍ରକୃତ ଧ୍ୟାନ କ’ଣ ବୋଲି ଆପଣଙ୍କ ପାଖରୁ ଶିଖିବି!
ନେନେ ବଗିଚାରେ ବସିଥିଲେ। ତାଙ୍କ ଦୃଷ୍ଟି ନିବଦ୍ଧ ଥିଲା ଗୋଟିଏ ଫୁଲ ଉପରେ। ସେ କିଛି କହିଲେ ନାହିଁ।
ବ୍ୟବସାୟୀ କିଛି ସମୟ ଅପେକ୍ଷା କଲେ। ନେନେ ହଲ୍ଚଲ୍ ହେଲେ ନାହିଁ। ବ୍ୟବସାୟୀ ଅପେକ୍ଷା କରି ଅତିଷ୍ଠ ହେବା ପରେ ପୁଣି ଟିକିଏ ଉଚ୍ଚ କଣ୍ଠରେ ତାହା ଦୋହରାଇଲେ। କିନ୍ତୁ, ନେନେଙ୍କ ଧ୍ୟାନ ଭାଙ୍ଗିଲା ନାହିଁ।
କିନ୍ତୁ ଦେଖାଗଲା ଯେ ବ୍ୟବସାୟୀ ଉଠି ପଡ଼ିଲେ ଏବଂ ଅତି ପ୍ରସନ୍ନ ଚିତ୍ତରେ ଘରକୁ େଫରିଲେ। ଘରେ ପତ୍ନୀ ପଚାରିଲେ- ନେନେ କିଛି କହିଲେ?
ବ୍ୟବସାୟୀ କହିଲେ- ପାଇଲି! କିନ୍ତୁ ନେନେଙ୍କ ନିରବତାରୁ ଉତ୍ତରଟି ମିଳିଲା।
ପତ୍ନୀ ପଚାରିଲେ କେମିତି?
ବ୍ୟବସାୟୀ କହିଲେ- ମୁଁ ସେଠି ଯେତେବେଳେ ନେନେଙ୍କ ଠାରୁ ଉତ୍ତର ପାଇବା ଲାଗି ଅପେକ୍ଷା କରିଥିଲି, ସେତେବେଳେ ଭାବୁଥିଲି ଯେ ପୁଅ ଠିକଣା ସମୟରେ ଦୋକାନ ଖୋଲିଥିବ ତ? ଦୋକାନକୁ ଠିକ ଭାବେ ଚଳାଉଥିବ ତ?
ଯେତେବେଳେ ପ୍ରଥମ ଥର ଉତ୍ତର ନପାଇ ନେନେଙ୍କୁ ଦ୍ବିତୀୟ ଥର ପ୍ରଶ୍ନ ପଚାରି ପୁଣି ଥରେ ଉତ୍ତର ପାଇଲି ନାହିଁ, ଜାଣିଲି ଯେ ଏହା ହିଁ ହେଉଛି ପ୍ରକୃତ ଧ୍ୟାନ। ସେତିକିବେଳେ ମୋ ଚୈତନ୍ୟ ଉଦୟ ହୋଇଗଲା। ମୁଁ ଭାବିଲି ଯେ ଦୋକାନରେ ଥିବା ବେଳେ ତ ମୁଁ ସବୁ କିଛି ଭୁଲିଯାଏ। ଧ୍ୟାନ କେବଳ ଦୋକାନ ଚଳାଇବାରେ ଥାଏ। ଘରଦ୍ବାର କିଛି ମନେ ପଡ଼େନା। ତାହା ତ ହେଉଛି ଧ୍ୟାନ! ଯେମିତି ନେନେ ଫୁଲକୁ ଚାହିଁ ସବୁ କିଛି ଭୁଲି ଯାଇଥିଲେ!
ଏହି ଜ୍ଞାନ ଉଦୟ ହେବା ପରେ ଚାଲି ଆସିଲି।
କଥାଟିଏ-ଯାଯାବର: ଧ୍ୟାନର ବୋଧ
ଜେନ ଗୁରୁ ନେନେଙ୍କ ପାଖରେ ଜଣେ ବ୍ୟବସାୟୀ ପହଞ୍ଚିଲେ। ସେ କହିଲେ- ସବୁ କିଛି ଛାଡ଼ିଦେଇ ଚାଲି ଆସିଲି। ପ୍ରକୃତ ଧ୍ୟାନ କ’ଣ ବୋଲି ଆପଣଙ୍କ ପାଖରୁ ଶିଖିବି! ନେନେ ବଗିଚାରେ ବସିଥିଲେ। ତାଙ୍କ ଦୃଷ୍ଟି ନିବଦ୍ଧ ଥିଲା ଗୋଟିଏ ଫୁଲ ଉପରେ। ସେ କିଛି କହିଲେ ନାହିଁ।