ସିକନ୍ଦର ବା ଆଲେକଜାଣ୍ଡର ଭାରତକୁ ଆସିବା ପରେ ଅନେକ ସାଧୁଙ୍କୁ ଦେଖିଲେ। ମାସିଡୋନିଆରେ ସେ କେବଳ ଦାର୍ଶନିକ ଡାଇଜିନସଙ୍କୁ ଦେଖିଥିଲେ ଯିଏ ଥିଲେ ବୈରାଗୀ ଏବଂ ସିକନ୍ଦରଙ୍କ ଲୋଭ ଓ ଦିଗବିଜୟ ଲାଳସାର ଘୋର ସମାଲୋଚକ। ତଥାପି ଡାଇଜିନସଙ୍କ ପ୍ରତି ସିକନ୍ଦରଙ୍କ ଗଭୀର ସମ୍ମାନ ଥିଲା। କିନ୍ତୁ ଭାରତରେ ସେ ଡାଇଜିନସଙ୍କ ଭଳି ଅସଂଖ୍ୟ ସାଧୁଙ୍କୁ ଭେଟିଲେ। ତେଣୁ ସେ ସେମାନଙ୍କୁ ସାଙ୍ଗରେ ଆପଣା ଦେଶକୁ ନେବାକୁ ଇଚ୍ଛା କଲେ।
ଏହା ଶୁଣି ସାଧୁମାନ ଅମଙ୍ଗ ହେଲେ। ତେଣୁ ସିକନ୍ଦର ପ୍ରଥମେ ଲୋଭ ଓ ପରେ ଭୟ ପ୍ରଦର୍ଶନ କଲେ। ସେ ତରବାରି ବାହାର କଲେ। ତାହା ଦେଖି ସାଧୁମାନେ ହସିଲେ ଓ କହିଲେ- ଜୀବନ ପ୍ରତି ଲୋଭ ଥିବା ଲୋକକୁ ଏହା ଦେଖାଇ ଡରାଇବ। ଆମକୁ ନୁହେଁ। କାରଣ ମୃତ୍ୟୁ ଚେତନା ସହିତ ପରିଚିତ ଆମେ ସମସ୍ତେ ଜାଣୁ ଯେ ମୃତ୍ୟୁ ହିଁ ଏକାମତ୍ର ସତ୍ୟ ଓ ଆମେମାନେ ପ୍ରକୃତରେ ମୃତ; କେବଳ ସେହି ସମୟକୁ ଅପେକ୍ଷା ଯେତେବେଳେ ତାହା ଆସିବ। ତେଣୁ ଏବେ ଯଦି ମୃତ୍ୟୁ ଆସେ, ପରୁଆ ନାହିଁ।
ସିକନ୍ଦର ହତଭମ୍ବ ହେଲେ।
ଏବେ ସନ୍ନ୍ୟାସୀମାନେ କହିଲେ- ସିକନ୍ଦର, ତୁମେ ଦିଗବିଜୟୀ ସମ୍ରାଟ ହୋଇପାର, କିନ୍ତୁ ତୁମେ ନିଜ ମନ ଉପରେ ଶାସନ କରିବାର କ୍ଷମତା ହାସଲ କରିପାରିନାହଁ। ତୁମ ମନ କହିଲା ବୋଲି ତୁମେ କେତେ ବାଟ ଅତିକ୍ରମ କରି ରାଜ୍ୟ ଜୟ କରିବାକୁ ଧାଇଁ ଆସିଛ। କିନ୍ତୁ ଆମେମାନେ ଆମ ମନର ଶାସକ। ଆମେ ଚାହିଁଛୁ ବୋଲି ଆମ ମନ ତୁମ ସହିତ ଯିବାକୁ ଚାହୁଁନାହିଁ। ତୁମେ ଯେତେ ଧନରତ୍ନର ଲୋଭ ବା ମୃତ୍ୟୁର ଭୟ ଦେଖାଇଲେ ମଧ୍ୟ ତାହା ସମ୍ଭବ ନୁହେଁ। ତେଣୁ ତୁମେ ଫେରିଯାଅ।
ସିକନ୍ଦର ଓ ସନ୍ନ୍ୟାସୀ
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2019/11/footf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)