ଦିନେ ଗୁରୁ ଦ୍ରୋଣାଚାର୍ଯ୍ୟ, କୌରବ ଓ ପାଣ୍ତବମାନଙ୍କୁ ଉତ୍ତମ ଆଚାର-ବ୍ୟବହାର ସ˚ପର୍କରେ ଶିକ୍ଷା ଦେଉଥିଲେ। ଆକର୍ଷଣୀୟ ଶୈଳୀରେ ସେ କହୁଥିଲେ, କ୍ରୋଧିତ ହୁଅ ନାହିଁ। ଯଦି, ଜୀବନରେ ବଡ଼ ହେବାକୁ ଚାହୁଁଛ, କ୍ରୋଧ ଠାରୁ ଦୂରେଇ ରହିବା ଶିଖ। କ୍ରୋଧ ମଣିଷକୁ ଅନ୍ଧ କରିଦିଏ; ପାଗଳ କରିଦିଏ; ଅବିବେକୀ କରିଦିିଏ। କ୍ରୋଧ ପ୍ରଭାବରେ ମଣିଷ ନିଜ ଅଜ୍ଞାତରେ କ’ଣ କରିବସେ, ଜାଣି ପାରେନାହିଁ। ଏମିତି ଅନେକ କିଛି ଜ୍ଞାନ ଦେବା ପରେ, ଏସବୁ ମୁଖସ୍ଥ କରିବା ପାଇଁ ପରାମର୍ଶ ଦେଲେ। ପର ଦିନ କ’ଣ ମନେରଖିଛ ବୋଲି ପ୍ରଥମେ ଯୁଧିଷ୍ଠିରଙ୍କୁ ପଚାରିଲେ। ଯୁଧିଷ୍ଠିର କହିଲେ, ସେ ମନେ ରଖିବାକୁ ପ୍ରଯତ୍ନ କରୁଛନ୍ତି, ପର ଦିନ କହିବେ। ପର ଦିନ ଗୁରୁ ଦ୍ରୋଣ ପୁଣି ଥରେ ପଚାରିଲେ। ଯୁଧିଷ୍ଠିର ପୂର୍ବ ଭଳି ତା’ ପର ଦିନ କହିବେ ବୋଲି କହିଲେ। ଏ ଭଳି ପ୍ରତି ଦିନ ଯୁଧିଷ୍ଠିରଙ୍କ ମୁହଁରୁ ‘ପର ଦିନ’, ‘ପର ଦିନ’ ବୋଲି ଶୁଣି ଶୁଣି, ଦିନେ ଗୁରୁ ଦ୍ରୋଣ ଉତ୍କ୍ଷିପ୍ତ ହୋଇପଡ଼ିଲେ। ଯୁଧିଷ୍ଠିରଙ୍କୁ ଗାଳି ଦେବା ଆରମ୍ଭ କରିଦେଲେ। ସେ ଅତ୍ୟଧିକ କ୍ରୋଧରେ ନିଜର ହିତାହିତ ଜ୍ଞାନ ହରାଇଥିଲେ।
ଏବେ ଯୁଧିଷ୍ଠିର ଶାନ୍ତ ଭାବେ କହିଲେ- ଗୁରୁ, ଆପଣ ଦେଇଥିବା ଉପଦେଶ ହିଁ ମୁଁ ପାଳନ କରିବା ଅଭ୍ୟାସ କରୁଛି। ଖାଲି ମନେ ରଖିଲେ ଚଳିବ ନାହିଁ। ପାଳନ ନ କଲେ ସବୁ ଉପଦେଶ ମୂଲ୍ୟ ହୀନ। ଏହା ତ ଆପଣଙ୍କ ଶିକ୍ଷା। ଗୁରୁ ଦ୍ରୋଣ, ଶିଷ୍ୟଙ୍କ ଠାରୁ ଜୀବନର ଏହି ମହତ୍ତର ସତ୍ୟର ଉପଲବ୍ଧି କରିପାରିଲେ।
ବଚନ ଓ କାର୍ଯ୍ୟ
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2019/11/footf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)